NAMA MAHATMYA (ନାମ ମାହାତ୍ମ୍ୟ)

Author: Swami Ramananda Saraswati

“ଭବବନ୍ଧନରୁ ମୁକ୍ତ ହୋଇ ମନୁଷ୍ୟର ପରମଲକ୍ଷ୍ୟ ଭଗବତ୍ ସାକ୍ଷାତ୍‌କାର କରିବାକୁ ହେଲେ ନାମବ୍ରହ୍ମଙ୍କର ଉପାସନାହିଁ ଶ୍ରେଷ୍ଠ ଅବଲମ୍ବନ । କଳିଯୁଗରେ କର୍ମ, ଜ୍ଞାନ ଓ ଭକ୍ତି ମାଧ୍ୟମରେ ଭଗବତ୍ ପ୍ରାପ୍ତି ସହଜସାଧ୍ୟ ନୁହେଁ ।” ଜପାତ୍ ସିଦ୍ଧି, ଜପାତ୍ ସିଦ୍ଧି, ଜପାତ୍ ସିଦ୍ଧି ନ ସଂଶୟଃ । ‘ଯଜ୍ଞାନାଂ ଜପଯଜ୍ଞୋଽସ୍ମି’ − ଗୀତା − ୧୦/୨୫ । “ମୁଁ ଯଜ୍ଞମାନଙ୍କ ମଧ୍ୟରେ ଜପଯଜ୍ଞ ।’ ତେଣୁ ଜପ ମାଧ୍ୟମରେ ଭଗବାନଙ୍କର କୃପା ଓ ଦର୍ଶନଲାଭ କରିବା ନିଶ୍ଚିତ ତଥା ଅପେକ୍ଷାକୃତ ସହଜ ମାର୍ଗ ଅଟେ ।

Available at

Price range: ₹11.00 through ₹99.00

+ Free Shipping above (699/-)
Guaranteed Safe Checkout

ଯେ ଯେଉଁ କାର୍ଯ୍ୟରେ ନିୟୋଜିତ ଥାଉ ବା ଅବସ୍ଥାରେ ଥାଉ ନାମସ୍ମରଣ ସହଜରେ ଚାଲିବା ଉଚିତ । ମୁଖମେ ରାମ, ହାତମେ କାମ । ‘ମାମନୁସ୍ମରଯୁଦ୍ଧ୍ୟଚ’ − ଏହା ଗୀତାର ଅଷ୍ଟମ ଅଧ୍ୟାୟର ମହାବାକ୍ୟ । ଯେପରି ଧାଈ ମାଲିକର ପୁଅର ଲାଳନ−ପାଳନ କଲାବେଳେ ନିଜ ସନ୍ତାନର କଥା ସର୍ବଦା ଚିନ୍ତା କରୁଥାଏ, ମହିଳାମାନେ ମୁଣ୍ଡରେ ପାଣିଘଟ ବୋହିନେଲାବେଳେ ପରସ୍ପର ମଧ୍ୟରେ କଥା ହେଉଥିଲେ ବି ପାଣିଘଟ ଉପରେ ସେମାନଙ୍କର ତୀକ୍ଷ୍ଣ ନଜର ଥାଏ, ସେହିପରି କାର୍ଯ୍ୟରେ ନିଯୁକ୍ତ ଥାଇ ଭଗବାନଙ୍କ ନାମ ସ୍ମରଣ କରିହେବ । କଳିଯୁଗରେ ଭଗବାନଙ୍କୁ ପାଇବାକୁ ହେଲେ ସହଜ ଓ ସରଳ ଉପାୟ ଏହାଠାରୁ ଆଉନାହିଁ । ଏହାଦ୍ୱାରା ମନ ସଦା ଭଗବାନଙ୍କ ଠାରେ ନିବିଷ୍ଟ ରହିବାଦ୍ୱାରା କୁ−ଚିନ୍ତା ଓ ଦୁଶ୍ଚିନ୍ତା ମନ ମଧ୍ୟରେ ପ୍ରବେଶ କରିବାକୁ ବାଟ ପାଏନାହିଁ । ଫଳରେ ସେ ବିପଥଗାମୀ ହେବାରୁ ରକ୍ଷାପାଏ ।
ନାମବଳରେ ଉଭୟ ଭୌତିକ ଓ ପାରମାର୍ଥିକ କଲ୍ୟାଣ ସାଧିତ ହେଉଥିଲେ ମଧ୍ୟ ଏହି କ୍ଷୁଦ୍ର ପୁସ୍ତିକାରେ ପାରମାର୍ଥିକ କଲ୍ୟାଣକୁ ଅଗ୍ରାଧିକାର ଦିଆଯାଇଛି । ଏହା ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ଶ୍ରୀରାମଚରିତମାନସର ‘ଶ୍ରୀରାମନାମ ବନ୍ଦନା ପ୍ରକରଣ’ ତଥା ମହାତ୍ମା ଓ ସାଧୁ−ସନ୍ଥଙ୍କର ସାଧନା ଓ ଜୀବନୀକୁ ଆଧାର କରି ସାଧକ−ସାଧିକା ବିଶେଷକରି ଜଗତର କଲ୍ୟାଣ ଉଦ୍ଦେଶ୍ୟରେ ଲେଖାଯାଇଛି ।

Weight .1 g
Dimensions 22 × 14 × 1 cm
price

Cost Price

quality

Special Quality

book-type

eBOOK, Special Paper Back

You may also like…

NAMA MAHATMYA (ନାମ ମାହାତ୍ମ୍ୟ)NAMA MAHATMYA (ନାମ ମାହାତ୍ମ୍ୟ)
Price range: ₹11.00 through ₹99.00Select options
Scroll to Top