Loading...
Sale!

ATMAGYANARA ADHARA SRIMADBHAGABADGITA ଆତ୍ମଜ୍ଞାନର ଆଧାର ଶ୍ରୀମଦ୍‌ଭଗବଦ୍ଗୀତା

(1 customer review)

Original price was: ₹599.00.Current price is: ₹500.00.

ଶ୍ରୀମଦ୍ ଭଗବଦ୍ ଗୀତା ମହାଭାରତ ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ମଧ୍ୟରେ ହୋଇଥିବା ଏକ କଥୋପକଥନ । ମହାଭାରତ ଯୁଦ୍ଧ ଦ୍ୱାପର ଯୁଗରେ କୁରୁବଂଶର ରାଜା ଧୃତରାଷ୍ଟ୍ରଙ୍କ ପୁତ୍ର ଓ ତାଙ୍କ ସାନଭାଇ ପଣ୍ଡୁଙ୍କ ପୁତ୍ରମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉଭୟେ କୁରୁବଂଶୀୟ ହେଲେ ମଧ୍ୟ ଧୃତରାଷ୍ଟ୍ରଙ୍କ ପୁତ୍ରମାନେ କୌରବ ଓ ପଣ୍ଡୁଙ୍କ ପୁତ୍ରମାନେ ପାଣ୍ଡବ ଭାବେ ପରିଚିତ । ଏ ଯୁଦ୍ଧ ସ୍ଥଳ କୁରୁବଂଶୀୟ ରାଜାମାନଙ୍କ ଅଧିନରେ ଥିବା ଏକ ବିସ୍ତୀର୍ଣ୍ଣ ସମତଳ ଭୂମି ଯାହା କି ଧର୍ମ୍ମୀୟ ଅନୁଷ୍ଠାନ ପାଇଁ ଉଦ୍ଦିଷ୍ଟ ଥିଲା । ସେଥିପାଇଁ ଗୀତାରେ ଏ ଯୁଦ୍ଧ କ୍ଷେତ୍ରକୁ ଧର୍ମକ୍ଷେତ୍ର କୁରୁକ୍ଷେତ୍ର କୁହାଯାଇଛି । ଏ ଯୁଦ୍ଧ ଧୃତରାଷ୍ଟ୍ରଙ୍କର ଶହେ ପୁତ୍ର ଓ ପାଣ୍ଡବ ପାଞ୍ଚଭାଇ ମଧ୍ୟରେ ହୋଇଥିଲା । କୌରବ ମାନଙ୍କର ଯୁବରାଜ ଥିଲେ ଦୁର୍ଯ୍ୟୋଧନ ଓ ତାଙ୍କ ସହିତ ଥିଲେ ପିତାମହ ଭୀଷ୍ମ, ଗୁରୁ ଦ୍ରୋଣ ଇତ୍ୟାଦି ଅନ୍ୟାନ୍ୟ ଯୋଦ୍ଧା । ପାଣ୍ଡବମାନଙ୍କର ପାଞ୍ଚ ଭାଇମାନଙ୍କର ମଧ୍ୟରେ ଅର୍ଜୁନ ପ୍ରଧାନ ସେନାପତି ଥିଲେ । ଅର୍ଜୁନଙ୍କ ରଥରେ ଭଗବାନ ଶ୍ରୀକୃଷ୍ଣ ସାରଥି ହୋଇଥିଲେ । ଧୃତରାଷ୍ଟ୍ର ରାଜାଙ୍କୁ ଜଣେ ଜ୍ଞାନୀ ବ୍ୟକ୍ତି ଯୁଦ୍ଧକ୍ଷେତ୍ରରେ ଭଗବାନ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ମଧ୍ୟରେ ହୋଇଥିବା ସମସ୍ତ କଥୋପକଥନକୁ ସଂସ୍କୃତ ଗୀତ ମାଧ୍ୟମରେ ବର୍ଣ୍ଣନା କରିଅଛନ୍ତି । ସେଥିପାଇଁ ବୋଧ ହୁଏ ଏହା ଗୀତା ନାମରେ ପରିଚିତ ।

