SADHANA SAMARA (3 Books Set)

(1 customer review)
  • Set of 3 Books By Brahmarshi Satyadeva & Translated By Kanchana mala Mishra.
  • 2nd revised edition is now available.
  • The elaborative study of Sri Sri Chandi or Devi Mahatmya yet published.

 

Original price was: ₹660.00.Current price is: ₹540.00.

ସାଧନ-ସମର ପରମଗୁରୁ ବ୍ରହ୍ମର୍ଷି ଶ୍ରୀଶ୍ରୀ ସତ୍ୟଦେବ ଠାକୁରଙ୍କର ଏକ ଦୁର୍ମୂଲ୍ୟ କୃତି  । ଦେବୀ ମାହାତ୍ମ୍ୟ ବା ଶ୍ରୀଶ୍ରୀ ଚଣ୍ଡୀର ଆଧ୍ୟାତ୍ମିକ ବ୍ୟାଖ୍ୟା ଭାବେ ବଙ୍ଗ ସାହିତ୍ୟରେ ଅନେକ ବର୍ଷରୁ ଆଦୃତ  । ତିନିଖଣ୍ଡରେ ବିଭକ୍ତ ଏହି ଗ୍ରନ୍ଥରତ୍ନଟି ବ୍ରହ୍ମଗ୍ରନ୍ଥି ଭେଦ, ବିଷ୍ଣୁଗ୍ରନ୍ଥି ଭେଦ ଓ ରୁଦ୍ରଗ୍ରନ୍ଥି ଭେଦ ଭାବେ ଖ୍ୟାତ ହୋଇଛି  । ହିନ୍ଦୁଶାସ୍ତ୍ରରେ ସର୍ବସମ୍ମତ ଦୁର୍ଗା ସପ୍ତଶତୀ ଗ୍ରନ୍ଥ, ଯାହାର ଅନ୍ୟନାମ ଶ୍ରୀଶ୍ରୀ ଚଣ୍ଡୀ ମାର୍କଣ୍ଡେୟ ପୁରାଣରୁ ଆନୀତ । ଏହା ଅଷ୍ଟାଦଶ ପୁରାଣ ଅନ୍ତର୍ଭୁକ୍ତ ଏକ ବିଶେଷ ପୁରାଣ  । ଏଥିରେ ଭଗବତୀଙ୍କର ରହସ୍ୟ ଉନ୍ମୋଚନ ସମେତ ଆଖ୍ୟାନ ସ୍ଥାନୀତ ହୋଇଛି  । ତନ୍ମଧ୍ୟସ୍ଥ ଦୁର୍ଗା ସପ୍ତଶତୀ ଅଂଶରେ ଦେବୀଙ୍କର ଅପାର କୃପା ଓ ଇତିହାସ ସମେତ ଗୂଢ଼ ସାଧନ ରହସ୍ୟ ପରିକୀର୍ତ୍ତିତ ହୋଇଛି  । କର୍ମ, ଭକ୍ତି ଓ ଜ୍ଞାନର ତ୍ରିିବିଧ ମନ୍ଦାକିନୀ ପ୍ରବାହିତ କରିପାରୁଥିବା ଉକ୍ତ ଗ୍ରନ୍ଥଟି ଭକ୍ତମାନଙ୍କ ପାଇଁ ବାଞ୍ଛାକଳ୍ପତରୁ ସଦୃଶ  । ଏହାଦ୍ୱାରା ସକାମ ଭକ୍ତ ମନ୍ତ୍ରୋଭିଳଷିତ ଦୁର୍ଲ୍ଲଭତମ ବସ୍ତୁ ପ୍ରାପ୍ତ କଲାବେଳେ ନିଷ୍କାମ ଭକ୍ତ ପରମ ଦୁର୍ଲ୍ଲଭ ମୋକ୍ଷ ପ୍ରାପ୍ତି କରିବାକୁ ସକ୍ଷମ ହୁଏ  ।

