Trailanga Swami Tattwopadesh

170.00

11 in stock

ଦୀର୍ଘ ତିନି ଶତାବ୍ଦୀର ଜୀବନ କାଳ ମଧ୍ୟରେ ଭାରତୀୟ ଜନ ମାନସରେ ଛାଇ ହୋଇ ରହିଥିବା ଏହି ମହାତ୍ମା ତାଙ୍କର ଅମର କୃତି ନିମନ୍ତେ ଲୋକମାନଙ୍କ ମଧ୍ୟରେ ଏପରି ଆସ୍ଥା ଓ ବିଶ୍ୱାସ ସ୍ଥାପନ କରିଗଲେ, ଯାହା ଫଳରେ ତାଙ୍କ ସଂପର୍କରେ ପ୍ରକାଶିତ କୌଣସି ଆଶ୍ଚର୍ଯ୍ୟକର ବିଷୟକୁ ମଧ୍ୟ ଲୋକମାନେ ସନ୍ଦେହ ଦୃଷ୍ଟିରେ ଦେଖିବାର ସମ୍ଭାବନା ରହିଲା ନାହିଁ । ତାଙ୍କର ଅତିମାନବୀୟ କାର୍ଯ୍ୟକଳାପ ତାଙ୍କ ପ୍ରଦତ୍ତ ବକ୍ତବ୍ୟକୁ ପୁଷ୍ଟି କଲା ଯେ, ଈଶ୍ୱର ମନୁଷ୍ୟକୁ ସୃଷ୍ଟି କରିବା ସମୟରେ ନିଜର ସମସ୍ତ କ୍ଷମତା ତାକୁ ପ୍ରଦାନ କରିଛନ୍ତି । ମନୁଷ୍ୟ ହିଁ ଈଶ୍ୱରଙ୍କ ପ୍ରତିକୃତି । ବାଲ୍ୟକାଳରୁ ସାଧନାରତ ରହି ଈଶ୍ୱରଙ୍କ ସୃଷ୍ଟିର ସମସ୍ତ ସୂକ୍ଷ୍ମ ତତ୍ତ୍ୱକୁ ସେ ଅବଗତ ହୋଇଥିଲେ ଏବଂ ଈଶ୍ୱରୀୟ ଜ୍ଞାନର ଉତ୍ତୁଙ୍ଗ ଶିଖରରେ ଉପନୀତ ହୋଇ ପାରିଥିଲେ । ଭିନ୍ନ ଭିନ୍ନ ଲୋକ ସେମାନଙ୍କର ଆବଶ୍ୟକତାକୁ ଏହି ସର୍ବ ସମର୍ଥ ମହାତ୍ମାଙ୍କ ଠାରୁ ପୂର୍ଣ୍ଣ କରାଉଥିଲେ । ଶରୀର ସର୍ବସ୍ୱ ମଣିଷଟିଏ ଶରୀରର ସାଥୀ ଭାବରେ ରହିଥିବା ରୋଗ ଦୁଃଖରୁ ମୁକ୍ତି ପାଇବା ନିମନ୍ତେ ତାଙ୍କର ଅନୁଗ୍ରହପ୍ରାର୍ଥୀ ହେଉଥିଲା, କେହି ବା ତା’ର ଆତ୍ମୀୟ ସ୍ୱଜନର ଶରୀରପାତରେ ଦୁଃଖୀ ହୋଇ ପରଲୋକଗତ ଆତ୍ମୀୟର ପୁନର୍ଜୀବନ କାମନା କରୁଥିଲା । ବିଭିନ୍ନ କାରଣରୁ ମାନସିକ ଅସ୍ଥିରତାର ଶିକାର ହୋଇଥିବା ବ୍ୟକ୍ତିଟିଏ ମଧ୍ୟ ମାନସିକ ଶାନ୍ତି ନିମନ୍ତେ ତାଙ୍କର ଆଶ୍ରୟପ୍ରାର୍ଥୀ ହେଉଥିଲା, ଈଶ୍ୱର ସନ୍ଧାନୀ ସାଧକ ବା ସନ୍ଥମହାତ୍ମା, ପରମହଂସଗଣ ଭଗବଦ୍ ଜ୍ଞାନ ପ୍ରାପ୍ତି ନିମନ୍ତେ ଅଥବା ଜ୍ଞାନ ମାର୍ଗରେ ଦେଖା ଦେଉଥିବା ଶଙ୍କାର ସମାଧାନ ନିମନ୍ତେ ତାଙ୍କ ନିକଟରେ ଉପସ୍ଥିତ ହେଉଥିଲେ । ଆଧ୍ୟାତ୍ମିକତାର ସମୁଚ୍ଚ ସ୍ଥିତିରେ ଆରୂଢ଼ ଏହି ମହାତ୍ମା କାହାରିକୁ ମଧ୍ୟ ନିରାଶ କରୁନଥିଲେ । ସେ ପ୍ରକୃତରେ ଥିଲେ ବାଞ୍ଛାକଳ୍ପତରୁ ।

 

Weight 0.255 g
Dimensions 22 × 14 × 2 cm

Reviews

There are no reviews yet.

Be the first to review “Trailanga Swami Tattwopadesh”