7 in stock

Description

ଶ୍ରୀମଦ୍ଭଗବଦ୍ଗୀତାର ଉଦ୍ଦେଶ୍ୟ
ଗୀତାର ପ୍ରଧାନ ଉଦ୍ଦେଶ୍ୟ ହେଉଛି ମନୁଷ୍ୟମାନଙ୍କୁ ଅହଙ୍କାର, ମୋହ ଓ ଭୟକୁ ଦୂରେଇ ଦେଇ କର୍ମ ତ୍ୟାଗ ନ କରି ଏହାକୁ ସୁଚାରୁ ରୂପେ ସମ୍ପାଦନା କରିବା । ଅର୍ଜୁନ ତାଙ୍କ ଜୀବନରେ ବହୁତ ଯୁଦ୍ଧ କରି ଜୟ ଲାଭ କରିଛନ୍ତି । ସେ ଯୁଦ୍ଧରେ ବହୁତ ଯୋଦ୍ଧା ଓ ବୀର ସୈନିକଙ୍କୁ ମାରିଛନ୍ତି । ପୂର୍ବ ବିଜୟର ଅହଂକାର ସହ ଏ ଯୁଦ୍ଧକୁ ସେ ସ୍ୱଇଚ୍ଛାରେ ମଧ୍ୟ ଆସିଛନ୍ତି କିନ୍ତୁ ଯୁଦ୍ଧ ମଧ୍ୟରେ ତାଙ୍କ ବିପକ୍ଷରେ ଲଢ଼ି ମରିବା ପାଇଁ ପ୍ରସ୍ତୁତ ସେନାଙ୍କ ମଧ୍ୟରେ ନିଜର ଆତ୍ମୀୟ ଓ ଗୁରୁ ସ୍ଥାନୀୟ ବୀରମାନଙ୍କୁ ଦେଖି ସେମାନଙ୍କର ମୃତ୍ୟୁ ଜନିତ ଦୁଃଖରେ ବିବ୍ରତ ହୋଇଛନ୍ତି । ଏହା ଥିଲା ତାଙ୍କର ମୋହ । ଏ ଯୁଦ୍ଧରେ ସେ ନିଜ ବଂଶଜ ବୀରମାନଙ୍କୁ ମାରିବା ଦ୍ୱାରା ସେ ପାପ କରିବେ ଓ ବଂଶ ନାଶର ଦୋଷ ପାଇଁ ପରଜନ୍ମରେ ଦୁଃଖ ଭୋଗ କରିବା ଥିଲା ତାଙ୍କର ଭୟ । ଏହି ଅହଙ୍କାର, ମୋହ ଓ ଭୟ ସମସ୍ତ ମନୁଷ୍ୟମାନଙ୍କ ଜୀବନର ଏକ ଅନିବାର୍ଯ୍ୟ ଘଟଣା । ଏପରି ଭାବନା ମନୁଷ୍ୟମାନଙ୍କର ଅଜ୍ଞାନ ଯୋଗୁଁ ହୋଇଥାଏ । ଶ୍ରୀକୃଷ୍ଣ ଅର୍ଜୁନଙ୍କ ମାଧ୍ୟମରେ ସମଗ୍ର ମନୁଷ୍ୟ ଜାତିକୁ କର୍ମରୁ ବିମୁଖ ନ ହୋଇ କର୍ମକୁ ଠିକ୍ ଭାବରେ କରିବା ପାଇଁ କର୍ମ, ଜ୍ଞାନ ଓ ଭକ୍ତି ମାର୍ଗରେ ଉପଦେଶ ଦେଇ ଅହଙ୍କାର, ମୋହ ଓ ଭୟରୁ ଉଦ୍ଧାର ଯାହା ମନୁଷ୍ୟକୁ ଈଶ୍ୱର ପ୍ରାପ୍ତ କରାଇଥାଏ ତାହା ପାଇବାର ଉପାୟ ବତାଇଛନ୍ତି । ଗୀତା ହିନ୍ଦୁମାନଙ୍କର ଏକ ଆରାଧ୍ୟ ଦେବତା ଶ୍ରୀକୃଷ୍ଣଙ୍କ ମାଧ୍ୟମରେ ବର୍ଣ୍ଣନା କରାଯାଇଥିବାରୁ ଏହା ଏକ ହିନ୍ଦୁ ଧର୍ମର ଗ୍ରନ୍ଥ ଭାବେ ପରିଚିତ ।
ଏହା ଏକ ଗୁରୁ ଶିଷ୍ୟ ସମ୍ବାଦ । ପ୍ରକୃତରେ ଶ୍ରୀକୃଷ୍ଣ ଏକ କର୍ମ, ଜ୍ଞାନ ଓ ଭକ୍ତିପୂର୍ଣ୍ଣ ପ୍ରେରଣାର ଉତ୍ସ ଯେ ପରାକ୍ରମୀ ଅର୍ଜୁନଙ୍କୁ ଅକ୍ରିୟ (ମାନସିକ ଅବସାଦଗ୍ରସ୍ଥ) ଅବସ୍ଥାରୁ ସକ୍ରିୟ କରିପାରିଛନ୍ତି । ଶ୍ରୀକୃଷ୍ଣଙ୍କ କଥା ଯେ ଶୁଣି ବୁଝିବ ସେ ଯେତେ ମୋହାଚ୍ଛନ୍ନ ହୋଇଥିଲେ ମଧ୍ୟ ତାର ମୋହ କ୍ଷୟ ହେବ ଓ ସେ କୌଣସି କର୍ମ (ସ୍ୱଧର୍ମ) କରିବା ପାଇଁ କୁଣ୍ଠାବୋଧ କରିବ ନାହିଁ । ଗୀତା, ସମସ୍ତଙ୍କୁ କର୍ମ ମାଧ୍ୟମରେ ମୁକ୍ତି ପାଇବାର ଉପାୟ ଦେଖାଇ ଅଛି । ଏହା ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଗ୍ରହଣଯୋଗ୍ୟ ହୋଇଥିବାରୁ ଏକ ସର୍ବଜନାଦୃତ ପଠନୀୟ ପୁସ୍ତକ ।

Additional information

Weight .5 g
Dimensions 22 × 14 × 4 cm
book-type

Special Paper Back

format

Paperback

language

Odia

size

Demai

specification

60 GSM Stora Creamy

1 review for ATMAGYANARA ADHARA SRIMADBHAGABADGITA ଆତ୍ମଜ୍ଞାନର ଆଧାର ଶ୍ରୀମଦ୍‌ଭଗବଦ୍ଗୀତା

  1. Prof P K Satapathy

    ଶ୍ରୀକୃଷ୍ଣଙ୍କ କଥା ଯେ ଶୁଣି ବୁଝିବ ସେ ଯେତେ ମୋହାଚ୍ଛନ୍ନ ହୋଇଥିଲେ ମଧ୍ୟ ତାର ମୋହ କ୍ଷୟ ହେବ ଓ ସେ କୌଣସି କର୍ମ (ସ୍ୱଧର୍ମ) କରିବା ପାଇଁ କୁଣ୍ଠାବୋଧ କରିବ ନାହିଁ ।

Add a review

Your email address will not be published. Required fields are marked *

You may also like…

Quick Navigation
×
×

Cart

Buy for 699.00 more and get free shipping