Loading...

Adarsha Charitra Samgraha ଆଦର୍ଶ ଚରିତ୍ର ସଂଗ୍ରହ

213.00

ଆଦର୍ଶ ଚରିତ୍ର ସଂଗ୍ରହ 69ଟି ଚରିତ୍ରର ସ୍ୱତନ୍ତ୍ର ସମାହାର । ଏଥିରେ ଜୀବନୀ ଉପରେ ଯେତିକି ମହତ୍ତ୍ୱ ଦିଆଯାଇଛି, ତତୋଽଧିକ ତାଙ୍କର ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ସନ୍ନିବେଶିତ ଶୀର୍ଷକଗୁଡ଼ିକ ଅତି ସରଳ ଓ ସାବଲୀଳ ଢ଼ଙ୍ଗରେ ପ୍ରସ୍ତୁତ କରାଯିବା ଲେଖିକାଙ୍କର ଅନନ୍ୟତା ଅଟେ । ଏହାକୁ ସେ ତାଙ୍କ ଶିକ୍ଷକତା ସମୟରେ ଅଭିଜ୍ଞତାରୁ ନିଶ୍ଚୟ ଆହରଣ କରିଛନ୍ତି, ଯାହାକୁ ସେ ଏହି ପୁସ୍ତକ ମାଧ୍ୟମରେ ଉପସ୍ଥାପନ କରିଅଛନ୍ତି । ଚରିତ୍ର ସବୁ ଏତିକିରେ ସୀମିତ ନ ହେଲେ ବି କତିପୟ ବିଶେଷ ଚରିତ୍ର ଏଥିରେ ସ୍ଥାନପାଇଛି, ଯେଁ ଗୁଡ଼ିକ ଅନନ୍ୟ ସାଧାରଣ ।
ଏପ୍ରକାର ପୁସ୍ତକକୁ ବିଦ୍ୟାଳୟରେ ପ୍ରଚଳନକରାଇ ବାଳକ-ବାଳିକାମାନଙ୍କ ଚରିତ୍ର ଗଠନରେ ଆଦର୍ଶବାଦର ସ୍ପର୍ଶ ଦିଆଯିବା ସହିତ ଶିକ୍ଷକ-ଶିକ୍ଷିକାମାନେ ନିଜ ନିଜର ନୈତିକ ପରିସୀମାକୁ ମଧ୍ୟ ବୃଦ୍ଧି କରିପାରିବେ । ସୁତରାଂ ଆତ୍ମିକ ମୂଲ୍ୟବୋଧ ବୃଦ୍ଧି ନିମନ୍ତେ, ପିତା-ମାତା ଓ ଗୁରୁଜନମାନେ ଏହି ପୁସ୍ତକଟିକୁ ଅନୁମୋଦନକରି ସନ୍ତାନ ସନ୍ତତିମାନଙ୍କର ଚରିତ୍ର ମାର୍ଜିତ କରିବାରେ ସହାୟକ ହୁଅନ୍ତୁ ।
— ପ୍ରକାଶକ

1 in stock (can be backordered)

Description

ଶ୍ରୀମତୀ ରେଣୁକା ମିଶ୍ର
1957 ମସିହା ଗଣେଶ ଚତୁର୍ଥୀରେ ଧରାବତରିତ ହୋଇଥିବା ଶିକ୍ଷିକା ଶ୍ରୀମତୀ ରେଣୁକା ମିଶ୍ର (M.A, BEd.) 35 ବର୍ଷର ଶିକ୍ଷକତା ପରେ ଏବେ ଅବସର ଜୀବନ କାଟୁଛନ୍ତି । ସେ ଶିକ୍ଷାବିତ୍ ଅବନୀଶ ରଥଙ୍କର ଧର୍ମପତ୍ନୀ ଭାବରେ ଯେତିକି ଗର୍ବ ଅନୁଭବ କରନ୍ତି, ତତୋଽଧିକ ଆନନ୍ଦ ପାଆନ୍ତି, ନିଜର ବାଳବତ୍ସଳ ଶିକ୍ଷକତା ପାଇଁ ସମାଜରୁ ସାଉଁଟିଥିବା ସମ୍ମାନ ଓ ଆଦର ସବୁକୁ ନେଇ । ପ୍ରକାଶନ କ୍ଷେତ୍ରରେ ‘‘ଆଦର୍ଶ ଚରିତ୍ର ସଂଗ୍ରହ’’ ପୁସ୍ତକଟି ଶ୍ରୀଗଣେଶ ହୋଇଥିଲେ ହେଁ, ସନ୍ନିବେଶିତ ଚରିତ୍ରଗୁଡ଼ିକ ବିଦ୍ୟାର୍ଥୀଙ୍କ ପାଇଁ ନିଶ୍ଚିତ ଉପଯୋଗୀ, ଯେଉଁଥିରୁ ଗୋଟିଏ ଆଦର୍ଶକୁ ନେଇ କୋଟିଏ ବାଳକ-ବାଳିକା ଚରିତ୍ର ଗଠନ କରିପାରିବେ ।

Additional information

Weight .2 g
Dimensions 22 × 14 × 2 cm
book-type

Special Paper Back

language

Odia

price

Cost Price

quality

Special Quality

size

Demai

specification

60 GSM Stora Creamy

You may also like…

Quick Navigation
×
×

Cart

Buy for 699.00 more and get free shipping