କଲ୍ୟାଣମୟୀ ମା’ ଜଗତର ଅଶେଷ କଲ୍ୟାଣ ନିମନ୍ତେ ଧରାବତରିତ ହେବା ଶାସ୍ତ୍ରସିଦ୍ଧ  । ‘ଶ୍ରୀଶ୍ରୀଚଣ୍ଡୀ ବା ଦୁର୍ଗାସପ୍ତଶତୀ’ ଉକ୍ତ ଶାସ୍ତ୍ର ମଧ୍ୟରୁ ଅନ୍ୟତମ  । ଏଥିରେ ଦେବୀଙ୍କର ମାହାତ୍ମ୍ୟ ପ୍ରକୀର୍ତ୍ତିତ ହୋଇଛି  । ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ଏହି ଅଂଶ ଶ୍ଳୋକ, ଅର୍ଦ୍ଧଶ୍ଳୋକ ଓ ଉବାଚ ସମେତ ସାତଶହ ମନ୍ତ୍ରବିଶିଷ୍ଟ ଅଟେ । ସାଧକ ଅନେକ କ୍ଷେତ୍ରରେ ଏହାର ଉପଯୋଗକରି ବିଶେଷ ଲାଭାନ୍ବିତ ହୋଇଥିବାର ପ୍ରମାଣ ରହିଛି  । ଧର୍ମ-ଅର୍ଥ-କାମ-ମୋକ୍ଷ ପ୍ରଦାୟିନୀ ମା’ ଦୁର୍ଗା ଅନେକରୂପରେ ପ୍ରବିଦିତା  । ତହିଁରୁ ମହାଲକ୍ଷ୍ମୀ-ମହାକାଳୀ-ମହାସରସ୍ୱତୀ ବିଶେଷଭାବେ ପ୍ରସିଦ୍ଧ । ଦେବୀମାନଙ୍କର ଉପାସନା ଅନେକ ପ୍ରକାରେ କରାଯାଉଥିଲେ ହେଁ ସମ୍ପୁଟିତ ଓ ବିଧିବତ୍ ଆରାଧନାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏଭଳି ପାରାୟଣ କରୁଥିବା ବ୍ୟକ୍ତି ନିଶ୍ଚିତଭାବେ ସିଦ୍ଧିଯୋଗ୍ୟହୋଇଥାଆନ୍ତି  । ଏହାଭିନ୍ନ ଦେବୀ ଆବିର୍ଭାବର ସ୍ୱତନ୍ତ୍ର ତିଥି ମଧ୍ୟ ରହିଛି, ଯେଉଁଥିରେ ସାଧକ ବିଶେଷ ଉପଚାର ସହ ପୂଜାର୍ଚ୍ଚନା କରିଥାଏ  । ଏସବୁ କ୍ରିୟାକାଳରେ ମନ୍ତ୍ର-ତନ୍ତ୍ର ଓ ଯନ୍ତ୍ରର ପ୍ରୟୋଗକୁ ନେଇ ଅନେକ ପ୍ରକାର ଶଙ୍କା ତା’ମନରେ ଉଙ୍କିମାରେ ଏବଂ ଅବଗତି ନ ହୋଇ ଲୀନ ହୋଇଯାଏ  । ଯେଉଁମାନେ ଏହା ଉପରେ ବିଶେଷ ତର୍ଜମା ଏବଂ ସାଧନା କରି ଲାଭାନ୍ବିତ ହୁଅନ୍ତି, ସେମାନେ କେବଳ ଜଗତକୁ ଉପଯୁକ୍ତ ଆଲୋକ ପ୍ରଦର୍ଶନ କରିବାପାଇଁ ସକ୍ଷମ ବୋଲାଇଥାଆନ୍ତି  । ଏଭଳି ମହାନୁଭବୀ ମହାତ୍ମାଙ୍କ ମଧ୍ୟରେ ଅନ୍ୟତମ ବ୍ରହ୍ମର୍ଷି ଶ୍ରୀଶ୍ରୀସତ୍ୟଦେବ  ।

