Loading...

MAA Saradanka Amruta Katha ମା ସାରଦାଙ୍କ ଅମୃତ କଥା

333.00

ମା’ଠାକୁରାଣୀଙ୍କ ପ୍ରତିଟି କଥା ଅତି ତାତ୍ପର୍ଯ୍ୟପୂର୍ଣ୍ଣ । ତାଙ୍କର ପ୍ରତି କଥାର ନିଗୂଢ଼ ଅର୍ଥ ସବୁ ହୃଦୟଙ୍ଗମ କରି ନିଜ ମନକୁ ନେଇଗଲେ ଜୀବନ ଧନ୍ୟ ହୋଇଯିବ । କେତେ ସରଳ ଆଉ ସାବଲୀଳ ମା’ ସାରଦାଙ୍କ ଏହି କଥାଗୁଡ଼ିକ! ମାତୃଜାତିର କଲ୍ୟାଣ ପାଇଁ ବିଶ୍ୱଜନନୀ, ସାରଦା, ସରସ୍ୱତୀ, ଆମରି ଭିତରେ ଦେହଧାରଣ କରି ଏ ଯୁଗର ଓ ଅଗାମୀ ଯୁଗର ନାରୀଟି ପାଇଁ କଥାଛଳରେ ଅମୃତଭାଣ୍ଡ ରଖିଦେଇ ଗଲେ । ନାରୀ ସମାଜ ପାଇଁ ବିଶ୍ୱଜନନୀ ସାରଦାମଣୀଙ୍କ ଏହି କଥା ଦେବଦୁର୍ଲ୍ଲଭ ।

— ମା ସାରଦାଙ୍କ ଅମୃତ କଥା ପୁସ୍ତକରୁ

10 in stock

Description

ତାଙ୍କ କଥା, ତାଙ୍କରି କଥାରେ

ଯିଏ ଆସିଛି, ଯିଏ ଆସିନି, ଯିଏ ଆସିବ…. ଏହି ସବୁ ସନ୍ତାନଙ୍କୁ ମୋ’ର ସ୍ନେହ ଆଶିଷ ଜଣେଇଦିଅ— ମୋ’ର ଏ ଆଶିଷ ସବୁରୀ ପାଇଁ, ସବୁ ସମୟରେ ।
ମଣିଷ ନିଜେ ନିଜର କର୍ମଫଳ ଭୋଗ କରେ । ସେଥିପାଇଁ ଅନ୍ୟକୁ ଦୋଷ ନ ଦେଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ହେବ, ତାଙ୍କରି କୃପା ଉପରେ ନିର୍ଭରକରି ଧିରସ୍ଥିର ଭାବରେ, ସବୁ ଅବସ୍ଥାରେ ସହ୍ୟ କରିବା ହିଁ ଏକାନ୍ତ ପ୍ରୟୋଜନ ।
ସହିବା ଗୁଣଟି ପୃଥିବୀ ପରି ହେବା ଦରକାର । ପୃଥିବୀ ଉପରେ କେତେ କ’ଣ ଅତ୍ୟାଚାର ହୋଇଚାଲିଛି, ଅବାଧରେ ସବୁ ସହୁଛି; ମଣିଷ ମଧ୍ୟ ସେମିତି ସହ୍ୟ କରିବା ଦରକାର ।
ମଣିଷର ମନରେ ଦୁଃଖ ବା କଷ୍ଟ ହେଲା ପରିକା କଥା କ’ଣ କୁହାଯାଏ? କଥାଟି ସତ ହେଲେ ସୁଦ୍ଧା ଅପ୍ରିୟ, ସେମିତି କହିବ ନାହିଁ । ଶେଷକୁ ନିଜର ସ୍ୱଭାବ ସେହିପରି ହୋଇଯାଏ । ମଣିଷର ଚକ୍ଷୁ ଲଜ୍ଜା ଭାଙ୍ଗିଗଲେ, ଆଉ ମୁହଁରେ କିଛି ଅଟକି ରହେନାହିଁ । “ଅପ୍ରିୟ ବଚନ ସତ୍ୟ କଦାପି ନକୁହ ।”
ସବୁବେଳେ ଇଷ୍ଟ ଚିନ୍ତା କରୁଥିଲେ ଅନିଷ୍ଟ ଆସିବ କୁଆଡ଼ୁ?
ଖରାପ କାମ କରିବାକୁ ମନ ସବୁବେଳେ ଦୌଡ଼େ । ଭଲ କାମ କରିବାକୁ ଚାହିଁଲେ ମନ ପଛକୁ ଟାଣି ହୋଇ ରହେ । ଭଲ କାମ କରିବାକୁ ଗଲେ ଖୁବ୍ ଆନ୍ତରିକତା ଓ ଜିଦ୍ଦି ଦରକାର ।
ମନ ସ୍ଥିରକରି ଥରୁଟିଏ ଡାକିଲେ ଲକ୍ଷେ ଜପର କାମ ଦିଏ । ନଚେତ୍ ଜପ ଚାଲିଛି କିନ୍ତୁ ମନ ଆଉ କୁଆଡ଼େ ବୁଲୁଛି; ସେଥିରେ ଫଳ କ’ଣ? ଦୃଢ଼ ଏକନିଷ୍ଠ ମନ ଦରକାର । ତେବେ ଯାଇ ତାଙ୍କର କୃପା ହେବ ।
“ମୁଁ ସତ୍‌ର ମା’, ଅସତ୍‌ର ମା ।”

Additional information

Weight .3 g
Dimensions 22 × 14 × 4 cm
book-type

Special Paper Back

format

Paperback

language

Odia

size

Demai

specification

70 gsm NS

You may also like…

Quick Navigation
×
×

Cart

Buy for 699.00 more and get free shipping