Loading...

RUPANTARANA (ରୂପାନ୍ତରଣ)

111.00

ମନର ଗୋଟିଏ ସ୍ୱଭାବ ରହିଛି — ତାକୁ ସୁଖର ଆବଶ୍ୟକତା ରହିଛି । ମନ କଦାପି ଦୁଃଖ ଚାହେଁ ନାହିଁ — ଯଦି ତାକୁ ବିଷୟ ବାସନାରୁ ସୁଖ ପ୍ରାପ୍ତ ହୁଏ, ତେବେ ସେ ବିଷୟ-ବାସନା ଆଡ଼କୁ ଅଗ୍ରସର ହୋଇଥାଏ ଯଦି ତାକୁ ସଂସାରରୁ ସୁଖ ପ୍ରାପ୍ତ ହୁଏ, ତେବେ ସେ ସଂସାର ଆଡ଼କୁ ଯାଏ ଯଦି ଅନ୍ତର େଚତନାରୁ ସୁଖ ପ୍ରାପ୍ତ ହୁଏ ତେବେ ସେ ସେହି ଦିଗକୁ ଯାଏ, ତେଣୁ ମୋଟ ଉପରେ ବୁଝିଲେ, ମନକୁ ସୁଖ ଦରକାର । — କଲ୍ୟାଣଦାସ ବାବାଜୀ

