SADHANA SAMARA (3 Books Set)
Original price was: ₹660.00.₹540.00Current price is: ₹540.00.
- Set of 3 Books By Brahmarshi Satyadeva & Translated By Kanchana mala Mishra.
- 2nd revised edition is now available.
- The elaborative study of Sri Sri Chandi or Devi Mahatmya yet published.
Description
ସାଧନ-ସମର ପରମଗୁରୁ ବ୍ରହ୍ମର୍ଷି ଶ୍ରୀଶ୍ରୀ ସତ୍ୟଦେବ ଠାକୁରଙ୍କର ଏକ ଦୁର୍ମୂଲ୍ୟ କୃତି । ଦେବୀ ମାହାତ୍ମ୍ୟ ବା ଶ୍ରୀଶ୍ରୀ ଚଣ୍ଡୀର ଆଧ୍ୟାତ୍ମିକ ବ୍ୟାଖ୍ୟା ଭାବେ ବଙ୍ଗ ସାହିତ୍ୟରେ ଅନେକ ବର୍ଷରୁ ଆଦୃତ । ତିନିଖଣ୍ଡରେ ବିଭକ୍ତ ଏହି ଗ୍ରନ୍ଥରତ୍ନଟି ବ୍ରହ୍ମଗ୍ରନ୍ଥି ଭେଦ, ବିଷ୍ଣୁଗ୍ରନ୍ଥି ଭେଦ ଓ ରୁଦ୍ରଗ୍ରନ୍ଥି ଭେଦ ଭାବେ ଖ୍ୟାତ ହୋଇଛି । ହିନ୍ଦୁଶାସ୍ତ୍ରରେ ସର୍ବସମ୍ମତ ଦୁର୍ଗା ସପ୍ତଶତୀ ଗ୍ରନ୍ଥ, ଯାହାର ଅନ୍ୟନାମ ଶ୍ରୀଶ୍ରୀ ଚଣ୍ଡୀ ମାର୍କଣ୍ଡେୟ ପୁରାଣରୁ ଆନୀତ । ଏହା ଅଷ୍ଟାଦଶ ପୁରାଣ ଅନ୍ତର୍ଭୁକ୍ତ ଏକ ବିଶେଷ ପୁରାଣ । ଏଥିରେ ଭଗବତୀଙ୍କର ରହସ୍ୟ ଉନ୍ମୋଚନ ସମେତ ଆଖ୍ୟାନ ସ୍ଥାନୀତ ହୋଇଛି । ତନ୍ମଧ୍ୟସ୍ଥ ଦୁର୍ଗା ସପ୍ତଶତୀ ଅଂଶରେ ଦେବୀଙ୍କର ଅପାର କୃପା ଓ ଇତିହାସ ସମେତ ଗୂଢ଼ ସାଧନ ରହସ୍ୟ ପରିକୀର୍ତ୍ତିତ ହୋଇଛି । କର୍ମ, ଭକ୍ତି ଓ ଜ୍ଞାନର ତ୍ରିିବିଧ ମନ୍ଦାକିନୀ ପ୍ରବାହିତ କରିପାରୁଥିବା ଉକ୍ତ ଗ୍ରନ୍ଥଟି ଭକ୍ତମାନଙ୍କ ପାଇଁ ବାଞ୍ଛାକଳ୍ପତରୁ ସଦୃଶ । ଏହାଦ୍ୱାରା ସକାମ ଭକ୍ତ ମନ୍ତ୍ରୋଭିଳଷିତ ଦୁର୍ଲ୍ଲଭତମ ବସ୍ତୁ ପ୍ରାପ୍ତ କଲାବେଳେ ନିଷ୍କାମ ଭକ୍ତ ପରମ ଦୁର୍ଲ୍ଲଭ ମୋକ୍ଷ ପ୍ରାପ୍ତି କରିବାକୁ ସକ୍ଷମ ହୁଏ ।
କଲ୍ୟାଣମୟୀ ମା’ ଜଗତର ଅଶେଷ କଲ୍ୟାଣ ନିମନ୍ତେ ଧରାବତରିତ ହେବା ଶାସ୍ତ୍ରସିଦ୍ଧ । ‘ଶ୍ରୀଶ୍ରୀଚଣ୍ଡୀ ବା ଦୁର୍ଗାସପ୍ତଶତୀ’ ଉକ୍ତ ଶାସ୍ତ୍ର ମଧ୍ୟରୁ ଅନ୍ୟତମ । ଏଥିରେ ଦେବୀଙ୍କର ମାହାତ୍ମ୍ୟ ପ୍ରକୀର୍ତ୍ତିତ ହୋଇଛି । ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ଏହି ଅଂଶ ଶ୍ଳୋକ, ଅର୍ଦ୍ଧଶ୍ଳୋକ ଓ ଉବାଚ ସମେତ ସାତଶହ ମନ୍ତ୍ରବିଶିଷ୍ଟ ଅଟେ । ସାଧକ ଅନେକ କ୍ଷେତ୍ରରେ ଏହାର ଉପଯୋଗକରି ବିଶେଷ ଲାଭାନ୍ବିତ ହୋଇଥିବାର ପ୍ରମାଣ ରହିଛି । ଧର୍ମ-ଅର୍ଥ-କାମ-ମୋକ୍ଷ ପ୍ରଦାୟିନୀ ମା’ ଦୁର୍ଗା ଅନେକରୂପରେ ପ୍ରବିଦିତା । ତହିଁରୁ ମହାଲକ୍ଷ୍ମୀ-ମହାକାଳୀ-ମହାସରସ୍ୱତୀ ବିଶେଷଭାବେ ପ୍ରସିଦ୍ଧ । ଦେବୀମାନଙ୍କର