Loading...

ଶ୍ରୀମନ୍ଦିରରେ ଦେବଦର୍ଶନ କ୍ରମ (Debadarshana Krama)

15.00

ଗଜପତି ଶ୍ରୀ ପୁରୁଷୋତ୍ତମ ଦେବ ବିରଚିିତ
ମୁକ୍ତିଚିନ୍ତାମଣି ଅନୁସାରେ
ଶ୍ରୀମନ୍ଦିରରେ ଦେବଦର୍ଶନ କ୍ରମ ॥

ଓମ୍‌ ପ୍ରକାଶନ ମନ୍ଦିର, ପୁରୀ-୧

ସଂଗ୍ରାହକ : ପ୍ରୋ. ବ୍ରଜକିଶୋର ସ୍ୱାଇଁ
ISBN : 81-8270-308-7
5th Edition : 5MC (Ratha yatra-2023)

Description

ଗଜପତି ଶ୍ରୀ ପୁରୁଷୋତ୍ତମ ଦେବ ବିରଚିିତ ‘ମୁକ୍ତିଚିନ୍ତାମଣି’ ଅନୁସାରେ
 ॥ ଶ୍ରୀମନ୍ଦିରରେ ଦେବଦର୍ଶନ କ୍ରମ ॥

ପୂର୍ବଦିଶଂ ସମାରଭ୍ୟ ଆଗ୍ନେୟାଦିକ୍ରମାନ୍ୱିତମ୍‌ ।
ଉତ୍ତରଭାଗପର୍ଯ୍ୟନ୍ତଂ କୁର୍ଯ୍ୟାତ୍‌ ପ୍ରଦକ୍ଷିଣଂ ମହତ୍‌ ॥
ନାରାୟଣଂ ନମସ୍କୃତ୍ୟ ପୁନର୍ନାରାୟଣଂ ପରମ୍‌ ।
ସର୍ବଦେବମୟଂଚାନ୍ତେ ପଶ୍ୟନ୍ତି ପୁରୁଷୋତ୍ତମମ୍‌ ॥
ଫତେ ହନୁମାନ
ମନୋଜବଂ ମାରୁତତୁଲ୍ୟବେଗମ୍‌ ଜିତେନ୍ଦ୍ରିୟଂ ବୁଦ୍ଧିମତାଂ ବରିଷ୍ଠମ୍‌ ॥
ବାତାତ୍ମଜଂ ବାନରଯୂଥମୁଖଂ ତଂ ରାମଦୂତଂ ଶରଣଂ ପ୍ରପଦ୍ୟେ ॥
ହେ ହନୁମାନ ! ତୁମେ ମନଭଳି ଦ୍ରୁତଗାମୀ । ପବନର ବେଗ ଭଳି ବେଗଶୀଳ । ତୁମେ ଜିତେନ୍ଦ୍ରିୟ । ତୁମେ ବୁଦ୍ଧିମାନମାନଙ୍କ ମଧ୍ୟରେ ବରିଷ୍ଠ । ତୁମେ ବାନରମାନଙ୍କର ଅଧିପ, ପବନସୁତ । ତୁମେ ଶ୍ରୀରାମଚନ୍ଦ୍ରଙ୍କ ଦୂତ । ତୁମର ଶରଣାପନ୍ନ ହେଉଛି ।
ପତିତପାବନ
ପତିତାନାଂ ପତିତୋ ହଂ ତ୍ୱମେବ ପାପହାରକଃ ।
ପାବନପୁରୁଷ ! ଦେହି ନିଶ୍ଚଳାଂ ଭକ୍ତି ମେ ବିଭୋ ॥
ହେ ପତିତପାବନ ! ପତିତମାନଙ୍କ ମଧ୍ୟରୁ ମୁଁ ଅତିବଡ଼ ପତିତ । ତୁମେ ପତିତ ଲୋକମାନଙ୍କର ପାତକ ଦୂରକାରୀ ଅଟ । ହେ ବିଭୁ ! ମୋ ହୃଦୟରେ ନିଶ୍ଚଳା ଭକ୍ତି ଦେଇ ତୁମ ନିକଟକୁ ଶରଣ ଯିବାପାଇଁ ବାଟ ବତାଇ ଦିଅ ।
କାଶୀବିଶ୍ୱନାଥ
ବିଶ୍ୱେଶ୍ୱରାୟ ନରକାର୍ଣବତାରଣାୟ ।
ଭକ୍ତିପ୍ରଦାୟ ଭବରୋଗବିମୋଚନାୟ ॥
ଗୌରୀପ୍ରିୟାୟ ବରଦାୟ ତ୍ରିଲୋଚନାୟ ।
ସଂସାର ଦୁଃଖହରଣାୟ ନମଃ ଶିବାୟ ॥
ହେ ବିଶ୍ୱନାଥ ! ତୁମେ ବିଶ୍ୱେଶ୍ୱର । ତୁମେ ନରକସାଗରର ତ୍ରାଣକର୍ତ୍ତା । ତୁମେ ଭକ୍ତି ପ୍ରଦାୟକ । ଜନ୍ମ ବନ୍ଧନ ରୂପକ ରୋଗର ବିମୋଚକ । ତୁମେ ଗୌରୀପ୍ରିୟ, ବରଦ, ତ୍ରିଲୋଚନ ମଧ୍ୟ ଅଟ । ତୁମେ ହିଁ ସଂସାରର ଦୁଃଖ ହରଣ କରିବାକୁ ସମର୍ଥ । ତୁମେ ଶିବ ଅଟ, ତେଣୁ ତୁମକୁ ନମସ୍କାର କରୁଅଛି ।
ଅଗ୍ନୀଶ୍ୱର
ଅଗ୍ନୀଶ୍ୱରଂ ମହାରୁଦ୍ରଂ ବିଷ୍ଣୁପାକବିଶୋଧକମ୍‌ ।
ମହାଜ୍ୱାଳାମୟଂ ଶମ୍ଭୁଂ ନମାମି ଚନ୍ଦ୍ରଶେଖରମ୍‌ ॥
ହେ ଅଗ୍ନୀଶ୍ୱର ! ତୁମେ ରୁଦ୍ରମାନଙ୍କ ମଧ୍ୟରେ ମହାରୁଦ୍ର । ତୁମେ ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ପାକର ବିଶୋଧକ । ତୁମେ ମହାଜ୍ୱାଳାମୟ । ତୁମେ ଶମ୍ଭୁ, ତୁମେ ଚନ୍ଦ୍ରଶେଖର । ତୁମକୁ ନମସ୍କାର କରୁଅଛି ।
ସତ୍ୟନାରାୟଣ
ଶୁକ୍ଳାମ୍ବରଧରଂ ବିଷ୍ଣୁଂ ଶଶିବର୍ଣ୍ଣଂ ଚତୁର୍ଭୁଜମ୍‌ ।
ପ୍ରସନ୍ନବଦନଂ ଧ୍ୟାୟେତ୍‌ ସର୍ବବିଘ୍ନୋପଶାନ୍ତୟେ ॥