Out of stock

Description

ଅନ୍ତରକୁ ଜାଣିବା ପରମ ଆବଶ୍ୟକ ଅଟେ । ଏହି ନବବର୍ଷର ଶୁଭବେଳାରେ ନିଜ ଅନ୍ତରକୁ କିଭଳି ବୋଧ ହୋଇପାରିବ ? ଆସନ୍ତା ସାତ ଦିନରେ ଏହି ବିଷୟରେ ଆମେ ଆପଣଙ୍କ ସହ ଚର୍ଚ୍ଚା କରିବୁ ।’’
‘’ଯେଭଳି ଗୋଟିଏ ଫଳଭରା ବୃକ୍ଷ ରହିଛି- ତାହାର ମୂଳରେ ସ୍ୱାଦ ରହିଛି । ତାହାର ସ୍ୱାଦରୁ ଦୁର୍ଗନ୍ଧ ମଧ୍ୟ ବାହାରୁଛି, କାରଣ ମୂଳ ପଚିଗଲେ ସ୍ୱାଦରେ କୀଟାଣୁ ମିଶିଯାଏ, ତାହା ଦୁର୍ଗନ୍ଧ ହୁଏ । ସେହି ଦୁର୍ଗନ୍ଧ ଗଛର ମୂଳରେ ଦେଲେ ମଧ୍ୟ ଗଛରେ ସୁଗନ୍ଧି ଫୁଲ ଓ ଫଳ ହୁଏ । ଏହା ରୂପାନ୍ତରଣ ଅଟେ କାରଣ ଦୁର୍ଗନ୍ଧକୁ ସୁଗନ୍ଧରେ ରୂପାନ୍ତରଣ ହେବାର ପ୍ରକ୍ରିୟା ଏଥିରେ ସାଧିତ ହୁଏ ।
ବାବାଜୀ କହନ୍ତି, ମାର ମାର କହି ଅନେକ ଲୋକ ମରିଗଲେଣି, କିନ୍ତୁ ମନ ଭିତରୁ କାମ ମରିପାରୁନାହିଁ । ତୁମେ ବୁଢା ହୋଇଯାଉଛ, ହେଲେ ତୁମ ଭିତରୁ ବାସନା ବୁଢୀ ହେଉନାହିଁ । ତୁମେ ବୁଢା ହେଉଛ, କିନ୍ତୁ ତୁମର କ୍ରୋଧ ବୁଢା ହେଉନାହିଁ । ତେଣୁ ତୁମେ ମାରନାହିଁ ବରଂ ରୂପାନ୍ତରଣ କର ।
ଏହିଭଳି ଭାବରେ ପୂଜ୍ୟ ବାବାଜୀ ତାଙ୍କ ପ୍ରବଚନ ଶ୍ୃଙ୍ଖଳା ମଧ୍ୟରେ ରୂପାନ୍ତରଣକୁ ନେଇ ଅନେକ ନୂଆନୂଆ କଥା ପ୍ରତିପାଦନ କରିଛନ୍ତି ।
ନିରନ୍ତର ସାତଦିନ ପର୍ଯ୍ୟନ୍ତ ଅନ୍ତର୍ଗମନର ପ୍ରକ୍ରିୟା, ଯାହା ମାଧ୍ୟମରେ ରୂପାନ୍ତରଣ ସମ୍ଭବ ସେଥିନିମନ୍ତେ ପ୍ରଭାବୀ ସନ୍ଦେଶ ସହିତ ଅଦ୍ଭୁତ ପୌରାଣିକ ଆଖ୍ୟାନ, ଲୋକକଥା ତଥା ମହାପୁରୁଷଙ୍କ ବଚନ ଏବଂ ଆରାଧ୍ୟ ଦେବଦେବୀଙ୍କ ପ୍ରସଙ୍ଗକୁ ନେଇ ଉପସ୍ଥାପନ କରିଛନ୍ତି । ସତ୍ ସଙ୍ଗକୁ ମହତ୍ତ୍ୱ ଦେଇ ବାବାଜୀ ମହାକବି ତୁଳସୀଦାସଙ୍କ ଶବ୍ଦରେ କୁହନ୍ତି—
ସଂତ ହଂସ ଗୁଣ ଗହହିଁ ପୟ, ପରିହରି ବାରି ବିକାର— ସନ୍ଥ ହଂସ ସହିତ ସମାନ ଅଟନ୍ତି । ଯେପରି କ୍ଷୀର ଓ ନୀର ଏକତ୍ର ଥିଲେ ମଧ୍ୟ ହଂସ କ୍ଷୀରକୁ ହିଁ ଗ୍ରହଣ କରେ ଏବଂ ନୀରକୁ ପରିତ୍ୟାଗ କରେ, ସେହିଭଳି ସନ୍ଥ ମହାପୁରୁଷଗଣ ବାସ୍ତବରେ ଉଚିତ ବିଚାରକୁ ଅନୁସରଣ କରିଥାଆନ୍ତି । ଏହି ସୃଷ୍ଟିରେ ଯାହା ଅବିଦ୍ୟା ତାକୁ ବିକାର ରୂପୀ ଜଳ ସହ ସମାନ ମନେକରି ପରିତ୍ୟାଗ କରନ୍ତି, ଆଉ ସାରକୁ ସଂଗ୍ରହ କରନ୍ତି ।