ବଙ୍ଗଳାଭାଷୀ ଏହି ସିଦ୍ଧସାଧକଙ୍କର ଅନନ୍ୟ କୃତି ହେଉଛି—ସାଧନ ସମର । ଏହାକୁ ଦେବୀମାହାତ୍ମ୍ୟର ଆଧ୍ୟାତ୍ମିକ ବ୍ୟାଖ୍ୟା ଭାବରେ ଗ୍ରହଣ କରାଯାଏ  । ଏହା ଏତେଦୂର ପ୍ରାମାଣିକ ଯେ, ଶତାଧିକ ବର୍ଷ ହେଲା ଏହାର ବିଭିନ୍ନ ସଂସ୍କରଣ ପ୍ରକାଶିତ ହୋଇପାରିଛି  । ବଙ୍ଗଭାଷା ଛଡ଼ା ଦେବନାଗରୀ ଭାଷାରେ ମଧ୍ୟ ଏହା ପ୍ରକାଶିତ ହୋଇଛି  । ଉପାଦେୟତାକୁ ଲକ୍ଷ୍ୟକଲେ ଉତ୍କଳୀୟଙ୍କ ପାଇଁ ମଧ୍ୟ ବିଶେଷ ଲାଭଦାୟକ ହୋଇପାରିବ, ତେଣୁ ଆମ ପ୍ରକାଶନ ତରଫରୁ ଅନୁବାଦିକାଙ୍କର ପ୍ରଚେଷ୍ଟା ତଥା ଗ୍ରନ୍ଥର ବାସ୍ତବତାକୁ ସମ୍ମାନ ଦେଇ ଓଡ଼ିଆ ପାଠକଙ୍କ ପାଇଁ ତିନିଭାଗରେ ଏହା ପ୍ରକାଶ କରାଯାଇଛି  । ଗ୍ରନ୍ଥତ୍ରୟ ପାଠକଙ୍କର ଦେବୀମାହାତ୍ମ୍ୟ ଅନ୍ତର୍ଗତ ଅବାନ୍ତର ଶଙ୍କାକୁ ଉନ୍ମୋଚନକରି ଆଧ୍ୟାତ୍ମିକ ବିକାଶରେ ସହାୟକ ହେଲେ ଶ୍ରମ ସାର୍ଥକ ହେବ  ।

Weight 1.2 g
Dimensions 22 × 14 × 6 cm
specification

70 gsm NS

language

Odia

book-type

Special Paper Back

format

Paperback

Author

Satyadeva

Translator/Editor

Kanchana mala mishra

1 review for SADHANA SAMARA (3 Books Set)

  1. Satyabrata Padhy

    This book need no review, i may salute the transalator for her tireless effort. Nodoubt this book will help the readers to create a vedic approach of Maa Durga or Sri Sri Chandi.

Add a review

You may also like…

  • -17% ATMAGYANARA ADHARA  SRIMADBHAGABADGITA ଆତ୍ମଜ୍ଞାନର ଆଧାର ଶ୍ରୀମଦ୍‌ଭଗବଦ୍ଗୀତା

    ATMAGYANARA ADHARA SRIMADBHAGABADGITA ଆତ୍ମଜ୍ଞାନର ଆଧାର ଶ୍ରୀମଦ୍‌ଭଗବଦ୍ଗୀତା

    ଶ୍ରୀମଦ୍ ଭଗବଦ୍ ଗୀତା ମହାଭାରତ ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ମଧ୍ୟରେ ହୋଇଥିବା ଏକ କଥୋପକଥନ । ମହାଭାରତ ଯୁଦ୍ଧ ଦ୍ୱାପର ଯୁଗରେ କୁରୁବଂଶର ରାଜା ଧୃତରାଷ୍ଟ୍ରଙ୍କ…

    Original price was: ₹599.00.Current price is: ₹500.00. Add to cart
  • SOLD OUTNrusingha Purana Eka Adhyayana<br>ନୃସିଂହ ପୁରାଣ ଏକ ଅଧ୍ୟୟନ

    Nrusingha Purana Eka Adhyayana
    ନୃସିଂହ ପୁରାଣ ଏକ ଅଧ୍ୟୟନ

    ଲେଖକ ଡକ୍ଟର ପଦ୍ମନାଭ ସାହୁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ୨୦୧୯ମଃ ନିମନ୍ତେ ବୟୋଜ୍ୟେଷ୍ଠ ସାରସ୍ୱତ ସାଧକ ଭାବରେ ୧୫ ଡିସେମ୍ବର ୨୦୨୦ ମସିହାରେ ସମ୍ବର୍ଦ୍ଧିତ ହୋଇଛନ୍ତି…

    Original price was: ₹299.00.Current price is: ₹250.00. Read more
  • -17% BHAGABADGITA ଗୀତା

    BHAGABADGITA ଗୀତା

    Writen By : Swami Chidbhabananda Translated By : Er Gandharba Charana Behera Edited By : Sarat Kumar Kar 1st Revised Edition…

    Original price was: ₹599.00.Current price is: ₹500.00. Add to cart
  • -15% Yoga Rahashya (ଯୋଗ ରହସ୍ୟ)

    Yoga Rahashya (ଯୋଗ ରହସ୍ୟ)

    By Brahmarshi Satyadeva & Translated By Kanchana mala Mishra. 2nd revised edition is now available. Also Available @

    Original price was: ₹399.00.Current price is: ₹340.00. Add to cart