ହେ ସତ୍ୟନାରାୟଣ ! ତୁମେ ଶୁଭ୍ର ବସନ ବିଳାସୀ । ତୁମେ ବିଶ୍ୱବ୍ୟାପକ ବିଷ୍ଣୁ । ତୁମେ ଶଶିପ୍ରଭ, ତୁମେ ଚତୁର୍ଭୁଜ । ତୁମେ ସଦା ପ୍ରସନ୍ନ ବଦନ । ତେଣୁ ସବୁପ୍ରକାର ବିଘ୍ନଶାନ୍ତି ପାଇଁ ତୁମକୁ ଧ୍ୟାନ କରୁଅଛି ।
ମାର୍କଣ୍ଡେୟ ପାଦୁକା
ମାର୍କଣ୍ଡେୟ ! ନମସ୍ତେଽସ୍ତୁ ମହାପ୍ରଳୟସାକ୍ଷିଣେ ।
ଅନୁଜ୍ଞାଂ ଦେହି ବିପ୍ରାନ୍ଧ ତମୋନାଶାୟ ବୈ ନମଃ ।।
ହେ ମାର୍କଣ୍ଡେୟ ! ତୁମେ ମହାପ୍ରଳୟର ଦ୍ରଷ୍ଟା । ମହାଅଜ୍ଞାନ ବିନାଶନ ପାଇଁ ତୁମେ ଯତ୍ନଶୀଳ । ମୋତେ ଆଦେଶ ପ୍ରଦାନ କରନ୍ତୁ (ମୁଁ ଯେପରି ଶ୍ରୀନିଳାଦ୍ରୀନାଥଙ୍କୁ ଠିକ୍ ଭାବରେ ଦର୍ଶନ କରେ) ।
କଳ୍ପବୃକ୍ଷ
କଳ୍ପବୃକ୍ଷ ! ନମସ୍ତୁଭ୍ୟଂ ନ୍ୟଗ୍ରୋଧ ! ପୁଣ୍ୟଦାୟକ ।
ସର୍ବକାମପ୍ରଦ ! ସାକ୍ଷାନ୍‌ ମହାପ୍ରଳୟସାକ୍ଷିଣେ ॥
ମୂଳେ ବ୍ରହ୍ମସ୍ୱରୂପଂ ଚ ମଧ୍ୟେ ରୁଦ୍ରସ୍ୱରୂପିଣମ୍‌ ।
ବଟମୁଳେ ପ୍ରକାଶଂ ତଂ ଦୃଷ୍ଟ୍ୱାଜନ୍ତୁ ର୍ବିମୁଚ୍ୟତେ ॥
ହେ କଳ୍ପବୃକ୍ଷ ! ତୁମେ ନ୍ୟଗ୍ରୋଧ । ତୁମେ ପୁଣ୍ୟଦାୟକ । ତୁମେ ମହାପ୍ରଳୟର ସାକ୍ଷୀ । ତୁମେ ସବୁ କାମନା ପୂରଣ କରିପାର । ତୁମ ମୂଳରେ ସ୍ୱୟଂ ବ୍ରହ୍ମା ଏବଂ ତୁମ ମଧ୍ୟରେ ସାକ୍ଷାତ୍ ରୁଦ୍ର ବିରାଜମାନ କରିଅଛନ୍ତି । ତୁମଠାରେ ବାଳମୁକୁନ୍ଦଙ୍କୁ ଦର୍ଶନ କରି ପ୍ରାଣୀ ମୁକ୍ତିଲାଭ କରେ । ତେଣୁ ତୁମକୁ ପ୍ରଣାମ କରୁଅଛି ।
ହରିସହଦେବ
ଶିବଂ ଗାଭୀପ୍ରିୟଂ ବନ୍ଦେ ଗୋରକ୍ଷିଣଂ ପୁନଃ ପୁନଃ ।
ଗୋସଂପଦାଂ ପ୍ରଦଶମ୍ଭୁଂ ତ୍ରିଲୋଚନଂ ଭଜାମ୍ୟହମ୍‌ ॥
ହେ ତ୍ରିଲୋଚନ ! ତୁମେ ଧେନୁପ୍ରିୟ । ତୁମେ ଗୋସମ୍ପଦର ରକ୍ଷାକର୍ତ୍ତା । ତୁମେ ଗୋ ସମ୍ପଦ ପ୍ରଦାୟକ । ତୁମେ ମଙ୍ଗଳଦାତା ଶମ୍ଭୁ, ତୁମକୁ ଭଜନ କରୁଅଛି ।
କଳ୍ପଗଣପତି
କଳ୍ପଦ୍ରୂମାଧଃସ୍ଥିତକାମଧେନୁଂ । ଚିନ୍ତାମଣିଂ ମୋଦକନ୍ୟସ୍ତଶୁଣ୍ଢମ୍‌ ॥
ପର୍ଶ୍ୱର୍କ୍ଷମାଳାଦର୍ଶନଂ ଦଧାନଂ । ନମାମି ସିଦ୍ଧି ପ୍ରଦକାମଦଂତମ୍‌ ॥
ହେ ଗଣପତି ! ତୁମେ କଳ୍ପବୃକ୍ଷର ନିମ୍ନଭାଗରେ ଥାଇ କାମଧେନୁ ତୁଲ୍ୟ ସବୁ କାମନାର ପୂରକ ଅଟ । ତୁମେ ଚିନ୍ତାମଣି । ତୁମେ ଶୁଣ୍ଢରେ ଲଡ଼ୁ ଧରିଅଛ । ତୁମେ ହାତରେ ପରଶୁ ଓ ଦାନ୍ତରେ ଅକ୍ଷମାଳା ବହନ କରିଅଛ । ତୁମେ ସିଦ୍ଧିଦାୟକ । ତୁମେ ସମସ୍ତ କାମନାର ପ୍ରଦାତା ଅଟ । ତୁମକୁ ନମସ୍କାର କରୁଅଛି ।
ସର୍ବମଙ୍ଗଳା
ଶୁଭାନନାଂ ରକ୍ତସୁଚାରୁହାସ୍ୟାଂ । େନତ୍ରୈସ୍ତ୍ରିଭିଃ ଶୋଭିତମଙ୍ଗଳାସ୍ୟାମ୍‌।।
ବରାଭୟାଂ ଶୂଳଗଦାଧରାଂଚ । ନ୍ୟଗ୍ରୋଧଲଗ୍ନାବସତିଂ ଭଜେ ହମ୍‌ ॥
ହେ ସର୍ବମଙ୍ଗଳା ! ତୁମ ମୁଖମଣ୍ଡଳର ଦର୍ଶନରେ ସର୍ବ ଶୁଭ ଲାଭ ହୁଏ । ତୁମ୍ଭର ଲୋହିତ ମୁଖଶ୍ରୀରେ ହାସ୍ୟଭାବ ଚାରୁତା ଆଣିଦିଏ । ତିନୋଟି ନେତ୍ରରେ ମଣ୍ଡିତ ତୁମର ସେହି ବଦନାରବିନ୍ଦ ମଙ୍ଗଳ ପ୍ରଦାନ କରେ । ତୁମେ ଅଭୟବର ପ୍ରଦାନ କରିଥାଅ । ଶୂଳ ଓ ଗଦା ତୁମର ଆୟୂଧ । କଳ୍ପବୃକ୍ଷ ସଂଲଗ୍ନରେ ତୁମର ନିବାସ । ମୁଁ ତୁମକୁ ଭଜନ କରୁଅଛି ।
ମାର୍କଣ୍ଡେଶ୍ୱର
ମାର୍କଣ୍ଡେୟ ! ନମସ୍ତୁଭ୍ୟଂ ଘୋର ପାପହାରକ ।
ପାପଂ ମେ ହର ଭୋ ଶମ୍ଭୋ ନାରାୟଣପ୍ରିୟଂ ଭଜେ ॥
