Loading...
Sale!

RASADHARA ରସଧାରା (ଶ୍ରୀମଦ୍‌ଭାଗବତମ୍‌ ୧୦ମ ସ୍କନ୍ଧ  ଆଧାରିତ)

Original price was: ₹499.00.Current price is: ₹400.00.

Also Available at :

 

93 in stock

Description

‘ରସଧାରା’— କ’ଣ ଓ କାହିଁକି ?
“ନିଗମକଳ୍ପତରୋର୍ଗଳିତଂ ଫଳଂ ଶୁକମୁଖାଦମୃତ ଦ୍ରବସଂଯୁତମ୍‌ ।।
ପିବତ ଭାଗବତଂ ରସମାଳୟଂ ମୁହୁରହୋ ରସିକା ଭୂବିଭାବୁକାଃ ।।”
ଶ୍ରୀମଦ୍‌ଭାଗବତ ରଚନା ପ୍ରାରମ୍ଭରୁ ବ୍ୟାସଦେବ ସୂଚାଇ ଦେଲେ ଯେ ଏହା ହେଉଛି ‘ରସମାଳୟ’ ଅର୍ଥାତ୍‌ ରସର ଭଣ୍ଡାର, କାରଣ ଭଗବାନ କୃଷ୍ଣ ରସରାଜ, ରସିକନାଗର ଓ ରସିକଶେଖର ଅଟନ୍ତି ଏବଂ ତାଙ୍କର ଲୀଳା ଚରିତ୍ର ‘ରସମୟ’ ଅଟେ । ତୈତ୍ତିରୀୟ ଉପନିଷଦ୍‌ କହେ ‘ରସୋ ବୈ ସଃ’ ଅର୍ଥାତ୍‌ ଭଗବାନ ରସମୟ ଅଟନ୍ତି । ତେଣୁ ଏହି ଭଗବତ୍‌ରସ ପରିପୂର୍ଣ୍ଣ ଗ୍ରନ୍ଥ ପାଠ କରାଯାଏ ନାହିଁ ବରଂ ଗାୟନ ମାଧ୍ୟମରେ ଏହାର ରସପାନ କରାଯାଏ । ଏହି ରସପାନ କରିବାର ଉପଯୁକ୍ତ ବ୍ୟକ୍ତି ହେଉଛନ୍ତି ରସିକ ଓ ଭାବୁକଜନ, ଯେଉଁମାନେ ନିଃସନ୍ଦେହୀ, ଭଗବତ୍‌ବିଶ୍ୱାସୀ, ସାତ୍ତ୍ୱିକ ବିଚାରବନ୍ତ, ଆସ୍ତିକ ମନୋଭାବସମ୍ପନ୍ନ ଏବଂ ସରଳ ସ୍ୱଭାବର ଅଟନ୍ତି ।
‘ରସ’ କହିଲେ ସୁଖ ବା ଆନନ୍ଦ, କିନ୍ତୁ ଯାହା କ୍ଷଣିକ ଏବଂ ପ୍ରକାରାନ୍ତରେ ପୀଡ଼ାଦାୟକ ତାହା ‘ରସ’ ବା ସୁଖ ପଦବାଚ୍ୟ ନୁହେଁ, ଯଥା ଭୋଗବିଳାସ, ବିଷୟବାସନା, ଯଶପ୍ରଶଂସା ଇତ୍ୟାଦି । ପ୍ରକୃତରେ ଭଗବାନଙ୍କୁ ବାଦ୍‌ଦେଲେ ସଂସାରରେ ଯେଉଁ ସୁଖ ବା ଆନନ୍ଦର ପ୍ରତୀୟମାନ ହୁଏ, ତାହା ସେହି ‘ଭୂମାସୁଖ’ର ପ୍ରତିବିମ୍ବ ମାତ୍ର, ଯାହାକି ମରୀଚିକା ପରି ସୁଖର ଭ୍ରମ ସୃଷ୍ଟି କରେ ଏବଂ କଳ୍ପନାତୀତ ଦୁଃଖ ପ୍ରଦାନ କରେ । ତାହାହିଁ ‘ରସ’ ବା ଆନନ୍ଦ ପଦବାଚ୍ୟ, ଯାହା ଆତ୍ମାର କଲ୍ୟାଣ ସହିତ ଜଗତର କଲ୍ୟାଣ କରେ, ପ୍ରତିକ୍ଷଣ ବୃଦ୍ଧି ପାଇଥାଏ ଏବଂ ଭଗବତ୍‌ ପ୍ରାପ୍ତିରେ ପୂର୍ଣ୍ଣ ସହାୟକ ହୁଏ । ସେହିପରି ଭକ୍ତିଶାସ୍ତ୍ରରେ ‘ଷଡ଼ରସ’ର ବର୍ଣ୍ଣନା ରହିଛି ଯଥା ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ, କାନ୍ତା ଓ ମାଧୁର୍ଯ୍ୟ । ଭଗବାନଙ୍କ ସହ ଯେକୌଣସି ଗୋଟିଏ ଭାବରେ ଘନିଷ୍ଠ ସମ୍ବନ୍ଧ ସ୍ଥାପନକରି, ଭଗବତ୍‌ପ୍ରାପ୍ତି ସଦୃଶ ଲକ୍ଷ୍ୟ ହାସଲ କରିବା ଏହାର ଉଦ୍ଦେଶ୍ୟ ଅଟେ ।
— ପ୍ରକାଶିକା

Additional information

Weight 0.555 g
Dimensions 22 × 14 × 5 cm
book-type

Special Paper Back

quality

Special Quality

specification

60 GSM Stora Creamy

Pages/Size

592 Demy Stora imported paper

Quick Navigation
×
×

Cart

Buy for 699.00 more and get free shipping