ASTAVAKRA SAMHITA ଅଷ୍ଟାବକ୍ର ସଂହିତା

‘‘ଆରେ ରାଜା, ତୁ ନିତ୍ୟ, ତୁ ଶୁଦ୍ଧ-ବୁଦ୍ଧ-ମୁକ୍ତ, ତୁ ଅଦ୍ୱିତୀୟ ଚିଦ୍‌ବ୍ରହ୍ମ । ତଥାପି ବି ଏହି ସାର ଦେହଟାକୁ ଆତ୍ମା ମନେକରି ଏହି ଭବାର୍ଣ୍ଣବରେ ଘୂରିବୁଲୁଛୁ । ଏହି ଅଜ୍ଞାନ ଜଙ୍ଗଲରେ ଏବେ ତୁ କ’ଣ ଅନ୍ୱେଷଣ କରୁଛୁ ? ଅଜ୍ଞାନ ଜଙ୍ଗଲରେ ଅଗ୍ନି ସଂଯୋଗ କରିପକା । ନାଁ ରାଗ, ନାଁ ଭାଗ୍, ନା ସଞ୍ଚୟ, ନା ତ୍ୟାଗ ସବୁଥିରୁ ଊର୍ଦ୍ଧ୍ୱକୁ ଉଠିଯାଆ । କାରଣ ତୁ ହିଁ ତ ତୁ ଅଟୁ ।’’ ଏହା ଶୁଣି ମହାରାଜ ଜନକ ସ୍ତବ୍ଧ ହୋଇଗଲେ । ଉଦ୍ୟତ ଅଶ୍ୱାରୋହଣରୁ ନିଜକୁ କ୍ଷାନ୍ତକରି କାହାର ଏହି ବାଣୀ ଜାଣିବାପାଇଁ ପଛକୁ ଅନ୍ୱେଷା କଲେ । ମନେମନେ ଭାବିଲେ, ଏହା କ’ଣ ? ମୁଁ କ’ଣ ଅଦ୍ୱିତୀୟ ବ୍ରହ୍ମ ? ଧନ୍ୟ ହୋଇଗଲି । ମୁଁ ଧନ୍ୟ ହୋଇଗଲି । ନିଜକୁ କୃତକୃତ୍ୟତା ପାଶରେ ଆବଦ୍ଧକରି ଶୁଣାଯାଉଥିବା ଶବ୍ଦ ଦିଗକୁ ଅନାଇ ରହିଲେ । ତାଙ୍କ ଭିତରୁ ଜଣେ କେହି କହିଉଠିଲା— କିଛି ଜାଣିବା, କିଛିକରିବା, ତ୍ୟାଗକରିବା ବା ଭୋଗକରିବା, ପାଇବାର ଆଶା କିଛି ବି ଅବଶୋଷ ନାହିଁ । କାରଣ ମୁଁ ତ ନିର୍ଦ୍ୱନ୍ଦ୍ୱ, ମୁଁ ନିର୍ଭୟ । କ୍ଷଣକ ଭିତରେ ନିଜକୁ କଳ୍ପିତ ଅନାଦିର ଆବରଣ ବାହାରେ ନିଜକୁ ପାଇ ସେ ବେଶ୍ ଆମୋଦିତ ହେଲେ । କାହିଁକି ନାଁ ତାଙ୍କ ନିକଟରେ ନିତ୍ୟ ସିଦ୍ଧ ଅସଙ୍ଗତା ପ୍ରକଟ ହୋଇଉଠିଲା । ଯେତେବେଳେ ଦ୍ୱିତୀୟ ବୋଲି କିଛି ନାହିଁ ସେତେବେଳେ ଆସକ୍ତି ଅବା ବିରକ୍ତି ଆସିବ ବା କେଉଁଠୁ ? ଇତି ମଧ୍ୟରେ ତାଙ୍କ ଆଡକୁ ଆଗେଇ ଆସୁଥିବା ଜନୈକ ବକ୍ର ଶରୀରଧାରୀ ଋଷିଙ୍କୁ ଦେଖି ସେ ସ୍ତବ୍ଧ ହୋଇଗଲେ । ବୁଝିଗଲେ ଏହି ଦୁର୍ଲ୍ଲଭ ଓ କାଳଜୟୀ ଶବ୍ଦଗୁଡିକ ଏହି ଋଷିଙ୍କର ନିଶ୍ଚିୟ । ତାପରେ ଉକ୍ତ ଋଷିଙ୍କ ସହିତ ଯେଉଁଭଳି ଭାବରେ ଆଳାପ ଆଲୋଚନା ହେଲା, ତାହା ହେଲା ଏହି ଅଷ୍ଟାବକ୍ର ଗୀତାର ସମ୍ପୂର୍ଣ୍ଣ ଉତ୍ପତ୍ତି । ଏହାକୁ କେହି କେହି ଅଷ୍ଟାବକ୍ର ସଂହିତା ମଧ୍ୟ କହନ୍ତି, କାରଣ ଅସ୍ପଷ୍ଟ । ସମ୍ପବତଃ ଋଷିପ୍ରୋକ୍ତ ବାକ୍ୟ ହୋଇଥବାରୁ ସଂହିତା ନାମ ଯଥାର୍ଥ ମନେହେଉଛି ।