ଉପାସନା ଅନେକ ପ୍ରକାରେ କରାଯାଉଥିଲେ ହେଁ ସମ୍ପୁଟିତ ଓ ବିଧିବତ୍ ଆରାଧନାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏଭଳି ପାରାୟଣ କରୁଥିବା ବ୍ୟକ୍ତି ନିଶ୍ଚିତଭାବେ ସିଦ୍ଧିଯୋଗ୍ୟହୋଇଥାଆନ୍ତି । ଏହାଭିନ୍ନ ଦେବୀ ଆବିର୍ଭାବର ସ୍ୱତନ୍ତ୍ର ତିଥି ମଧ୍ୟ ରହିଛି, ଯେଉଁଥିରେ ସାଧକ ବିଶେଷ ଉପଚାର ସହ ପୂଜାର୍ଚ୍ଚନା କରିଥାଏ । ଏସବୁ କ୍ରିୟାକାଳରେ ମନ୍ତ୍ର-ତନ୍ତ୍ର ଓ ଯନ୍ତ୍ରର ପ୍ରୟୋଗକୁ ନେଇ ଅନେକ ପ୍ରକାର ଶଙ୍କା ତା’ମନରେ ଉଙ୍କିମାରେ ଏବଂ ଅବଗତି ନ ହୋଇ ଲୀନ ହୋଇଯାଏ । ଯେଉଁମାନେ ଏହା ଉପରେ ବିଶେଷ ତର୍ଜମା ଏବଂ ସାଧନା କରି ଲାଭାନ୍ବିତ ହୁଅନ୍ତି, ସେମାନେ କେବଳ ଜଗତକୁ ଉପଯୁକ୍ତ ଆଲୋକ ପ୍ରଦର୍ଶନ କରିବାପାଇଁ ସକ୍ଷମ ବୋଲାଇଥାଆନ୍ତି । ଏଭଳି ମହାନୁଭବୀ ମହାତ୍ମାଙ୍କ ମଧ୍ୟରେ ଅନ୍ୟତମ ବ୍ରହ୍ମର୍ଷି ଶ୍ରୀଶ୍ରୀସତ୍ୟଦେବ ।
ବଙ୍ଗଳାଭାଷୀ ଏହି ସିଦ୍ଧସାଧକଙ୍କର ଅନନ୍ୟ କୃତି ହେଉଛି—ସାଧନ ସମର । ଏହାକୁ ଦେବୀମାହାତ୍ମ୍ୟର ଆଧ୍ୟାତ୍ମିକ ବ୍ୟାଖ୍ୟା ଭାବରେ ଗ୍ରହଣ କରାଯାଏ । ଏହା ଏତେଦୂର ପ୍ରାମାଣିକ ଯେ, ଶତାଧିକ ବର୍ଷ ହେଲା ଏହାର ବିଭିନ୍ନ ସଂସ୍କରଣ ପ୍ରକାଶିତ ହୋଇପାରିଛି । ବଙ୍ଗଭାଷା ଛଡ଼ା ଦେବନାଗରୀ ଭାଷାରେ ମଧ୍ୟ ଏହା ପ୍ରକାଶିତ ହୋଇଛି । ଉପାଦେୟତାକୁ ଲକ୍ଷ୍ୟକଲେ ଉତ୍କଳୀୟଙ୍କ ପାଇଁ ମଧ୍ୟ ବିଶେଷ ଲାଭଦାୟକ ହୋଇପାରିବ, ତେଣୁ ଆମ ପ୍ରକାଶନ ତରଫରୁ ଅନୁବାଦିକାଙ୍କର ପ୍ରଚେଷ୍ଟା ତଥା ଗ୍ରନ୍ଥର ବାସ୍ତବତାକୁ ସମ୍ମାନ ଦେଇ ଓଡ଼ିଆ ପାଠକଙ୍କ ପାଇଁ ତିନିଭାଗରେ ଏହା ପ୍ରକାଶ କରାଯାଇଛି । ଗ୍ରନ୍ଥତ୍ରୟ ପାଠକଙ୍କର ଦେବୀମାହାତ୍ମ୍ୟ ଅନ୍ତର୍ଗତ ଅବାନ୍ତର ଶଙ୍କାକୁ ଉନ୍ମୋଚନକରି ଆଧ୍ୟାତ୍ମିକ ବିକାଶରେ ସହାୟକ ହେଲେ ଶ୍ରମ ସାର୍ଥକ ହେବ ।
Additional information
Weight | 1.2 g |
---|---|
Dimensions | 22 × 14 × 6 cm |
specification | 70 gsm NS |
language | Odia |
book-type | Special Paper Back |
format | Paperback |
size | Demai |
Author | Satyadeva |
Translator/Editor | Kanchana mala mishra |
Satyabrata Padhy –
This book need no review, i may salute the transalator for her tireless effort. Nodoubt this book will help the readers to create a vedic approach of Maa Durga or Sri Sri Chandi.