ହେ ମାର୍କଣ୍ଡେଶ୍ୱର ! ତୁମେ ଅଘୋର ପାପହାରକ । ତୁମେ ନାରାୟଣଙ୍କର ପ୍ରିୟ । ତୁମେ ଶମ୍ଭୁ । ମୋର ପାପରାଶିକୁ ହରଣ କର ।
ବଟନାରାୟଣ
ଶଙ୍ଖଚକ୍ରଗଦାପଦ୍ମଧାରିଣଂ ବନମାଳିନମ୍‌ ।
ବଟନାରାୟଣଂ ବନ୍ଦେ ମମ ପାପକ୍ଷୟଂ କୁରୁ ॥
ହେ ବଟ ନାରାୟଣ ! ତୁମେ ଚତୁର୍ଭୁଜ । ତୁମେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିଅଛ । ତୁମେ ବନମାଳୀ । ତୁମକୁ ବନ୍ଦନା କରୁଅଛି । ମୋର ପାପ ହରଣ କର ।
ରୋହିଣୀ କୁଣ୍ଡ ସ୍ମରଣ
କୁଣ୍ଡଂ ହ୍ୟେତଦ୍‌ ରୋହିଣ୍ୟାଖ୍ୟଂ କରୁଣାଖ୍ୟଜଳୈର୍ଯୁକ୍ତମ୍‌ ।
ତତ୍ର ସନ୍ତିଷ୍ଠତୋ ନିତ୍ୟଂ ସ୍ପର୍ଶନାତ୍‌ ବନ୍ଧମୁକ୍ତିଦମ୍‌ ॥
ରୋହିଣୀକୁଣ୍ଡ ! ତୁମେ କରୁଣା ଜଳରେ ପରିପୂର୍ଣ୍ଣ । ତୁମ ସ୍ପର୍ଶରେ ସବୁପ୍ରକାର ବନ୍ଧନରୁ ମୁକ୍ତି ମିଳେ । ଯେଉଁଥିପାଇଁ ମୁଁ ତୁମକୁ ନମସ୍କାର ଜଣାଉଅଛି ।
ବଜ୍ରେଶ୍ୱରୀ
ବଜ୍ରେଶ୍ୱରୀଂ ମହାଦେବୀଂ ରକ୍ଷକାଂଚବିଦ୍ୟୁତ୍‌ପ୍ରଭାମ୍‌
ଐରାବତସମାରୂଢାଂ ନମାମି ବଜ୍ରଧାରିଣୀମ୍‌ ॥
ହେ ବଜ୍ରେଶ୍ୱରୀ ! ତୁମେ ମହାଦେବୀ । ତୁମେ ରକ୍ଷାକାରିଣୀ । ତୁମେ ବିଦ୍ୟୁତ୍ ପ୍ରଭା । ତୁମେ ଐରାବତହସ୍ତୀ ଉପରେ ବସିଅଛ । ତୁମେ ବଜ୍ରଧାରିଣୀ । ତୁମକୁ ନମସ୍କାର ।
କ୍ଷେତ୍ରପାଳ
କ୍ଷେତ୍ରପାଳ ! ନମସ୍ତେସ୍ତୁ ଭୀଷଣଂ କ୍ରୁରଲୋଚନମ୍‌ ।
ତ୍ରିଶୂଳଂ ପାନପାତ୍ରଂ ଚ ଦଧାନମୁଗ୍ରଭୈରବମ୍‌ ॥
କ୍ଷେତ୍ରଦର୍ଶନଂ ମେ ଦେହି ପାପଘ୍ନ ! ଚଣ୍ଡବିକ୍ରମ ।
ମହାପାପହରମୁଗ୍ରଂ ନମାମି କ୍ଷେତ୍ରରକ୍ଷକମ୍‌ ॥
ହେ କ୍ଷେତ୍ରପାଳ ! ତୁମେ ବଡ଼ ଭୟଙ୍କର । ତୁମର ନେତ୍ରଯୁଗଳ କ୍ରୁରତା ପ୍ରକାଶ କରୁଅଛନ୍ତି । ତୁମ ହସ୍ତରେ ତ୍ରିଶୂଳ ଓ ପାନପାତ୍ର । ତୁମେ ଉଗ୍ର, ତୁମେ ଭୈରବ । ତୁମେ ପାପ ନାଶକର । ତୁମର ପଦାଙ୍କ ବଡ଼ କଠୋର, ତୁମେ କ୍ଷେତ୍ର ରକ୍ଷକ । ତୁମକୁ ନମସ୍କାର କରୁଅଛି । କ୍ଷେତ୍ର ଦର୍ଶନ କରିବାରେ ମୋତେ ସହାୟ ହୁଅ ।
ଅନନ୍ତ ପୁରୁଷୋତ୍ତମ
ଅନନ୍ତାୟ ନମସ୍ତେ ସ୍ତୁ ମହାହିଶୟନାୟଚ ।
ଭବବନ୍ଧବିମୋକ୍ଷାୟ ନମଃ ପୁରୁଷପୂର୍ବକମ୍‌ ॥
ହେ ପୁରୁଷୋତ୍ତମ ! ତୁମ୍ଭର ଅନ୍ତ ନାହିଁ । ତୁମ୍ଭେ ମହାନାଗ ବାସୁକୀ କ୍ରୋଡ଼ରେ ଶୟନ କରିଅଛ । ତୁମେ ଜନ୍ମ-ବନ୍ଧନର ବିମୋଚନକାରୀ । ତୁମେ ସମସ୍ତଙ୍କର ପୂର୍ବ ପୁରୁଷ । ତୁମ୍ଭଙ୍କୁ ପ୍ରଣିପାତ କରୁଅଛି ।
ସୂର୍ଯ୍ୟଦର୍ଶନ
ନମଃ କମଳରୂପାୟ ନମଃ କମଳଧାରିଣେ ।
ନମଃ କମଳଯନ୍ତ୍ରାୟ ପଦ୍ମବଲ୍ଲଭ ! ତେ ନମଃ ॥
ହେ ସୂର୍ଯ୍ୟ ! ତୁମେ ସାକ୍ଷାତ୍ କମଳ ସ୍ୱରୂପ । ତୁମେ କମଳ ଧାରଣ କରିଅଛ । ତୁମେ ପଦ୍ମଯନ୍ତ୍ରର ଅଧିପ । ତୁମେ ପଦ୍ମବଲ୍ଲଭ । ତୁମକୁ ପ୍ରଣାମ କରୁଅଛି ।
ମୁକ୍ତେଶ୍ୱର
ମୁକ୍ତିପ୍ରଦ ! ମହାଶମ୍ଭୋ ! ତ୍ର୍ୟମ୍ବକ ! ଚନ୍ଦ୍ରଭୂଷଣ ।
ଭକ୍ତିଂ ଦେହି ଉମାକାନ୍ତ ! ବାମଦେବାୟ ତେ ନମଃ ।।
ହେ ମୁକ୍ତେଶ୍ୱର ! ତୁମେ ମୁକ୍ତିଦାତା, ତୁମେ ଶମ୍ଭୁଗଣ ମଧ୍ୟରେ ମହାନ୍ । ତୁମେ ତ୍ର୍ୟମ୍ବକ । ଚନ୍ଦ୍ର ତୁମର ଶିରୋଭୂଷଣ । ତୁମେ ଉମାକାନ୍ତ । ତୁମେ ବାମଦେବ । ତୁମକୁ ପ୍ରଣତି ଜଣାଉଛି । ମୋ’ଠାରେ ଭକ୍ତି ଉଦ୍ରେକ କରାଅ ।

ମୁକ୍ତମଣ୍ଡପ (ବ୍ରହ୍ମାସନ)
ବ୍ରହ୍ମାସନଂ ନମସ୍ତେ ସ୍ତୁ ସର୍ବକଳ୍ମଷନାଶକମ୍‌ ॥
ଯଜ୍ଞାଙ୍ଗଭୂର୍ଭରଂ ବନ୍ଦେ ବେଦାଙ୍ଗାୟ ନମୋ ନମଃ ।
ମୁକ୍ତମଣ୍ଡପ ! ତୁମେ ବ୍ରହ୍ମାସନ । ତୁମେ ସବୁ କଳ୍ମଷର ବିନାଶକ, ତୁମେ ଯଜ୍ଞ ଭସ୍ମରେ ଭରିତ । ତୁମେ ବେଦାଙ୍ଗ । ଅତଃ ତୁମକୁ ବନ୍ଦନା କରୁଅଛୁ ।
ମୁକ୍ତ ନୃସିଂହ
ଉଗ୍ରବୀରଂ ମହାବିଷ୍ଣୁଂ ଦ୍ୱନ୍ଦ୍ୱାନ୍ତଂ ସର୍ବତୋମୁଖମ୍‌ ।
ନୃସିଂହଂ ଭୀଷଣଂ ଭଦ୍ରଂ ମୃତ୍ୟୋ ର୍ମୃତ୍ୟୁଂ ନମାମ୍ୟହମ୍‌ ॥
ହେ ନୃସିଂହ ! ତୁମେ ଉଗ୍ର । ତୁମେ ବୀର । ତୁମେ ମହାବିଷ୍ଣୁ । ତୁମେ ଦ୍ୱନ୍ଦ୍ୱାତୀତ । ସବୁ ଦିଗକୁ ତୁମ ମୁଖମଣ୍ଡଳ ପରିବ୍ୟାପ୍ତ । ତୁମେ ନୃସିଂହ, ତୁମେ ଭୀଷଣ ଓ କଲ୍ୟାଣପ୍ରଦ । ତୁମେ ମୃତ୍ୟୁର ମୃତ୍ୟୁସ୍ୱରୂପ ଅଟ । ତେଣୁ ତୁମଠାରେ ଶରଣାପନ୍ନ ହେଉଅଛି ।
ରୋହିଣୀ କୁଣ୍ଡ
ରୋହିଣାଖ୍ୟଂ ମହାକାଳଂ ବିଷ୍ଣୁଲକ୍ଷଣଲାଞ୍ଛିତମ୍‌ ।
ଶଙ୍ଖ ଚକ୍ରଧରଂ ସାକ୍ଷାତ୍‌ ସତ୍ୟବନ୍ତଂ ନମୋଽସ୍ତୁତେ ॥
ହେ ରୋହିଣୀ ! ତୁମେ ମହାକାଳ । ତୁମଠାରେ ବିଷ୍ଣୁଙ୍କର ସର୍ବାବୟବ ଲକ୍ଷଣ ପ୍ରତିବିମ୍ବିତ ହେଉଛି । ତୁମେ ଶଙ୍ଖଚକ୍ରଧର । ତୁମେ ସତ୍ୟବାଦୀ । ତୁମକୁ ନମସ୍କାର ।
ନୃତ୍ୟ ଗଣପତି
ନୃତ୍ୟପ୍ରିୟାୟ ଗଣନାୟକସୁନ୍ଦରାୟ ।
ନାଗେନ୍ଦ୍ରସୂତ୍ରପରିଭୂଷଣଭୂଷିତାୟ ॥
ଲମ୍ବୋଦରାୟ ଶୁଭଦାୟ ହରପ୍ରିୟାୟ ।
ତୁଭ୍ୟଂ ନମୋ ସ୍ତୁ ମମବିଘ୍ନବିନାଶକାୟ ॥
ହେ ଗଣପତି ! ତୁମେ ନୃତ୍ୟପ୍ରିୟ । ତୁମେ ଗଣମାନଙ୍କର ଅଧିନାୟକ, ତୁମେ ସୁନ୍ଦର । ନାଗରାଜ ତୁମ ଅଙ୍ଗରେ ଉପବୀତ (ପଇତା) ଭାବରେ ବିଭୂଷିତ, ତୁମେ ଲମ୍ବୋଦର । ତୁମେ ଶୁଭଦ ଓ ହରପ୍ରିୟ । ବିଘ୍ନବିନାଶ ପାଇଁ ତୁମକୁ ପ୍ରଣାମ କରୁଅଛି ।
ବିମଳା
ଧ୍ୟାୟେଦ୍‌ ବିଦ୍ୟୁତ୍‌ସମପ୍ରଭାମୁଡ୍‌ଡୀୟାନପୁରେଶ୍ୱରୀମ୍‌ ।
ନୃମୁଣ୍ଡକୁଣ୍ଡଳୀକୁମ୍ବାନ୍‌ ଦଧାନାଂ ପରମେଶ୍ୱରୀମ୍‌ ॥
ଅକ୍ଷମାଳାଧରାଂ ଦେବୀଂ ସର୍ବଶକ୍ତିପ୍ରଦାୟିନୀମ୍‌ ।
ପଦ୍ମପାଦାମହଂ ବନ୍ଦେ ବିମଳାଂ ବିମଳପ୍ରଦାମ୍‌ ॥
ହେ ବିମଳା ! ଉଜ୍ଜ୍ୱଳ ବିଦ୍ୟୁତ୍ ମାଳାର ଜ୍ୟୋତି ତୁମଠାରେ ପ୍ରକାଶିତ । ତୁମେ ଉଡ୍ଡୀୟମାନତନ୍ତ୍ରର ଅଧୀଶ୍ୱରୀ । ତୁମେ ନରମୁଣ୍ଡମାଳିନୀ । ତୁମେ ପରମେଶ୍ୱରୀ । ତୁମେ ଅକ୍ଷମାଳା ବହନକାରିଣୀ । ସମସ୍ତ ଶକ୍ତି ପ୍ରଦାନକାରିଣୀ ନାରାୟଣୀ । ତୁମେ ପଦ୍ମ ଉପରେ ଦଣ୍ଡାୟମାନ ହୋଇଅଛ । ତୁମେ ବିମଳପ୍ରଦା । ତୁମକୁ ନମସ୍କାର ।
ଗୋପେଶ୍ୱର
ରାସକ୍ରୀଡା ପରତତ୍ତ୍ୱ ବିଳାସିନ୍‌ ଗୋପରକ୍ଷକ ।
ଗୋପେଶ୍ୱର ! ସହ ବନ୍ଦେ ଗୋପୀଭିର୍ଗୋପନାୟକମ୍‌ ।।
ହେ ଗୋପେଶ୍ୱର ! ତୁମେ ରାସକ୍ରୀଡ଼ାରେ ନିପୁଣ । ତୁମେ ରାସତତ୍ତ୍ୱରେ ବିଳାସୀ । ତୁମେ ଗୋପରକ୍ଷକ । ଗୋପୀମାନଙ୍କସହ ତୁମକୁ ପ୍ରଣାମ କରୁଛି ।
ସାକ୍ଷିଗୋପାଳ
କୃଷ୍ଣାୟ ବାସୁଦେବାୟ ଦେବକୀନନ୍ଦନାୟଚ ।
ନନ୍ଦଗୋପକୁମାରାୟ ଗୋବିନ୍ଦାୟ ନମୋ ନମଃ ॥
ହେ ସାକ୍ଷିଗୋପାଳ ! ତୁମେ ସାକ୍ଷାତ୍ କୃଷ୍ଣ । ତୁମେ ବାସୁଦେବ । ତୁମେ ଦେବକୀନନ୍ଦନ, ତୁମେ ନନ୍ଦକୁମାର । ତୁମେ ଗୋବିନ୍ଦ । ତୁମକୁ ସତତ ପ୍ରଣାମ ।
ଗଣପତି
ମହାକାୟଧରଂ ଦେବଂ ବିଘ୍ନେଶ ! ବିଘ୍ନନାଶକମ୍‌ ।
ପରଶୁମାଳିକାହସ୍ତଂ ନିଜଲିଙ୍ଗାଗ୍ରମର୍ଦ୍ଦକମ୍‌ ॥
କ୍ରୋଡେ ସିଦ୍ଧିମହାଦେବୀମାଲିଙ୍ଗ୍ୟ ବପୁରାୟତମ୍‌ ।
ଉଦ୍ଦଣ୍ଡବିଗ୍ରହଂ ବନ୍ଦେ ଶୁଣ୍ଡିନଂ ସିଦ୍ଧିଦାୟକମ୍‌ ॥
ହେ ଗଣପତି ! ତୁମେ ବିଘ୍ନେଶ । ତୁମେ ବିଶାଳ ବପୁ ଧାରଣ କରିଅଛ । ତୁମ ହସ୍ତରେ ପରଶୁ ଓ ମାଳା ଧାରଣ କରିଅଛ । ତୁମେ ଲିଙ୍ଗମର୍ଦ୍ଦକ ବେଶରେ ଚିତ୍ରିତ । ତୁମ କୋଳରେ ସିଦ୍ଧିଦାୟିନୀ ମହାଦେବୀ ଆଲିଙ୍ଗିତ । ତୁମେ ଉଦ୍ଦଣ୍ଡ ବିଗ୍ରହ । ତୁମେ ସିଦ୍ଧିଦାୟକ । ତୁମଠାରେ ଶରଣ ଯାଉଛି ।
ଭୁବେନଶ୍ୱରୀ
ଉଦ୍ଦ୍ୟଦ୍ଦିନାଦ୍ୟୁତିମିନ୍ଦୁକିରୀଟାଂ ଭୃଙ୍ଗକୁଚାଂ ନୟନତ୍ରୟଯୁକ୍ତାମ୍‌ ।
ସ୍ମେରମୁଖୀଂ ବରଦାଙ୍କୁଶପାଶା ଭୀତିକରାଂ ପ୍ରଭଜେ ଭୁବେନଶ୍ୱରୀମ୍‌ ॥
