Loading...
Sale!

SADHANA SAMARA (3 Books Set)

(1 customer review)

Original price was: ₹660.00.Current price is: ₹540.00.

  • Set of 3 Books By Brahmarshi Satyadeva & Translated By Kanchana mala Mishra.
  • 2nd revised edition is now available.
  • The elaborative study of Sri Sri Chandi or Devi Mahatmya yet published.

 

Description

ସାଧନ-ସମର ପରମଗୁରୁ ବ୍ରହ୍ମର୍ଷି ଶ୍ରୀଶ୍ରୀ ସତ୍ୟଦେବ ଠାକୁରଙ୍କର ଏକ ଦୁର୍ମୂଲ୍ୟ କୃତି  । ଦେବୀ ମାହାତ୍ମ୍ୟ ବା ଶ୍ରୀଶ୍ରୀ ଚଣ୍ଡୀର ଆଧ୍ୟାତ୍ମିକ ବ୍ୟାଖ୍ୟା ଭାବେ ବଙ୍ଗ ସାହିତ୍ୟରେ ଅନେକ ବର୍ଷରୁ ଆଦୃତ  । ତିନିଖଣ୍ଡରେ ବିଭକ୍ତ ଏହି ଗ୍ରନ୍ଥରତ୍ନଟି ବ୍ରହ୍ମଗ୍ରନ୍ଥି ଭେଦ, ବିଷ୍ଣୁଗ୍ରନ୍ଥି ଭେଦ ଓ ରୁଦ୍ରଗ୍ରନ୍ଥି ଭେଦ ଭାବେ ଖ୍ୟାତ ହୋଇଛି  । ହିନ୍ଦୁଶାସ୍ତ୍ରରେ ସର୍ବସମ୍ମତ ଦୁର୍ଗା ସପ୍ତଶତୀ ଗ୍ରନ୍ଥ, ଯାହାର ଅନ୍ୟନାମ ଶ୍ରୀଶ୍ରୀ ଚଣ୍ଡୀ ମାର୍କଣ୍ଡେୟ ପୁରାଣରୁ ଆନୀତ । ଏହା ଅଷ୍ଟାଦଶ ପୁରାଣ ଅନ୍ତର୍ଭୁକ୍ତ ଏକ ବିଶେଷ ପୁରାଣ  । ଏଥିରେ ଭଗବତୀଙ୍କର ରହସ୍ୟ ଉନ୍ମୋଚନ ସମେତ ଆଖ୍ୟାନ ସ୍ଥାନୀତ ହୋଇଛି  । ତନ୍ମଧ୍ୟସ୍ଥ ଦୁର୍ଗା ସପ୍ତଶତୀ ଅଂଶରେ ଦେବୀଙ୍କର ଅପାର କୃପା ଓ ଇତିହାସ ସମେତ ଗୂଢ଼ ସାଧନ ରହସ୍ୟ ପରିକୀର୍ତ୍ତିତ ହୋଇଛି  । କର୍ମ, ଭକ୍ତି ଓ ଜ୍ଞାନର ତ୍ରିିବିଧ ମନ୍ଦାକିନୀ ପ୍ରବାହିତ କରିପାରୁଥିବା ଉକ୍ତ ଗ୍ରନ୍ଥଟି ଭକ୍ତମାନଙ୍କ ପାଇଁ ବାଞ୍ଛାକଳ୍ପତରୁ ସଦୃଶ  । ଏହାଦ୍ୱାରା ସକାମ ଭକ୍ତ ମନ୍ତ୍ରୋଭିଳଷିତ ଦୁର୍ଲ୍ଲଭତମ ବସ୍ତୁ ପ୍ରାପ୍ତ କଲାବେଳେ ନିଷ୍କାମ ଭକ୍ତ ପରମ ଦୁର୍ଲ୍ଲଭ ମୋକ୍ଷ ପ୍ରାପ୍ତି କରିବାକୁ ସକ୍ଷମ ହୁଏ  ।

