VEDANTA SARA
ସଦାନନ୍ଦ ବ୍ରହ୍ମେନ୍ଦ୍ର କୃତ ବେଦାନ୍ତ ସାର

ଏହି ଗ୍ରନ୍ଥରେ ଆମେ ଅଦ୍ୱୈତ ବେଦାନ୍ତର ସମସ୍ତ ବିଷୟମାନଙ୍କର ସଂକ୍ଷିପ୍ତ ନିରୂପଣ ପ୍ରାପ୍ତ ହେଉଛୁ । ଯେମିତିକି- ଅନୁବନ୍ଧ ଚତୁଷ୍ଟୟ, ଆତ୍ମା ବିବେଚନ, ଅଜ୍ଞାନ ବିବେଚନ, ଈଶ୍ୱର, ଜୀବ ବିବେଚନ, ଜୀବ ଓ ଈଶ୍ୱର ସମ୍ବନ୍ଧ, ଅଧ୍ୟାରୋପ ତଥା ସୃଷ୍ଟି ପ୍ରକ୍ରିୟା, ମହାବାକ୍ୟ ବିବେଚନ, ସମାଧି ବିବେଚନ, ମୋକ୍ଷ ତଥା ବନ୍ଧ ପରିଭାଷା….ଇତ୍ୟାଦି । ଏଗୁଡିକ ମୁମୁକ୍ଷୁର ପ୍ରାଥମିକ ଆବଶ୍ୟକତା, ତେଣୁ ପ୍ରାରମ୍ଭିକ ତଥା ସରଳତମ ବିବେଚନ ଦୃଷ୍ଟିରୁ ଏହି ‘ବେଦାନ୍ତ ସାର’ ସମସ୍ତ ଜିଜ୍ଞାସୁଙ୍କର ଅବଶ୍ୟ ପଠନୀୟ ।

Original price was: ₹129.00.Current price is: ₹108.00.

‘ବେଦାନ୍ତ ସାର’— ସଦାନନ୍ଦ ବ୍ରହ୍ମେନ୍ଦ୍ରକୃତ ଶ୍ରେଷ୍ଠ ତଥା ଶେଷ ବେଦାନ୍ତ ଗ୍ରନ୍ଥ । ଷୋଡଶ ଶତାବ୍ଦୀରେ ରଚିତ ଏହି ଗ୍ରନ୍ଥର ସ୍ରଷ୍ଟା ସ୍ୱାମୀ ସଦାନନ୍ଦ ବ୍ରହ୍ମେନ୍ଦ୍ର ସରସ୍ୱତୀ । ବେଦାନ୍ତର ସିଦ୍ଧାନ୍ତକୁ ସରଳତା ପୂର୍ବକ ଧାରଣା ସୃଷ୍ଟି କରିବାରେ ଏହା ବେଶ୍ ସହାୟକ ହୋଇଥାଏ । ‘ବେଦାନ୍ତ ସାର’ ଏକ ପ୍ରକରଣ ଗ୍ରନ୍ଥ କାରଣ ଲେଖକ ଏହି କଥାଟିକୁ ପ୍ରାରମ୍ଭରୁ ସ୍ପଷ୍ଚ କରିଅଛନ୍ତି । ଶାସ୍ତ୍ରର ଅଂଶ ସହିତ ସମ୍ବନ୍ଧୀତ ତଥା ଶାସ୍ତ୍ରର ବିଶିଷ୍ଟ ଅଂଶ ଅନ୍ତର୍ଗତ ବିଦ୍ୱାନଗଣ ଏହି ପ୍ରକରଣ ନାମକ ଗ୍ରନ୍ଥର ଭେଦକୁ ବ୍ୟାଖ୍ୟା କରିଥାନ୍ତି ।
ଏହି ଗ୍ରନ୍ଥରେ ଆମେ ଅଦ୍ୱୈତ ବେଦାନ୍ତର ସମସ୍ତ ବିଷୟମାନଙ୍କର ସଂକ୍ଷିପ୍ତ ନିରୂପଣ ପ୍ରାପ୍ତ ହେଉଛୁ । ଯେମିତିକି- ଅନୁବନ୍ଧ ଚତୁଷ୍ଟୟ, ଆତ୍ମା ବିବେଚନ, ଅଜ୍ଞାନ ବିବେଚନ, ଈଶ୍ୱର, ଜୀବ ବିବେଚନ, ଜୀବ ଓ ଈଶ୍ୱର ସମ୍ବନ୍ଧ, ଅଧ୍ୟାରୋପ ତଥା ସୃଷ୍ଟି ପ୍ରକ୍ରିୟା, ମହାବାକ୍ୟ ବିବେଚନ, ସମାଧି ବିବେଚନ, ମୋକ୍ଷ ତଥା ବନ୍ଧ ପରିଭାଷା….ଇତ୍ୟାଦି । ଏଗୁଡିକ ମୁମୁକ୍ଷୁର ପ୍ରାଥମିକ ଆବଶ୍ୟକତା, ତେଣୁ ପ୍ରାରମ୍ଭିକ ତଥା ସରଳତମ ବିବେଚନ ଦୃଷ୍ଟିରୁ ଏହି ‘ବେଦାନ୍ତ ସାର’ ସମସ୍ତ ଜିଜ୍ଞାସୁଙ୍କର ଅବଶ୍ୟ ପଠନୀୟ ।
୨୨୭ଟି ସୂତ୍ର ବା ବାକ୍ୟରେ ଗ୍ରଥିତ ଏହି ‘ବେଦସାର’ ଗ୍ରନ୍ଥ ତାଙ୍କ ଶିଷ୍ୟମାନଙ୍କ ଦ୍ୱାରା ଅର୍ଥାତ୍ ପରମହଂସ ପରିବ୍ରାଜକାଚାର୍ଯ୍ୟ ଶ୍ରୀନୃସିଂହ ସରସ୍ୱତୀଙ୍କ ଦ୍ୱାରା ରଚିତ ସଂସ୍କୃତ ସୁବୋଧିନୀ ଟୀକାକୁ ଅନୁସରଣ କରି ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ମୌଳିକତାକୁ ଗୁରୁତ୍ୱ ଦେଇ ବିଷୟ ଅବଧାରଣା ନିମନ୍ତେ ପ୍ରୟାସ କରାଯାଇଛି ।

Weight .1 g
Dimensions 22 × 14 × 1 cm
book-type

Special Paper Back

price

Cost Price

quality

Special Quality

specification

60 GSM Stora Creamy

Reviews

There are no reviews yet.

Be the first to review “VEDANTA SARA
ସଦାନନ୍ଦ ବ୍ରହ୍ମେନ୍ଦ୍ର କୃତ ବେଦାନ୍ତ ସାର”