ହେ ଭୁବନେଶ୍ୱରୀ ! ତୁମେ ପ୍ରଚଣ୍ଡ ବିମଣ୍ଡଳର ଜ୍ୟୋତିରେ ଉଦ୍ଦୀପ୍ତ । ସଦ୍ୟ ପ୍ରକାଶିତ ଚନ୍ଦ୍ରମଣ୍ଡଳ ତୁମର କର୍ଣ୍ଣଭୂଷଣ । ତୁମର କୁଚଦ୍ୱୟ ଭଙ୍ଗିମା ପ୍ରକାଶ କରୁଅଛି । ତୁମେ ତିନି ନୟନରେ ଯୁକ୍ତ । ତୁମେ ସ୍ମିତହାସ୍ୟମୁଖୀ, ବରଦା । ତୁମେ ଅଭୟଦାୟିନୀ । ତୁମେ ପାଶ ଓ ଅଙ୍କୁଶ ଧାରଣ କରିଅଛ । ତୁମକୁ ଭଜନ କରୁଅଛି ।
ଗାୟତ୍ରୀ
ଶ୍ୱେତବର୍ଣ୍ଣାଂ ସମୁଦ୍ଦିଷ୍ଟ କୌଶେୟବସନାବୃତାମ୍‌ ।
ଶ୍ୱେତୈ ର୍ବିଲେପେନୈଃ ପୁଷ୍ପାଳଙ୍କାରୈଶ୍ଚ ବିଭୂଷିତାମ୍‌ ।।
ଆଦିତ୍ୟମଣ୍ଡଳାଭାସଂ ବ୍ରହ୍ମଲୋକନିବାସିନୀମ୍‌ ।
ଅକ୍ଷସୂତ୍ର ଧରାଂ ଦେବୀଂ କମଳାସନସଂସ୍ଥିତାମ୍‌ ॥
ହେ ଗାୟତ୍ରୀ ! ତୁମେ ଶ୍ୱେତବର୍ଣ୍ଣା । ତୁମେ ପଟ୍ଟବସ୍ତ୍ରରେ ଶୋଭିତା । ତୁମେ ଶୁଭ୍ରଚନ୍ଦନ, ପୁଷ୍ପ ଓ ଅଳଙ୍କାରରେ ବିଭୂଷିତା । ତୁମେ ସୂର୍ଯ୍ୟମଣ୍ଡଳର ଆଭାସିନୀ । ତୁମେ ବ୍ରହ୍ମଲୋକ ନିବାସିନୀ । ତୁମେ ଅକ୍ଷସୂତ୍ର ଧାରଣ କରିଅଛ । ତୁମେ ପଦ୍ମାସନରେ ଉପବିଷ୍ଟା । ତୁମକୁ ପ୍ରଣାମ କରୁଅଛି ।
ସାବିତ୍ରୀ
ଦ୍ୱିଭୁଜାଂ ବ୍ରହ୍ମଣଃ ଶକ୍ତିଂ ବ୍ରହ୍ମଶକ୍ତି ପ୍ରଦାୟିନୀମ୍‌ ।
ସାବିତ୍ରୀଂ ମନ୍ତ୍ରରୂପାଂଚ ସ୍ମରାମି ତତ୍‌ ପଦାମ୍ବୁଜମ୍‌ ॥
ହେ ସାବିତ୍ରୀ ! ତୁମେ ବ୍ରହ୍ମାଙ୍କର ଶକ୍ତି । ତୁମେ ଦ୍ୱିଭୂଜା । ତୁମେ ବ୍ରହ୍ମଶକ୍ତି ପ୍ରଦାୟିନୀ । ତୁମେ ମନ୍ତ୍ରରୂପା । ତୁମ ପଦକମଳକୁ ସ୍ମରଣ କରୁଅଛି ।
ସରସ୍ୱତୀ
ଶୁକ୍ଳାଂ ବ୍ରହ୍ମବିଚାରସାରପରମା ମାଦ୍ୟାଂ ଜଗଦ୍‌ ବ୍ୟାପିନୀଂ ।
ବୀଣାପୁସ୍ତକଧାରିଣୀମଭୟଦାଂ ଜାଡ୍ୟାନ୍ଧକାରାପହାମ୍‌ ॥
ହସ୍ତେ ସ୍ପଟିକ ମାଳିକାଂଚ ଦଧତୀଂ ପଦ୍ମାସନେ ସଂସ୍ଥିତାଂ ।
ବନ୍ଦେ ତାଂ ପରମେଶ୍ୱରୀଂ ଭଗବତୀଂ ବୁଦ୍ଧିପ୍ରଦାଂ ଶାରଦାମ୍‌ ।।
ହେ ସରସ୍ୱତୀ ! ତୁମେ ଶୁକ୍ଳାମ୍ବରୀ । ତୁମେ ବେଦାର୍ଥ ବିଚାର କରି ସାର ନିଃସୃତ କରିବାରେ ନିପୁଣା । ତୁମେ ନିଖିଳ ଜଗତକୁ ବାଣୀ ପ୍ରଦାନ କରିଅଛ । ତୁମେ ଅଜ୍ଞାନ ଅନ୍ଧକାରର ବିନାଶିନୀ । ତୁମେ ଅଭୟ ଦାୟିନୀ । ତୁମେ ବୀଣା ଓ ପୁସ୍ତକ ଧାରଣ କରିଅଛ । ତୁମେ ସ୍ଫଟିକମଣିର ମାଳା ବହନ କରିଅଛ । ତୁମେ ପଦ୍ମାସନରେ ଦଣ୍ଡାୟମାନା । ତୁମେ ପରମେଶ୍ୱର ଭଗବତୀ ଶାରଦା । ତୁମକୁ ବନ୍ଦନା କରୁଅଛି ।
ଷଷ୍ଠୀ
ଗୌରବର୍ଣ୍ଣାଂଚ ତ୍ରିଭୁଜାଂ ନାନାଳଙ୍କାରଭୂଷିତାଂ ।
ସର୍ବଲକ୍ଷଣ ସମ୍ପର୍ଣ୍ଣାଂ ପୀେନ ନ୍ନତପୟୋଧରାମ୍‌ ॥
ଦିବ୍ୟବସ୍ତ୍ର ପରିଧାନାଂ ବାମକ୍ରୋଡେ ସପୁତ୍ରକାତ୍‌ ।
ପ୍ରସନ୍ନବଦନାଂ ଷଷ୍ଠୀଂ ଜଗଦ୍ଧାତ୍ରୀଂ ସୁଖପ୍ରଦାମ୍‌ ॥
ହେ ଷଷ୍ଠୀଦେବୀ ! ତୁମେ ଗୌରବର୍ଣ୍ଣା । ତୁମେ ତ୍ରିଭୁଜା, ତୁମେ ବିଭିନ୍ନ ଅଳଙ୍କାରରେ ବିମଣ୍ଡିତା । ତୁମଠାରେ ସମସ୍ତ ଶୁଭଲକ୍ଷଣ ପରିପୂର୍ଣ୍ଣ । ସ୍ତନ୍ୟପାୟୀ ଶିଶୁ ପାଇଁ ତୁମ ସ୍ତନମଣ୍ଡଳ ନିତ୍ୟ କ୍ଷୀରସାର ବହନ କରିଅଛି । ତୁମେ ଦିବ୍ୟବସ୍ତ୍ର ଧାରଣ କରିଅଛ । ତୁମ ବାମକୋଳରେ ଦିବ୍ୟଶିଶୁ ଆତ୍ମ ସୁଖଲାଭ କରୁଅଛି । ତୁମେ ପ୍ରସନ୍ନାମୁଖୀ, ସୁଖଦାୟିନୀ, ଜଗଦ୍ଧାତ୍ରୀ । ତୁମକୁ ପ୍ରଣାମ କରୁଅଛି ।
ନୀଳମାଧବ
ନୀଳାଦ୍ରିଶିଖରାସୀନଂ ନମାମି ନୀଳମାଧବମ୍‌ ।
ପ୍ରଣତାର୍ତ୍ତିହରଂ ଦେବଂ ଶରଣାଗତ ରକ୍ଷକମ୍‌ ॥
ହେ ନୀଳମାଧବ ! ତୁମେ ନୀଳାଚଳର ଅଗ୍ରଭାଗରେ ଅବସ୍ଥାନ କରିଅଛ । ତୁମେ ପ୍ରଣତଲୋକର ଦୁଃଖନାଶକ ଅଟ । ତୁମେ ଶରଣାର୍ଥୀର ଶରଣଦାୟକ । ତୁମକୁ ନମସ୍କାର କରୁଅଛି ।
ଗୁହ୍ୟକାଳୀ
କାଳୀଂ କରାଳବଦନାଂ ମୁଣ୍ଡମାଳାବିଶୋଭିତାମ୍‌ ।
ଲୋଳଜିହ୍ୱାଂ ତ୍ରିେନତ୍ରାଙ୍ଗାଖଡ୍‌ଗପାତ୍ରଧରାନନାମ୍‌ ॥
ଗୂହ୍ୟାଦ୍‌ ଗୂହ୍ୟତମାଂ ଦେବୀଂ ସର୍ବସିଦ୍ଧି ପ୍ରଦାୟିନୀମ୍‌ ।
ଗୂହ୍ୟଚକ୍ରେଶ୍ୱରୀଂ ବନ୍ଦେ କାଳିକାଂ କାଳମାତୃକାମ୍‌ ॥
ହେ ଗୁହ୍ୟକାଳୀ ! ମାତଃ-ତୁମେ କରାଳବଦନା । ତୁମେ ନରମୁଣ୍ଡ ମାଳାରେ ବିଭୂଷିତ । ତୁମର ଜିହ୍ୱା ଅତିଚପଳ । ତୁମେ ତ୍ରିନେତ୍ରା । ତୁମେ ଖଡ୍ଗଧରା । ପାନପତ୍ର ତୁମ ଅଧରକୁ ସ୍ପର୍ଶ କରିଅଛି । ତୁମେ ଅପ୍ରକଟା, ଗୁହ୍ୟଚକ୍ରର ଅଧୀଶ୍ୱରୀ । ତୁମେ ସିଦ୍ଧିଦାୟିନୀ, କାଳିକା, କାଳମାତୃକା । ତୁମକୁ ବାରମ୍ବାର ବନ୍ଦନା କରୁଅଛି ।

