Loading...

MANTRAPUSPAM ମନ୍ତ୍ରପୁଷ୍ପମ୍‌ (ବୈଦିକ ମନ୍ତ୍ର ସଂଗ୍ରହ)

424.00

Also Available at :

 

Description

ବେଦ ସନାତନ ହିନ୍ଦୁର ପ୍ରାଣ । ବେଦର ପଠନ, ପାଠନ ଓ ବ୍ୟବହାର ନିତ୍ୟ-
ନୈମିତିକ କର୍ମମାନଙ୍କରେ ଅନିବାର୍ଯ୍ୟ ଅଟେ । ସମୟାଭାବ ଓ ମନୋବଳର କ୍ଷୁଣ୍ଣତା ଆମକୁ ସେଥିରୁ ବଞ୍ଚିତ କରାଇରଖୁଛି, ଯେଉଁଥିପାଇଁ ଆମେ ତିଳେ ହେଲେ ଭୃକ୍ଷେପ ନ କରି ଆଧୁନିକତାକୁ ଅନୁକରଣ କରିବାରେ ଲାଗିଯାଇଛେ । ନିଜକୁ ଚିହ୍ନିବା ପାଇଁ, ନିଜର ସମାଜ-ସଂସ୍କୃତିକୁ ସମ୍ମାନ ଦେବାପାଇଁ ଆମକୁ କେହି ଶିକ୍ଷା ଦେଉନାହାଁନ୍ତି । ଅନ୍ତତଃ ସେଇ ଯେଉଁ ଚିରନ୍ତନ ପନ୍ଥା ଓ ପ୍ରୟାସ ଆବାହମାନ କାଳରୁ ପ୍ରଚଳିତ ହୋଇଆସୁଛି ତାହାର ସାମାନ୍ୟତମ ପ୍ରଚଳନ ଓ ଅଭ୍ୟାସ ଯେ ଆମକୁ ଉକ୍ତ ରାସ୍ତାରେ ପରିଚାଳିତ କରାଇପାରିବ, ଏହା ଅଙ୍ଗୀକାର କରିବାକୁ ହେବ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଭକ୍ତି, ନିଷ୍ଠା ଓ ଅଧ୍ୟବସାୟର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେଥିପାଇଁ ଆମର ପ୍ରେଚଷ୍ଟା ଏକାନ୍ତ କାମ୍ୟ ।
ଆବଶ୍ୟକତାକୁ ଆଖିରେ ରଖି ଆମ ପ୍ରକାଶନ ସଂସ୍ଥା “ମନ୍ତ୍ରପୁଷ୍ପମ‌‌୍’’ ନାମକ ପୁସ୍ତକ ଏଥିପାଇଁ ପ୍ରକାଶ କରୁଛି, ଯାହା ଜନମାନସରେ ବୈଦିକ ପ୍ରଥା, ନୀତି ଓ ପ୍ରଭାବର ପ୍ରକୃତ ଅଭାବକୁ ଧୂଳିକଣା ସଦୃଶ କିଞ୍ଚିତ ମାତ୍ରାରେ ହେଲେ ବି ପୂରଣ କରିବାରେ ସହଯୋଗ ହେଉ । ଏଥିରେ ସଂକଳନ କରାାଯାଇଥିବା ସମସ୍ତ ଉପନିଷଦ ଓ ସୂକ୍ତ ଗୁଡିକ ବୈଦିକ ତଥା ଆର୍ଷ ଗ୍ରନ୍ଥମାନଙ୍କରୁ ସଂକଳନ କରାଯାଇଛି । ଆଶା, ପାଠକ ଏହାକୁ ନିତ୍ୟକର୍ମ ଭାବରେ ବ୍ୟବହାରକରି ଲାଭାନ୍ୱିତ ହୋଇପାରିବେ ।
ପ୍ରକାଶନର ଏହି ନବୀନ ସଂସ୍କରଣ ଆପଣମାନଙ୍କ ହାତରେ ଅର୍ପଣ କଲାବେଳେ ଏତିକି ଆନନ୍ଦ ଓ ହର୍ଷ ଉତ୍ପନ୍ନ ହେଉଛି କି, ଆମ ଭିତରେ ରହିଥିବା ଆଧ୍ୟାତ୍ମିକ ଚେତନା ଅବଶ୍ୟ ଜାଗରିତ ହେଉଛି । ବିଳମ୍ବରେ ହେଲେ ମଧ୍ୟ ଆମ ଭିତରେ ଆଧ୍ୟାତ୍ମିକ ତୃଷ୍ଣା ରହିଥିବାରୁ ଏସବୁ ଧୀରେ ଧୀରେ ଉପାଦେୟକ୍ଷମ ହୋଇପାରୁଛି । ପୂର୍ବରୁ ପ୍ରକାଶିତ ସୂକ୍ତାନି, ଉପନିଷଦ ସଂଗ୍ରହ, କଥା ଉପନିଷଦ, ବେଦ-ଉପନିଷଦ ପରିଚୟ ଆଦି ଗ୍ରନ୍ଥ ବାରମ୍ୱାର ମୁଦ୍ରଣ କରାଯାଉଥିବା ତଥା ପୁରାତନ ପାଠକମାନେ ଏପ୍ରକାର ପୁସ୍ତକସବୁକୁ ବାରମ୍ୱାର ସଂଗ୍ରହ କରୁଥିବାର ନଜିର ଆମକୁ ସ୍ପଷ୍ଟ କରାଇଦେଉଛି । ତେଣୁ ଏସବୁର ବହୁଳ ପ୍ରସାର ନିଃସନ୍ଦେହରେ ଆମମାନଙ୍କର ଉପଯୋଗୀତା ବୃଦ୍ଧିରେ ସହାୟକ ହୋଇପାରିବ ବୋଲି ଆଶା ପୋଷଣ କରୁଅଛୁ । ପ୍ରକାଶନାବସରରେ ପରମାତ୍ମା ଆମକୁ ସୋତ୍ସାହୀ କରିବାର ନିବେଦନ କରୁଛୁ ।

Additional information

Weight 0.45 g
Dimensions 22 × 14 × 5 cm
Pages

540

format

Paperback

language

Hindi-Sanskrit

specification

70 gsm NS

You may also like…

Quick Navigation
×
×

Cart

Buy for 699.00 more and get free shipping