ହୃଦୟସ୍ପର୍ଶୀ ଏବଂ ଭାବାନ୍ମେଷମୟୀ ଏହି ପ୍ରବଚନ ଶୃଙ୍ଖଳାରେ କେଉଁଠି ତୁଳସୀ ତ କେଉଁଠି କବୀର, ଆଉ କେଉଁଠି ନାନକ ତ କେଉଁଠି ଗୀତା-ଭାଗବତ, ଆଉ କେଉଁଠି ଚୈତନ୍ୟଙ୍କ ଚରିତ୍ର ତ କେଉଁଠି ଦତ୍ତାତ୍ରେୟଙ୍କର ବାଣୀ, ପୁଣି କେବେ ନାରଦଙ୍କ କଥା ତ ଆଉ କେବେ ଜୟନ୍ତଙ୍କ କଥା— ଏହିଭଳି ନାନା ପ୍ରସଙ୍ଗ ଉତ୍ଥାପନ କରି ବଡ ବିନୋଦମୟ ଢଙ୍ଗରେ ଲୋକକଥା ଆଧାରରେ ପ୍ରଚଳିତ ଅପ୍ରଚଳିତ ଅନେକ ଜଣାଅଜଣା କଥାକୁ ପରିବେଷଣ କରି ଶ୍ରୋତାଙ୍କ ହୃଦୟକୁ ଝଙ୍କୃତ କରିପାରିଥିଲେ ।
ଏହା ସହିତ ରୂପାନ୍ତରର ବାସ୍ତବିକ ପ୍ରକ୍ରିୟା, ଯାହା ଆଧ୍ୟାତ୍ମିକ ସାଧନାର ସୂତ୍ରରେ ଅନୁସ୍ୟୁତ ସେହି ଅମୃତମୟୀ ପାବନ ବାଣୀ ମାଧ୍ୟମରେ ଏକ ସୁନ୍ଦର ପୁଷ୍ପହାର ଗ୍ରଥିତ କରି ଶ୍ରୋତାଙ୍କର ମନକୁ ଜୟ କରିପାରିଛନ୍ତି । ଏହି ପୁଷ୍ପହାରଟି ଜନ-ଜନ-ହୃଦୟହାର ହେଉ, ସେଥିପାଇଁ ଏହାକୁ ପୁସ୍ତକାକାରରେ ପ୍ରକାଶ କରାଗଲା । ତାଙ୍କ ବଚନର ଚୁମ୍ବକୀୟ ଆକର୍ଷଣ ପାଠକଙ୍କ ପାଇଁ ହୃଦହାର ହୋଇପାରିବ ତଥା ପରିବର୍ତ୍ତନର କେନ୍ଦ୍ର ହେବ, ସେହି ଆଶାରେ ପୁସ୍ତକାକାରରେ ପ୍ରସ୍ତୁତ କରାଯାଇଛି ।
ଅସ୍ତୁ — ଏହି ଦିବ୍ୟ ସୁରଭିତ ଅଳଂକରଣରେ ସୁସଜ୍ଜିତ ପୂଜ୍ୟ ବାବାଜୀଙ୍କର ବିନୋଦ ପରିହାସମୟୀ ସହଜ, ସରଳ ମନୋଭାବନ ଆକର୍ଷକ ଭାଷା ଏବଂ ଶୈଳୀକୁ ପୂର୍ବ ଗ୍ରନ୍ଥମାନଙ୍କ ଭଳି ଏହି ଗ୍ରନ୍ଥରେ ମଧ୍ୟ ଯଥାବତ୍ ପ୍ରସ୍ତୁତ କରିବାପାଇଁ ପ୍ରୟାସ କରାଯାଇଛି । ପ୍ରତ୍ୟେକ ଦିନର ମୂଳଭାବ ଆଧାରରେ ବିଷୟ ଶୀର୍ଷକ କରାଯାଇଛି । ସତ୍ସଙ୍ଗ, ପୃଷ୍ଠଭୂମି, ଦୃଢବିଶ୍ୱାସ, ଚିନ୍ତନ, ପ୍ରଜ୍ଞା, ପରମସୁଖ, ରୂପାନ୍ତରଣ ଆଦି ନାମରେ ଶୀର୍ଷକ ପ୍ରସ୍ତୁତ କରାଯାଇ ପୁସ୍ତକୀୟ ସ୍ୱରୂପ ସମ୍ବରଣ ନିମନ୍ତେ ସମ୍ପୂର୍ଣ୍ଣ ବିଚାର ପ୍ରବାହକୁ ସମାବିଷ୍ଟ କରାଯାଇଛି ।
ପୂର୍ବରୁ କହିଛି, ପୁସ୍ତକ ପ୍ରସ୍ତୁତି କରି ମୁଁ ହର୍ଷୋଲ୍ଲସିତ, ଭାବବିଭୋର ତଥା ଗୌରବାନ୍ୱିତ ଅଟେ । ହର୍ଷୋଲ୍ଲସିତ ଏଇଥିପାଇଁ କି ବହୁତ କମ୍ ସମୟ ଭିତରେ ଭଗବତୀ ମାଆଙ୍କ କରୁଣାରୁ ନବରାତ୍ରୀର ଅତୀବ ବ୍ୟସ୍ତତା ମଧ୍ୟରେ ପାଣ୍ଡୁଲିପି ପ୍ରସ୍ତୁତ ହୋଇପାରିଛି । ଭାବବିଭୋର ଏଇଥିପାଇଁ କି ତପୋମୂର୍ତ୍ତି ବାବାଜୀଙ୍କର ଉଦ୍ଭଟ ସାଧନା ଏବଂ ତଦ୍ ନିମିତ୍ତ ସ୍ୱାନୁଭୂତ ଦିବ୍ୟ ପ୍ରକାଶର ଝିଲିମିଲ୍ ପ୍ରଜ୍ୱଳ ଶୀତଳ ରଶ୍ମିଗୁଚ୍ଛ ତାଙ୍କ ଆତ୍ମବିଶ୍ୱାସ ଭରିତ ହୋଇ ପ୍ରେରଣାପ୍ରଦ ବାଣୀ ମାଧ୍ୟମରେ ଲିଖନ ଅବଧିରେ ମୋ ଅନ୍ତଃସ୍ଥଳରେ ବିଦ୍ୟମାନ ରହିପାରିଛି, ଯାହାକି ମୋତେ —ତମସୋ ମା ଜ୍ୟୋତିର୍ଗମୟର ପୁରସ୍ସରଣ କରାଇପାରିଛି । ଗୋରବାନ୍ୱିତ ଏଇଥିପାଇଁ ମନେକରୁଛି କି ଦିବ୍ୟ ମହାପୁରୁଷଙ୍କର ମୋ ପ୍ରତି ଅହେତୁକୀ କୃପା ରହିଛି, ଯେଉଁଥିପାଇଁ ଏହି ଦୁସ୍ତର କିନ୍ତୁ ଆତ୍ମତୁଷ୍ଟି ପୂର୍ଣ୍ଣ ପରମ ପୁନୀତ ସେବାର ଅବସର ମୋତେ ମିଳିପାରିଛି । ଖାଲି ସେବାର ଅବସର କାହିଁକି, ବରଂ ତାଙ୍କ ଆଶିଷ ରୂପୀ ଊର୍ଜା ପ୍ରାପ୍ତ ହୋଇ ଉକ୍ତ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ ହୋଇପାରିଛି ।
ଶେଷରେ, ଏତିକି କହିବା ପର୍ଯ୍ୟାପ୍ତ ହେବକି— ତେରା ତୁଝକୋ ଅର୍ପଣ —ତୁମ ବସ୍ତୁ ତୁମକୁ ସମର୍ପିତ । ବିଷୟ ବି ଆପଣଙ୍କର, ଭାଷା ବି ଆପଣଙ୍କର, ପ୍ରେରଣା ମଧ୍ୟ ଆପଣ ଏବଂ ବୁଦ୍ଧି ଯାହା ଆପଣ ପ୍ରଦାନ କରିଛନ୍ତି, ତାହା ସହିତ ଭାବୋନ୍ମେଷ ମଧ୍ୟ ଆପଣଙ୍କର, ପ୍ରକାଶ ମଧ୍ୟ ଆପଣଙ୍କର ଏବଂ ଲିଖନର ପ୍ରବାହ ମଧ୍ୟ ଆପଣଙ୍କର । ଏହି ଲିଖନ ଯାତ୍ରାରେ ସମସ୍ତ ସହଯୋଗୀ ପ୍ରତି ସଂଶୋଧକ, ଲିପିକାର ଏବଂ ମୁଦ୍ରଣ ସହାୟକ ଆଦିଙ୍କ ସହିତ ମୋର ଧର୍ମପତ୍ନୀ ମଧ୍ୟ ଆଶିଷର ପୂର୍ଣ୍ଣଭାଗୀ ଅଟନ୍ତି, କାରଣ— ଲାଗେ କ୍ୟା ମେରା ।
ମାଆ ନର୍ମଦାଙ୍କ କୃପା ଏବଂ ପୂଜ୍ୟ ବାବାଜୀଙ୍କର ଶୁଭାଶିଷର ଏହି ପରମ ପବିତ୍ର ଜ୍ଞାନଗଙ୍ଗା ଆପଣଙ୍କ ତନ-ମନକୁ ଆପ୍ଲାବିତ କରି ଆପଣଙ୍କୁ କଲ୍ୟାଣ ପଥର ପାଥେୟକରୁ—ଏହି ଆତ୍ମ ବିଶ୍ୱାସ ସହିତ ।

Additional information

Weight 0.100 g
Dimensions 22 × 14 × 1 cm
specification

60 GSM Stora Creamy

quality

Special Quality

price

Cost Price

book-type

Special Paper Back

Book Size & Page

Demy 160; C1 Cover, Perfect Binding

Reviews

There are no reviews yet.

Be the first to review “RUPANTARANA (ରୂପାନ୍ତରଣ)”

Your email address will not be published. Required fields are marked *

You may also like…

Quick Navigation
×
×

Cart

Buy for 699.00 more and get free shipping