ମହାଲକ୍ଷ୍ମୀ
ସରସିଜ ନଳୟେ ସରୋଜହସ୍ତେ ।
ଧବଳ ତରାଂଶୁକଗନ୍ଧମାଲ୍ୟଶୋଭେ ॥
ଭଗବତି ହରିବଲ୍ଲଭେ ମନୋଜ୍ଞୋ ।
ତ୍ରିଭୁବନଭୂତିକରି ! ପ୍ରସୀଦ ମହ୍ୟମ୍‌ ॥
ହେ ମହାଲକ୍ଷ୍ମୀ ! ତୁମେ ପଦ୍ମନିଳୟର ବିଳାସିନୀ । ତୁମ ହସ୍ତରେ ପଦ୍ମକଳିକା ନିତ୍ୟ ବିରାଜମାନ କରିଅଛି । ତୁମେ ଶୁକ୍ଳବସ୍ତ୍ର ପରିଧାନ କରିଅଛ । ତୁମେ ଗନ୍ଧମାଲ୍ୟରେ ବିଶୋଭିତା । ତୁମେ ଭଗବାନଙ୍କର ପ୍ରିୟତମା । ତୁମେ ମନୋଜ୍ଞା । ତୁମେ ତିନିଭୁବନର ଐଶ୍ୱର୍ଯ୍ୟ ଦାୟିନୀ । ହେ ଭଗବତୀ ! ମୋତେ ପ୍ରସନ୍ନ ହୁଅ ।
ନବଗ୍ରହ
ନବଗ୍ରହାଣାମାଖ୍ୟାତଂ ଗ୍ରହକୁମ୍ଭେନ ସେବିତମ୍‌ ।
ଗ୍ରହଣାଂ ଦୋଷନାଶାୟ ସ୍ୱାସ୍ଥ୍ୟସ୍ୟାପି ବିବୃଦ୍ଧୟେ ॥
ହେ ନବଗ୍ରହ ! ତୁମେ ନଅ ସଂଖ୍ୟାରେ ପରିଗଣିତ । ତୁମେ ଗ୍ରହକୁମ୍ଭରେ ପୂଜିତ । ଗ୍ରହଦୋଷ ଖଣ୍ଡନ ପାଇଁ ଓ ନିରୋଗ ସ୍ୱାସ୍ଥ୍ୟ ପାଇଁ ତୁମକୁ ପ୍ରଣାମ କରୁଅଛି ।
ଗ୍ରହରାଜ ସୂର୍ଯ୍ୟ
ଗ୍ରହାଣାମାଦିରାଦିତ୍ୟ ! ଲୋକରକ୍ଷଣକାରକ ।
ବିଷମ ସ୍ଥାନସଂଭୂତାଂ ପୀଡାଂ ହରତୁ ମେ ଗ୍ରହଃ ॥
ହେ ସୂର୍ଯ୍ୟ ! ତୁମେ ଗ୍ରହରାଜ । ତୁମେ ଲୋକରକ୍ଷକ, ସକଳ ଶକ୍ତିର ଆଧାର । ଗ୍ରହମାନଙ୍କର ବିଷମ ସ୍ଥାନରେ ଅବସ୍ଥିତ ଜନିତ ପୂଜା ହରଣ କର ।
ପାତାଳେଶ୍ୱର
ନମୋ ରୁଦ୍ରାୟ କାଳାୟ ପାତାଳାନ୍ତସ୍ଥିତାୟଚ ।
ସର୍ବରୋଗ ବିମର୍ଦ୍ଦାୟ ମୃତ୍ୟୁଞ୍ଜୟାୟ ବୈ ନମଃ ।।
ହେ ପାତାଳେଶ୍ୱର ! ତୁମେ ରୁଦ୍ର । ତୁମେ କାଳ, ତୁମେ ପାତାଳର ଅନ୍ତିମ ଭାଗ ପର୍ଯ୍ୟନ୍ତ ଅବସ୍ଥିତ । ତୁମେ ସବୁ ରୋଗର ବିମର୍ଦ୍ଦକ । ତୁମେ ମୃତ୍ୟୁଞ୍ଜୟ । ତୁମକୁ ନମସ୍କାର କରୁଅଛି ।
ପାତାଳେଶ୍ୱର ଦର୍ଶନପରେ ଦେବଯାନ ଦର୍ଶନ ବିଧି
ଉତ୍ତରାପଥମାର୍ଗେଣ ପଶ୍ୟେତ୍‌ କୂଟଂ ସଭକ୍ତିତଃ ।
ଐଶାନ୍ୟାଧିପତିଂ ଶମ୍ଭୁଂଶୀତଳାଂ ଲୋକଶଙ୍କରୀମ୍‌ ॥
ଉତ୍ତରାୟଣୀଦୁର୍ଗାଖ୍ୟାଂ ବୈକୁଣ୍ଠେଶ୍ୱରମୂତ୍‌କ୍ରମାତ୍‌ ।
ରକ୍ଷକଂ କପିଶ୍ରେଷ୍ଠଂଚ ଷଡୈତାନ୍‌ ମୋକ୍ଷଦାୟକାନ୍‌ ।।
ଐଶାେନଶ୍ୱର
ନମଃ ସ୍ୱୟଂଭୁରୁଦ୍ରାୟ ତ୍ର୍ୟମ୍ବକାୟ ନମୋ ନମଃ ।
ନମଃ କାନ୍ତାୟ ଘୋରାୟ ଐଶାନ୍ୟାଧିପତେ ନମଃ ॥
ହେ ଐଶାନେଶ୍ୱର ! ତୁମେ ସ୍ୱୟଂ ପ୍ରକାଶ । ତୁମେ ରୁଦ୍ର । ତୁମେ ତ୍ର୍ୟମ୍ବକ, ତୁମେ କାଳ, ତୁମେ ଘୋର । ତୁମେ ଐଶାନ୍ୟ ଦିଗର ଅଧିପତି । ତୁମକୁ ପ୍ରଣାମ କରୁଅଛି ।
ଶୀତଳାଦେବୀ
ଶୀତଳେ ସୂର୍ପହସ୍ତେଚ ମହାଗର୍ଦ୍ଧଭ ବାହିନୀ ।
ରକ୍ଷଣାତ୍‌ ସର୍ବଗାତ୍ରାଣି ଶୀତଳେ ଶୀତଳପ୍ରଦେ ॥
ଶୀତଳେ ତ୍ୱଂ ଜଗନ୍‌ମାତା ଶୀତଳେ ତ୍ୱଂ ଜଗତ୍‌ପିତା ।
ଶୀତଳେ ତ୍ୱଂ ଜଗଦ୍ଧାତ୍ରୀ ଶୀତଳାୟୈ ନମୋନମଃ ।।
ହେ ଶୀତଳେ ! ତୁମେ ହାତରେ କୁଲା ଧରିଅଛ, ତୁମେ ଗଧବାହନରେ ଆରୋହଣ କରିଅଛ । ତୁମେ ଶୀତଳ ଦାୟିନୀ, ମୋର ଅଙ୍ଗପ୍ରତ୍ୟଙ୍ଗର ରକ୍ଷାକର । ତୁମେ ଜଗତର ମାତା ଓ ପିତା, ତୁମେ ଜଗତକୁ ଧାରଣ କରିଅଛ । ତୁମକୁ ନମସ୍କାର ।
