Loading...

SADHAKANKU UPADESHA ସାଧକଙ୍କୁ ଉପଦେଶ

(1 customer review)

0.00

ପରମ ପୂଜ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କର “ସାଧକଙ୍କୁ ଉପଦେଶ”

A collection of 108 condensed teachings of Srimat Swami Chidanandaji Moharaj.

ଆଧ୍ୟାତ୍ମିକ କ୍ଷେତ୍ରରେ ଆପଣମାନଙ୍କର ପରମଶ୍ରେୟ ସଫଳତା, ସିଦ୍ଧି ଓ କଲ୍ୟାଣ ନିମନ୍ତେ ଏହି ଉପଦେଶ ସମୂହ ପରିବେଷିତ ହୋଇଛି । ଅସତ୍‌ରୁ ସତ୍‌, ଅଜ୍ଞାନ ଅନ୍ଧକାରରୁ ଜ୍ଞାନାଲୋକ ତଥା ଭୟପ୍ରଦ ମୃତ୍ୟୁରୁ ନିର୍ଭୟ ଆତ୍ମତତ୍ତ୍ୱ ଓ ଅମୃତତ୍ୱ ଅଭିମୁଖେ ଅଗ୍ରସର ହୋଇ ଯାଇଥିବା ମହାନ୍‌ ଆଧ୍ୟାତ୍ମିକ ରାଜରାସ୍ତାରେ ଆପଣମାନଙ୍କୁ ଗୋଟିଏ ଗୋଟିଏ ଗତିଶୀଳ ପ୍ରଜ୍ୱଳିତ ପ୍ରଦୀପ ରୂପରେ ପ୍ରସ୍ତୁତ କରିବା ନିମନ୍ତେ ଏହି ଉପଦେଶମାଳା କାର୍ଯ୍ୟ କରିବ । ଏହି ଉପଦେଶାତ୍ମକ ପ୍ରବଚନ ମାଳା ଅନ୍ୟ ଆଧ୍ୟାତ୍ମିକ ସହଯାତ୍ରୀ ମାନଙ୍କୁ ଆଲୋକ ଦେଖାଇବା ଦିଗରେ ଆପଣମାନଙ୍କୁ ସମର୍ଥ କରି ଗଢି ତୋଳବ ଓ ସାହାଯ୍ୟ କରିବ । ପୁନଶ୍ଚ ପରମପୂଜ୍ୟ ଶ୍ରୀ ଗୁରୁ ମହାରାଜଙ୍କ ଚରଣ କମଳରେ ଆପଣମାନଙ୍କ ଆଧ୍ୟାତ୍ମିକ ପ୍ରଗତି ଓ ଅଶେଷ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରିବା, ତଥା ଆପଣମାନଙ୍କ ପ୍ରତି ମୋ ଅନ୍ତରର ଗଭୀର ପ୍ରେମ, ଶ୍ରଦ୍ଧା ଓ ଶୁଭେଚ୍ଛା ଜ୍ଞାପନ କରିବା ଉଦ୍ଦେଶ୍ୟରେ ଏହି ଉପଦେଶମୂଳକ ପ୍ରବଚନମାଳାର ଅବତାରଣା କରାଯାଇଛି ।

Description

ସମ୍ପାଦକୀୟ ….

ଧ୍ୟାନମୂଳଂ ଗୁରୋର୍ମୂର୍ତ୍ତି ପୂଜାମୂଳଂ ଗୁରୋଃ ପଦମ୍ ।
ମନ୍ତ୍ରମୂଳଂ ଗୁରୋର୍ବାକ୍ୟଂ ମୋକ୍ଷମୂଳଂ ଗୁରୋଃ କୃପା ॥ (ଗୁରୁଗୀତା-୫୦
ଅର୍ଥାତ୍‌ ଧ୍ୟାନର ମୂଳ ଗୁରୁମୂର୍ତ୍ତି, ପୂଜାର ମୂଳ ଗୁରୁପଦ, ମନ୍ତ୍ରର ମୂଳ ଗୁରୁବାକ୍ୟ, ମୋକ୍ଷର ମୂଳ ଗୁରୁକୃପା ।

