Sale!

RUDRABHISEKA PADDHATI ରୁଦ୍ରାଭିଷେକ ପଦ୍ଧତି

Original price was: ₹249.00.Current price is: ₹220.00.

+ Free Shipping above (699/-)
- +
Guaranteed Safe Checkout

ଭଗବାନ୍ ଶଙ୍କର ଯେପରି ଦେବମାନଙ୍କ ମଧ୍ୟରେ ମହାଦେବ ଓ ଈଶ୍ୱରଙ୍କ ମଧ୍ୟରେ ମହେଶ୍ୱର ଠିକ୍ ସେହିପରି ତାଙ୍କ ବିଷୟକ ଉପାସନାପଦ୍ଧତି, ଅଭିଷେକ ଏପରିକି ସ୍ତବସ୍ତୁତି ଇତ୍ୟାଦି ମଧ୍ୟ ଅନନ୍ତ ଆନନ୍ଦର ଉତ୍ସ । ସମସ୍ତ ଜାଗତିକ ଦୁର୍ବିପାକର କେବଳ ଏକମାତ୍ର ସମାଧାନର ମାର୍ଗ ପରମକାରୁଣିକ ଭଗବାନ୍ ଭୋଳାନାଥଙ୍କ ଆରାଧନା ବା ଉପାସନା, କାରଣ ଯେ ହଳାହଳ ବିଷକୁ ପାନକରି ସଂସାରକୁ ସୁଖପ୍ରଦାନ କରିପାରନ୍ତି ସେ ହିଁ ଆମକୁ ଏ କୁ ପରିଣତିରୁ ରକ୍ଷା କରିବା ପାଇଁ ଏକମାତ୍ର ସମର୍ଥ ବୋଲି କେତେକ ପରିଣାମଦର୍ଶୀ ବୁଦ୍ଧିଜୀବୀଙ୍କ ଆଶା ଓ ବିଶ୍ୱାସ ।
ପ୍ରାଣୀମାନଙ୍କର ଆଧ୍ୟାତ୍ମିକ, ଆଧିଭୌତିକ ଓ ଆଧିଦୈବିକ ଏଭଳି ତ୍ରିତାପରୁ ରକ୍ଷାପାଇବାପାଇଁ ଏପରିକି ପୂର୍ବାର୍ଜିତ ପ୍ରାରବ୍ଧ କର୍ମଫଳରେ ମଧ୍ୟ ହ୍ରାସ ନିମିତ୍ତ ଭଗବାନ୍ ଶଙ୍କରଙ୍କ ପ୍ରମୁଖ ଆରାଧନା ପଦ୍ଧତି ‘ରୁଦ୍ରାଭିଷେକ’ ଶାସ୍ତ୍ରବିହିତ । ଏଣୁ ଶିବଭକ୍ତମାନେ ‘ଅକର୍ମ କର୍ମଦାୟକ’ ଭାବନା ନେଇ ତାଙ୍କଠାରେ ଦୃଢ଼ ଆସ୍ଥା ଓ ବିଶ୍ୱାସ ରଖି ନିଜକୁ ସମର୍ପଣ କରିବାଦ୍ୱାରା ସର୍ବବିଧ ବିପଦରୁ ରକ୍ଷା ପାଇଥାଆନ୍ତି । ଏପରି ମହଦୁଦ୍ଦେଶ୍ୟକୁ କିଛି ମାତ୍ରାରେ ଚରିତାର୍ଥ କରିବା ପାଇଁ ଏ ପୁସ୍ତକଟିର ଅବତାରଣା ।
ଲୌକିକ ବା ବ୍ୟାବହାରିକ ସଂସ୍କୃତ ଓ ବୈଦିକ ସଂସ୍କୃତ ଭାଷା ମଧ୍ୟରେ ଅନେକ ପାର୍ଥକ୍ୟ ରହିଅଛି । ଏଣୁ ବୈଦିକ ମନ୍ତ୍ରମାନଙ୍କର ଆକ୍ଷରିକ ଅନୁବାଦ ଅତ୍ୟନ୍ତ ଦୁଃସାଧ୍ୟ ଏପରିକି ପାଠକମାନଙ୍କ ପାଇଁ ମଧ୍ୟ କେତେକାଂଶରେ ଅରୁଚିକର ମଧ୍ୟ ହୋଇପାରେ, ଏହି ଆଶଙ୍କାରେ ଏଥିରେ ମନ୍ତ୍ରମାନଙ୍କର କେବଳ ଭାବାର୍ଥକୁ ପ୍ରକାଶ କରାଯାଇଅଛି ଯାହାକି ଶୁକ୍ଳ ଯଜୁର୍ବେଦର ପ୍ରସିଦ୍ଧ ଆଚାର୍ଯ୍ୟ ଉବଟାଚାର୍ଯ୍ୟ ତଥା ଆଚାର୍ଯ୍ୟମହୀଧରଙ୍କ ଭାଷ୍ୟ ଉପରେ ପର୍ଯ୍ୟବସିତ ।
ରୁଦ୍ରାଭିଷେକର ସ୍ୱରୂପ ଓ ପ୍ରକାରଭେଦ ବିଷୟରେ ଗ୍ରନ୍ଥର ଉପୋଦ୍‌ଘାତରେ ବିଶେଷ ଭାବରେ ଆଲୋଚନା କରାଯାଇଅଛି । ବିଶେଷତଃ ଆମ ଓଡ଼ିଶାର ଶିବୋପାସକମାନେ କେତେକ ସ୍ଥଳରେ ଶତରୁଦ୍ରୀ ପୁଣି ଆଉ କେତେକ ସ୍ଥାନରେ ରୁଦ୍ରାଷ୍ଟାଧ୍ୟାୟୀ ତାହା ପୁଣି କାଣ୍ୱ ଓ ମାଧ୍ୟନ୍ଦିନ ଶାଖା ଭେଦରେ ପୃଥକ୍ ପୃଥକ୍ ଅଭିଷେକ ପଦ୍ଧତି ଅବଲମ୍ବନ କରୁଥିବା ଦେଖିବାକୁ ମିଳେ । ତେଣୁ ପୁସ୍ତକଟିର ବହୁଳ ଆବଶ୍ୟକତାକୁ ଦୃଷ୍ଟିଦେଇ ପ୍ରକାଶନ କରାଯାଇଛି, ଯାହାକି ସମସ୍ତ ଶ୍ରେଣୀର ପାଠକମାନଙ୍କ ପାଇଁ ବିଶେଷ ଲାଭଦାୟକ ହୋଇପାରିବ ।

Weight 300 g
Dimensions 22 × 14 × 2 cm
book-type

Special Paper Back

price

Cost Price

quality

Special Quality

specification

60 GSM Stora Creamy

You may also like…

RUDRABHISEKA PADDHATI ରୁଦ୍ରାଭିଷେକ ପଦ୍ଧତିRUDRABHISEKA PADDHATI ରୁଦ୍ରାଭିଷେକ ପଦ୍ଧତି
Original price was: ₹249.00.Current price is: ₹220.00.
- +
Scroll to Top