ଲୋକେଶ୍ୱର
ନମସ୍ତେ ଲୋକନାଥାୟ ହ୍ୟକର୍ମକର୍ମଦାୟିେନ ।
ନମସ୍ତେ ବୃଷଭାରୂଢମୁମାପତିଂ ନମାମ୍ୟହମ୍‌ ॥
ହେ ଲୋକେଶ୍ୱର ! ତୁମେ ଲୋକନାଥ । ତୁମେ ଅକର୍ମ କର୍ମ ଦାତା । ତୁମେ ବୃଷାସନ । ତୁମେ ଉମାପତି । ତୁମକୁ ପ୍ରଣାମ କରୁଅଛି ।
ଉତ୍ତରାୟଣୀ
ନମାମି େଚାତ୍ତରାଂ ଦୁର୍ଗାଂ ନୀଳବର୍ଣ୍ଣାଂ ତ୍ରିଲୋଚନାମ୍‌ ।
ଶୂଳଂଚର୍ମଚ ଖଡ୍‌ଗଂଚ ନାଗପାଶଧରାଂ ଶୁଭାମ୍‌ ॥
ପାଶାଙ୍କୁଶକରାଂ ସୌମ୍ୟାଂ ଚୈତ୍ୟଶୃଙ୍ଗ କରାନ୍ୱିତାମ୍‌ ।
ଧନୁର୍ବାଣଧରାମୁଗ୍ରାଂ କାତ୍ୟାୟନୀଂ ଭଜାମ୍ୟହମ୍‌ ॥
ହେ ଉତ୍ତରାୟଣୀ ! ତୁମେ ଉତ୍ତରାପଥର ଦୁର୍ଗା । ତୁମେ ନୀଳବର୍ଣ୍ଣା । ତୁମେ ତ୍ରିନୟନୀ । ତୁମ ହସ୍ତରେ ଶୂଳ, ଚର୍ମ, ଖଡ୍ଗ, ନାଗପାଶ ସର୍ବଦା ପ୍ରଣୀମାନଙ୍କର ମଙ୍ଗଳ ପାଇଁ ଉଦ୍ଦିଷ୍ଟ । ତୁମେ ସୌମ୍ୟା, ତୁମ ହସ୍ତରେ ଅଜ୍ଞାତ ବଟବୃକ୍ଷର ମୁକୁନ୍ଦ ରହିଅଛି । ଧନୁର୍ବାଣ ତୁମ କରମଣ୍ଡଳର ଆୟୂଧ । ତୁମେ ଉଗ୍ରା । ତୁମେ କାତ୍ୟାୟନୀ, ତୁମକୁ ଭଜନ କରୁଅଛି ।
ବୈକୁଣ୍ଠେଶ୍ୱର
ବୈକୁଣ୍ଠକ୍ଷେତ୍ରର୍ପଂ ଲିଙ୍ଗଂ ଭକ୍ତିମୁକ୍ତିପ୍ରଦାୟକମ୍‌ ।
ଚତୁର୍ବର୍ଗପ୍ରଦଂ ନିତ୍ୟମୁମାଧବଂ ସ୍ମରାମ୍ୟହମ୍‌ ॥
ହେ ବୈକୁଣ୍ଠେଶ୍ୱର ! ତୁମେ ବୈକୁଣ୍ଠ କ୍ଷେତ୍ରର ପାଳନକର୍ତ୍ତା । ତୁମେ ଭକ୍ତି ଦାୟକ, ମୁକ୍ତି ନାୟକ । ତୁମେ ଧର୍ମ, ଅର୍ଥ, କାମ, ମୋକ୍ଷ ରୂପକ ଚତୁଃବର୍ଗର ଦାତା । ତୁମକୁ ସର୍ବଦା ମହାଦେବୀ ଉମାଙ୍କ ସହିତ ସ୍ମରଣ କରୁଅଛି ।
ତପସ୍ୱୀ ହନୁମାନ
ଭକ୍ତାଗ୍ରଣୀଂ ଶାନ୍ତସୁରଙ୍ଗଂ ଦେହଂ । ଭୁଜଦ୍ୱୟେ ପର୍ବତବୃକ୍ଷଯୁକ୍ତମ୍‌ ॥
ବଦ୍ଧାଞ୍ଜଳିଂ ମୁଦ୍‌ଗରଯୁକ୍ତକକ୍ଷଂ । ଭଜେ କପୀନ୍ଦ୍ରଂ କୃତବୈରୀନାଶମ୍‌ ॥
ହେ ତପସ୍ୱୀ ! ହେ ହନୁମାନ । ତୁମେ ଭକ୍ତମାନଙ୍କ ମଧ୍ୟରେ ଅଗ୍ରଣୀ । ତୁମେ ଶାନ୍ତ କିନ୍ତୁ କଠୋର ଦେହ । ତୁମ ଦୁଇହାତରେ ପର୍ବତ ଓ ବୃକ୍ଷ ବୀରତ୍ୱର ସୂଚନା ଦିଅନ୍ତି । ତୁମେ ଭଗବାନଙ୍କ ନିକଟରେ ସର୍ବଦା ବଦ୍ଧାଞ୍ଜଳି । ତୁମ କକ୍ଷରେ ଯୁଦ୍ଧଉଦ୍ୟତ ମୁଦ୍ଗର ଶୋଭିତ । ତୁମେ କପିରାଜ । ତୁମେ ଶତ୍ରୁହନ୍ତା । ତୁମକୁ ଭଜନ କରୁଅଛି ।
ଗରୁଡସ୍ତମ୍ଭ ନିକଟରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ
ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳ କମଳେ ରନିସିଂହାସନସ୍ଥମ୍‌ ।
ସର୍ବାଳଙ୍କାରଯୁକ୍ତଂ ନବଘନ ରୁଚିିରଂସଂଯୁତଂଚାଗ୍ରଜେନ ॥
ଭଦ୍ରାୟା ବାମଭାଗେ ରଥଚରଣ ଯୁତଂବ୍ରହ୍ମରୁଦ୍ରେନ୍ଦ୍ର ସେବ୍ୟମ୍‌ ।
ବେଦାନାଂ ସାରମୀଶଂ ସ୍ୱଜନ ପରିବୃତଂ ବ୍ରହ୍ମଦାରୁ ସ୍ମରାମି ॥

