ଅଜ୍ଞାନ ସ୍ଥିତିରେ ବ୍ୟକ୍ତିତ୍ୱର ଶୁଦ୍ଧି ଆବଶ୍ୟକ । ସେହି ଶୁଦ୍ଧି ପୁଣି କ’ଣ ? ସେହି ଶୁଦ୍ଧି ହେଉଛି, ବିବେକ ଦ୍ୱାରା ଦୃଷ୍ଟ ଯାହାଙ୍କର ମୁଁ ସାକ୍ଷୀ ଅଟେ, ତାହା ମୋର ସ୍ୱରୂପ ନୁହେଁ । ନାଁ ତାହା ସୁଖ ଅଟେ, ନାଁ ଚେତନ ଅଟେ, ଆଉ ନାଁ ତ ତାହାର ଅବାଧିତ ସତ୍ତାଥାଏ । ଯେତେବେଳେ ତାହାର କୌଣସି ସତ୍ତ୍ୱ-ମହତ୍ତ୍ୱ ହିଁ ନାହିଁ ତେବେ ତା ପ୍ରତି ରାଗ-ଦ୍ୱେଷର କୌଣସି ପ୍ରୟୋଜନ ହିଁ ନାହିଁ । ରାଗ-ଦ୍ୱେଷ ଶିଥିଳ ହୋଇଯାଉ, ବାସ୍ ନିଶ୍ଚିନ୍ତ । ଯାହା ହେଉଛି ହେଉ, ଦେଖିଲେ ଦେଖିବା, ଦୃଶ୍ୟର ସମ୍ବନ୍ଧରେ କିଛି ହେଲେ ଧ୍ୟାନ ଧାରଣା କରିବାର ଆବଶ୍ୟକତା ନାହିଁ । ନିଜକୁ ବ୍ୟକ୍ତିତ୍ୱ କାରାଗାରରୁ ମୁକ୍ତକରିବା ପାଇଁ ମୁମୁକ୍ଷା ପୂର୍ବକ ସଦ୍ଗୁରୁଙ୍କ ଠାରୁ ଅଖଣ୍ଡାର୍ଥର ଶ୍ରବଣ, ମନନ କରିନିଅନ୍ତୁ । ବିରକ୍ତ, ମୁମୁକ୍ଷୁ ଏବଂ ତୀବ୍ର ଜିଜ୍ଞାସୁଙ୍କ ପାଇଁ ବେଦାନ୍ତର ଶ୍ରବଣମାତ୍ର ହିଁ ପର୍ଯ୍ୟାପ୍ତ । ସଂଶୟାଳୁଙ୍କ ପାଇଁ ମନନ ତଥା ବିପର୍ଯ୍ୟୟୀଙ୍କ ପାଇଁ ନିଦିଧ୍ୟାସନର ବିଶେଷ ଆବଶ୍ୟକତା ରହିଛି ।













Reviews
There are no reviews yet.