ତେଣୁ ପ୍ରତ୍ୟେକଙ୍କ ଜୀବନରେ ଗୁରୁଙ୍କର ଆବଶ୍ୟକତା ସର୍ବୋପରି । କାରଣ ଆଧ୍ୟାତ୍ମିକ ପଥ ବହୁ ପ୍ରତିବନ୍ଧକରେ ପରିପୂର୍ଣ୍ଣ । ଗୁରୁ ନିରାପଦରେ ସାଧକଙ୍କୁ ପରିଚାଳିତ କରନ୍ତି ଏବଂ ସମସ୍ତ ପ୍ରକାର ପ୍ରତିବନ୍ଧକ ତଥା କଷ୍ଟ ନିବାରଣ କରିଥାନ୍ତି । ଗୁରୁ, ଈଶ୍ୱର, ବ୍ରହ୍ମ, ସତ୍ୟ ସବୁକିଛି ଏକ ଅଟନ୍ତି । ପ୍ରଗାଢ଼ ଭକ୍ତି ସହକାରେ ଗୁରୁଙ୍କର ସେବା କରିଚାଲ । ସାଧ୍ୟମତେ ତାଙ୍କୁ ସମସ୍ତ ପ୍ରକାରେ ସନ୍ତୁଷ୍ଟ କର । ଆତ୍ମା ପରି ମନକୁ ଗୁରୁଙ୍କ ଠାରେ ଯୁକ୍ତକରି ରଖ । ନିର୍ବିଚାରରେ ଗୁରୁଙ୍କୁ ମାନ । ତାଙ୍କର ବଚନ ସମୂହ ତୁମ ପକ୍ଷେ ଆପ୍ତବାକ୍ୟ ସଦୃଶ୍ୟ ମନେ କରିପାରିଲେ ଯାଇ ତୁମେ ଅଗ୍ରଗତି କରିବ । ତୁମେ ତାଙ୍କର କୃପା ଲାଭ କରିପାରିବ । ଏହା ବ୍ୟତିତ ଅନ୍ୟ କୌଣସି ପନ୍ଥା ନାହିଁ ।
ଈଶ୍ୱର ଜ୍ଞାନରେ ଗୁରୁଙ୍କୁ ପୂଜା କରିବାକୁ ହେବ । ତାଙ୍କ ପାଖରେ ଈଶ୍ୱର ଏବଂ ବ୍ରହ୍ମଙ୍କର ସମଗ୍ର ଗୁଣ ଆରୋପିତ କରିବାକୁ ପଡ଼ିବ । ତାଙ୍କୁ ଭଗବାନଙ୍କର ପ୍ରକୃତ ଅବତାର ଭାବରେ ଗ୍ରହଣ କରିବାକୁ ହେବ । ଗୁରୁଙ୍କ ଦୁର୍ଗୁଣ ପ୍ରତି ଦୃଷ୍ଟିପାତ ନ କରି କେବଳ ତାଙ୍କ ଠାରେ ଦିବ୍ୟତ୍ୱ ଅବଲୋକନ କରିବା ଉଚିତ, ତେବେ ଯାଇ ଗୁରୁଙ୍କ ଭିତରେ ଏବଂ ଗୁରୁଙ୍କ ମାଧ୍ୟମରେ ବ୍ରହ୍ମୋପଲବ୍ଧି କରିହେବ ।
ଗୁରୁଙ୍କର ସାନ୍ନିଧ୍ୟ ବ୍ୟତିରେକ ଅସଦ୍ ଗୁଣ ପରିପୂର୍ଣ୍ଣ ପାର୍ଥିବ ସଂସ୍କାର ଗୁଡ଼ିକର ଏବଂ ମୋହଗ୍ରସ୍ତ ସାଂସାରିକ ବ୍ୟକ୍ତିଙ୍କର ପରିତ୍ରାଣ ନାହିଁ । ସାଧକ ଯେତିକି ପ୍ରଗାଢ଼ ଭକ୍ତି ସହକାରେ ଗୁରୁଙ୍କର ସେବାରେ ନିଯୁକ୍ତ ରହେ, ସେତିକି ଶୀଘ୍ର ତାହାର ହୃଦୟ ପବିତ୍ର ହୋଇଉଠିବ । ଏହା ଆତ୍ମଶୁଦ୍ଧିର ସହଜ ଏବଂ ନିଶ୍ଚିତ ପନ୍ଥା ଅଟେ ।
ଅତଃ ମୋକ୍ଷାଭିଳାଷୀ ଜୀବ ଗୁରୁଙ୍କର ବାକ୍ୟକୁ ବେଦ ବାକ୍ୟ ମନେକରି ସାଧନାରେ ଲାଗିଯିବା ବାଞ୍ଛନୀୟ । ଗୁରୁ ସର୍ବଦା ତୁମପାଇଁ ଉପକାର ନିମନ୍ତେ ଯେଉଁ ସମସ୍ତ  ଆଶ୍ୱାସ ବାଣୀ ପ୍ରଦାନ କରନ୍ତି ସେଗୁଡିକ ମନେରଖି କାର୍ଯ୍ୟରେ ରୂପାନ୍ତର କରିବା ସବୁଠାରୁ ବଡ ସମସ୍ୟା । କାରଣ ସବୁ ପ୍ରକାର ସାଧକ ସମସ୍ତ ବାକ୍ୟକୁ ମୂଖସ୍ତ କରିବା ଏବଂ ବାସ୍ତବ କ୍ଷେତ୍ରରେ ରୂପାନ୍ତରୀତ କରିବା ସହଜ ସାଧ୍ୟ ନୁହେଁ । ଗୁରୁଦେବ କୃପାକରି ଯେେତବେଳେ ଯାହାସବୁ ଉପଦେଶ ଦିଅନ୍ତି ସେଗୁଡିକୁ ଅନ୍ତର୍ମନରେ ଲିପିବଧ କରିନେବା ସମସ୍ତଙ୍କ କ୍ଷେତ୍ରରେ ସମ୍ଭବପର ହୋଇ ନ ଥାଏ । ତାଙ୍କ ଆଶୀର୍ବଚନ ଗୁଡିକ ସମ୍ମୁଖରେ ବେଶ୍‌ ହୃଦୟସ୍ପର୍ଶୀ ମନେହେଲ ବି ପରବର୍ତ୍ତୀ କାଳରେ ସ୍ମରଣ କରାଯାଇପାରେ ନାହିଁ କି ଯେତିକି ସ୍ମରଣ ରହେ ତାହା ବି ପର୍ଯ୍ୟାପ୍ତ ହୁଏ ନାହିଁ । ତେଣୁ ସାଧକକୁ ସବୁବେଳେ ଗୁରୁବାକ୍ୟ ସହିତ ଯୋଡିହୋଇ ରହିବା ପାଇଁ ଉପଦେଶ ପରକ ପୁସ୍ତକଟିଏ ଦରକାର ହୁଏ । ସେଭଳି ଏକ ପୁସ୍ତକ ହେଉଛି ‘‘ସାଧକଙ୍କୁ ଉପଦେଶ’’ । ଏଥିରେ କଣ୍ଠାହାର ସଦୃଶ ୧୦୮ ଗୋଟି ଉପଦେଶକୁ ପ୍ରକାଶ କରାଯାଉଛି, ଯାହା ସବୁଶ୍ରେଣୀର ସାଧକ ସେ ନବାଗତ ହୁଅନ୍ତୁ କି ପୁରାତନ ସମସ୍ତଙ୍କ ପାଇଁ ନିଶ୍ଚିତ ଉପାଦେୟ ହେବ । ଏଭଳି ଅନେକ ଉପଦେଶ ଆମେ ଆଗରୁ ପଢିଥାଇ ପାରୁ ମାତ୍ର ଏକତ୍ର ଗୋଟିଏ ସ୍ଥାନରେ ପୁଣି ବିନା ମୂଲ୍ୟରେ ଲବ୍ଧହେବା ଗୁରୁ କୃପା ନୁହେଁ ତ ଆଉ କଣ ?

— ସମ୍ପାଦକ

Additional information

book-type

Free Edition, Paperback (pb)

language

Odia

price

Free

format

Paperback

size

Demy half

specification

Std 64 GSM

1 review for SADHAKANKU UPADESHA ସାଧକଙ୍କୁ ଉପଦେଶ

  1. Dillip Pallauri

    इसमें कोई संदेह नहीं है कि यह डीएलएस के श्रीमत स्वामी श्री चिदानंदजी सरस्वती की शिक्षाओं और उपदेशों वाली एक पुस्तक है, लेकिन संदर्भों या निकाले गए स्रोतों के साथ इसकी आवश्यकता थी। यदि पुस्तक में स्रोत होता तो यह बहुत महत्वपूर्ण होता और जीवन में प्रतिबिंबित करने के लिए पढ़ने लायक होता।

Add a review

Your email address will not be published. Required fields are marked *

You may also like…

Quick Navigation
×
×

Cart

Buy for 699.00 more and get free shipping