ମହାପ୍ରସାଦସେବା ମନ୍ତ୍ର
ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ।
ବଳଭଦ୍ରସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ତେ ନମଃ ॥
ହେ ମହାପ୍ରସାଦ ! ନୀଳାଚଳ ନିବାସୀ, ନିତ୍ୟ, ପରମାତ୍ମା, ବଳଭଦ୍ର ସୁଭଦ୍ରାଙ୍କ ସହିତ ଯୁକ୍ତ ହୋଇଥିବା ଜଗନ୍ନାଥଙ୍କୁ ପ୍ରଣାମ କରି ତୁମକୁ ସେବା କରୁଅଛି ।
ମହାପ୍ରସାଦସେବା ସମାପ୍ତି ମନ୍ତ୍ର
ଯଦନ୍ନଂ ପାଚୟେତ୍‌ ଲକ୍ଷ୍ମୀ ଭୁଙ୍‌କ୍ତେ ଶ୍ରୀପୁରୁଷୋତ୍ତମଃ ।
ତଦନ୍ନଂ ମୋକ୍ଷଦଂ ଦିବ୍ୟଂ ଭକ୍ଷଣାତ୍‌ ପାପନାଶନମ୍‌ ।।
ହେ ମହାପ୍ରସାଦ ! ତୁମେ ଲକ୍ଷ୍ମୀପାକରେ ପ୍ରସ୍ତୁତ, ଭଗବାନ ପୁରୁଷୋତ୍ତମଙ୍କର ତୁମେ ଭୁକ୍ତାବଶେଷ । ତୁମେ ମୋକ୍ଷଦାତା । ତୁମକୁ ସେବାକରି ମୋର ପାପନାଶ ହେଉ ।

 

Reviews

There are no reviews yet.

Be the first to review “ଶ୍ରୀମନ୍ଦିରରେ ଦେବଦର୍ଶନ କ୍ରମ (Debadarshana Krama)”

Your email address will not be published. Required fields are marked *

You may also like…

Quick Navigation
×
×

Cart

Buy for 699.00 more and get free shipping