କଲ୍ୟାଣମୟୀ ମା’ ଜଗତର ଅଶେଷ କଲ୍ୟାଣ ନିମନ୍ତେ ଧରାବତରିତ ହେବା ଶାସ୍ତ୍ରସିଦ୍ଧ  । ‘ଶ୍ରୀଶ୍ରୀଚଣ୍ଡୀ ବା ଦୁର୍ଗାସପ୍ତଶତୀ’ ଉକ୍ତ ଶାସ୍ତ୍ର ମଧ୍ୟରୁ ଅନ୍ୟତମ  । ଏଥିରେ ଦେବୀଙ୍କର ମାହାତ୍ମ୍ୟ ପ୍ରକୀର୍ତ୍ତିତ ହୋଇଛି  । ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ଏହି ଅଂଶ ଶ୍ଳୋକ, ଅର୍ଦ୍ଧଶ୍ଳୋକ ଓ ଉବାଚ ସମେତ ସାତଶହ ମନ୍ତ୍ରବିଶିଷ୍ଟ ଅଟେ । ସାଧକ ଅନେକ କ୍ଷେତ୍ରରେ ଏହାର ଉପଯୋଗକରି ବିଶେଷ ଲାଭାନ୍ବିତ ହୋଇଥିବାର ପ୍ରମାଣ ରହିଛି  । ଧର୍ମ-ଅର୍ଥ-କାମ-ମୋକ୍ଷ ପ୍ରଦାୟିନୀ ମା’ ଦୁର୍ଗା ଅନେକରୂପରେ ପ୍ରବିଦିତା  । ତହିଁରୁ ମହାଲକ୍ଷ୍ମୀ-ମହାକାଳୀ-ମହାସରସ୍ୱତୀ ବିଶେଷଭାବେ ପ୍ରସିଦ୍ଧ । ଦେବୀମାନଙ୍କର ଉପାସନା ଅନେକ ପ୍ରକାରେ କରାଯାଉଥିଲେ ହେଁ ସମ୍ପୁଟିତ ଓ ବିଧିବତ୍ ଆରାଧନାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏଭଳି ପାରାୟଣ କରୁଥିବା ବ୍ୟକ୍ତି ନିଶ୍ଚିତଭାବେ ସିଦ୍ଧିଯୋଗ୍ୟହୋଇଥାଆନ୍ତି  । ଏହାଭିନ୍ନ ଦେବୀ ଆବିର୍ଭାବର ସ୍ୱତନ୍ତ୍ର ତିଥି ମଧ୍ୟ ରହିଛି, ଯେଉଁଥିରେ ସାଧକ ବିଶେଷ ଉପଚାର ସହ ପୂଜାର୍ଚ୍ଚନା କରିଥାଏ  । ଏସବୁ କ୍ରିୟାକାଳରେ ମନ୍ତ୍ର-ତନ୍ତ୍ର ଓ ଯନ୍ତ୍ରର ପ୍ରୟୋଗକୁ ନେଇ ଅନେକ ପ୍ରକାର ଶଙ୍କା ତା’ମନରେ ଉଙ୍କିମାରେ ଏବଂ ଅବଗତି ନ ହୋଇ ଲୀନ ହୋଇଯାଏ  । ଯେଉଁମାନେ ଏହା ଉପରେ ବିଶେଷ ତର୍ଜମା ଏବଂ ସାଧନା କରି ଲାଭାନ୍ବିତ ହୁଅନ୍ତି, ସେମାନେ କେବଳ ଜଗତକୁ ଉପଯୁକ୍ତ ଆଲୋକ ପ୍ରଦର୍ଶନ କରିବାପାଇଁ ସକ୍ଷମ ବୋଲାଇଥାଆନ୍ତି  । ଏଭଳି ମହାନୁଭବୀ ମହାତ୍ମାଙ୍କ ମଧ୍ୟରେ ଅନ୍ୟତମ ବ୍ରହ୍ମର୍ଷି ଶ୍ରୀଶ୍ରୀସତ୍ୟଦେବ  ।

ବଙ୍ଗଳାଭାଷୀ ଏହି ସିଦ୍ଧସାଧକଙ୍କର ଅନନ୍ୟ କୃତି ହେଉଛି—ସାଧନ ସମର । ଏହାକୁ ଦେବୀମାହାତ୍ମ୍ୟର ଆଧ୍ୟାତ୍ମିକ ବ୍ୟାଖ୍ୟା ଭାବରେ ଗ୍ରହଣ କରାଯାଏ  । ଏହା ଏତେଦୂର ପ୍ରାମାଣିକ ଯେ, ଶତାଧିକ ବର୍ଷ ହେଲା ଏହାର ବିଭିନ୍ନ ସଂସ୍କରଣ ପ୍ରକାଶିତ ହୋଇପାରିଛି  । ବଙ୍ଗଭାଷା ଛଡ଼ା ଦେବନାଗରୀ ଭାଷାରେ ମଧ୍ୟ ଏହା ପ୍ରକାଶିତ ହୋଇଛି  । ଉପାଦେୟତାକୁ ଲକ୍ଷ୍ୟକଲେ ଉତ୍କଳୀୟଙ୍କ ପାଇଁ ମଧ୍ୟ ବିଶେଷ ଲାଭଦାୟକ ହୋଇପାରିବ, ତେଣୁ ଆମ ପ୍ରକାଶନ ତରଫରୁ ଅନୁବାଦିକାଙ୍କର ପ୍ରଚେଷ୍ଟା ତଥା ଗ୍ରନ୍ଥର ବାସ୍ତବତାକୁ ସମ୍ମାନ ଦେଇ ଓଡ଼ିଆ ପାଠକଙ୍କ ପାଇଁ ତିନିଭାଗରେ ଏହା ପ୍ରକାଶ କରାଯାଇଛି  । ଗ୍ରନ୍ଥତ୍ରୟ ପାଠକଙ୍କର ଦେବୀମାହାତ୍ମ୍ୟ ଅନ୍ତର୍ଗତ ଅବାନ୍ତର ଶଙ୍କାକୁ ଉନ୍ମୋଚନକରି ଆଧ୍ୟାତ୍ମିକ ବିକାଶରେ ସହାୟକ ହେଲେ ଶ୍ରମ ସାର୍ଥକ ହେବ  ।

Additional information

Weight 1.2 g
Dimensions 22 × 14 × 6 cm
specification

70 gsm NS

language

Odia

book-type

Special Paper Back

format

Paperback

size

Demai

Author

Satyadeva

Translator/Editor

Kanchana mala mishra

1 review for SADHANA SAMARA (3 Books Set)

  1. Satyabrata Padhy

    This book need no review, i may salute the transalator for her tireless effort. Nodoubt this book will help the readers to create a vedic approach of Maa Durga or Sri Sri Chandi.

Add a review

Your email address will not be published. Required fields are marked *

You may also like…

Quick Navigation
×
×

Cart

Buy for 699.00 more and get free shipping