MRP : ₹299/-

Also Available At : —

229.00

6 in stock (can be backordered)

ଅଜ୍ଞାନ ସ୍ଥିତିରେ ବ୍ୟକ୍ତିତ୍ୱର ଶୁଦ୍ଧି ଆବଶ୍ୟକ । ସେହି ଶୁଦ୍ଧି ପୁଣି କ’ଣ ? ସେହି ଶୁଦ୍ଧି ହେଉଛି, ବିବେକ ଦ୍ୱାରା ଦୃଷ୍ଟ ଯାହାଙ୍କର ମୁଁ ସାକ୍ଷୀ ଅଟେ, ତାହା ମୋର ସ୍ୱରୂପ ନୁହେଁ । ନାଁ ତାହା ସୁଖ ଅଟେ, ନାଁ ଚେତନ ଅଟେ, ଆଉ ନାଁ ତ ତାହାର ଅବାଧିତ ସତ୍ତାଥାଏ । ଯେତେବେଳେ ତାହାର କୌଣସି ସତ୍ତ୍ୱ-ମହତ୍ତ୍ୱ ହିଁ ନାହିଁ ତେବେ ତା ପ୍ରତି ରାଗ-ଦ୍ୱେଷର କୌଣସି ପ୍ରୟୋଜନ ହିଁ ନାହିଁ । ରାଗ-ଦ୍ୱେଷ ଶିଥିଳ ହୋଇଯାଉ, ବାସ୍ ନିଶ୍ଚିନ୍ତ । ଯାହା ହେଉଛି ହେଉ, ଦେଖିଲେ ଦେଖିବା, ଦୃଶ୍ୟର ସମ୍ବନ୍ଧରେ କିଛି ହେଲେ ଧ୍ୟାନ ଧାରଣା କରିବାର ଆବଶ୍ୟକତା ନାହିଁ । ନିଜକୁ ବ୍ୟକ୍ତିତ୍ୱ କାରାଗାରରୁ ମୁକ୍ତକରିବା ପାଇଁ ମୁମୁକ୍ଷା ପୂର୍ବକ ସଦ୍‌ଗୁରୁଙ୍କ ଠାରୁ ଅଖଣ୍ଡାର୍ଥର ଶ୍ରବଣ, ମନନ କରିନିଅନ୍ତୁ । ବିରକ୍ତ, ମୁମୁକ୍ଷୁ ଏବଂ ତୀବ୍ର ଜିଜ୍ଞାସୁଙ୍କ ପାଇଁ ବେଦାନ୍ତର ଶ୍ରବଣମାତ୍ର ହିଁ ପର୍ଯ୍ୟାପ୍ତ । ସଂଶୟାଳୁଙ୍କ ପାଇଁ ମନନ ତଥା ବିପର୍ଯ୍ୟୟୀଙ୍କ ପାଇଁ ନିଦିଧ୍ୟାସନର ବିଶେଷ ଆବଶ୍ୟକତା ରହିଛି ।

 

Weight 200 g
Dimensions 14 × 22 × 2 cm
book-type

Paperback (pb)

format

Paperback

language

Odia

quality

Special Quality

price

Cost Price

Reviews

There are no reviews yet.

Be the first to review “ASTAVAKRA SAMHITA ଅଷ୍ଟାବକ୍ର ସଂହିତା”

You may also like…