Loading...
Sale!

Nrusingha Purana Eka Adhyayana – ନୃସିଂହ ପୁରାଣ ଏକ ଅଧ୍ୟୟନ

Original price was: ₹299.00.Current price is: ₹250.00.

ଲେଖକ ଡକ୍ଟର ପଦ୍ମନାଭ ସାହୁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ୨୦୧୯ମଃ ନିମନ୍ତେ ବୟୋଜ୍ୟେଷ୍ଠ ସାରସ୍ୱତ ସାଧକ ଭାବରେ ୧୫ ଡିସେମ୍ବର ୨୦୨୦ ମସିହାରେ ସମ୍ବର୍ଦ୍ଧିତ ହୋଇଛନ୍ତି । ଦେବଗଡ଼ ଜିଲ୍ଲା ପାର୍ବତୀପୁର ଗ୍ରାମରେ ୧୯୪୭ ମଃ ଜୁନ୍ ୧ ତାରିଖରେ ତାଙ୍କର ଜନ୍ମ । ମାତା ୰ଦର୍ପଣୀ ଦେଈ, ପିତା ୰ ଘନଶ୍ୟାମ ସାହୁଙ୍କର ସେ ଯୋଗ୍ୟତମ ସନ୍ତାନ । ଗଙ୍ଗାଧର ମେହେର ମହାବିଦ୍ୟାଳୟରୁ ସ୍ନାତକ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ହାସଲ ପରେ ସେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ଓ ପ୍ରାଧ୍ୟାପକ ଭାବରେ ଦାୟିତ୍ୱ ନିର୍ବାହ କରିଛନ୍ତି । ପରବର୍ତ୍ତୀ କାଳରେ ଅଧ୍ୟକ୍ଷ ପଦବୀରେ କିଛି ବର୍ଷ କାର୍ଯ୍ୟ ନିର୍ବାହ କରି ସେ ସେବା ନିବୃତ ହୋଇଛନ୍ତି । ତାଙ୍କର ଗବେଷଣାତ୍ମକ ନିବନ୍ଧ “ନୃସିଂହ ପୁରାଣ-ଏକ ଅଧ୍ୟୟନ” ପାଇଁ ସେ ୧୯୮୨ମସିହା ମେ ମାସରେ ପିଏଚ୍‌.ଡି. ଉପାଧି ପ୍ରାପ୍ତ ହୋଇଛନ୍ତି । ସେ ଜଣେ ସଫଳ ପ୍ରାବନ୍ଧିକ ଭାବରେ ଲେଖନୀ ଚାଳନା କରି ବହୁ ଉପାଦେୟ ପ୍ରବନ୍ଧ ରଚନା କରିଛନ୍ତି, ଯାହାକି ଓଡ଼ିଶାର ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହୋଇ ଉଚ୍ଚପ୍ରଶଂସିତ ହୋଇଛି । ତାଙ୍କର ଆଧ୍ୟାତ୍ମିକ ପୁସ୍ତକ ଅଧ୍ୟୟନ ଓ ରଚନା ପ୍ରତି ବିଶେଷ ଆକର୍ଷଣ ଥିବା ଦୃଷ୍ଟିଗୋଚର ହୁଏ । ସେ ଶ୍ରୀଜଗନ୍ନାଥ ସାହିତ୍ୟ ସଂସଦର ସଭାପତି ଭାବରେ ବିଶେଷ ପ୍ରଶଂସା ଭାଜନ ହୋଇଛନ୍ତି । ତାଙ୍କ ରଚିତ ଗୀତା ଚାଳିଶା, ପରମ ପବିତ୍ର ରାମନାମ, ସଦ୍‌ଗୁରୁ ଗୀତାମୃତ ଓ ଗୀତାପ୍ରଦୀପ ଏହା ପୂର୍ବରୁ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭକଲା ପରି ବର୍ତ୍ତମାନ ଆତ୍ମପ୍ରକାଶ କରୁଥିବା “ନୃସିଂହ ପୁରାଣ-ଏକ ଅଧ୍ୟୟନ” ପାଠକ ସମାଜରେ ଆଦର ଲାଭ କରିବ ବୋଲି ବିଶ୍ୱାସ । — ପ୍ରକାଶକ

Also Available At :

Additional information

Weight .35 g
Dimensions 22 × 14 × 3 cm
Quick Navigation
×
×

Cart

Buy for 699.00 more and get free shipping