MAHARSHI SIVANANDA Jivani (ମହର୍ଷି ଶିବାନନ୍ଦଙ୍କ ଜୀବନୀ)
₹132.00
ସ୍ୱାମୀ ଶିବାନନ୍ଦଙ୍କ ଭାବନା, ବାକ୍ୟ ଓ କାର୍ଯ୍ୟରେ ଶକ୍ତିଥିଲା । କାରଣ ସେ ଯାହା କହୁଥିଲେ ତା’ଠାରୁ ଅଧିକ ଆନ୍ତରିକତାର ସହ କାର୍ଯ୍ୟରେ ପରିଣତ କରୁଥିଲେ । ଏହା ଥିଲା ସତ୍ୟର ବଳ । ଏହା ଥିଲା ସେବା, ପ୍ରେମ ଓ ପବିତ୍ରତାର ବଳ । ଏହାହିଁ ଈଶ୍ୱରୀୟ ଶକ୍ତି ଯାହାକି ସମସ୍ତଙ୍କ ମଧ୍ୟରେ ଅନ୍ତର୍ନିହିତ ହୋଇରହିଛି, ଯାହାକୁ ସେ ନିଜେ ପୂର୍ଣ୍ଣମାତ୍ରାରେ ବିକାଶ କରିଛନ୍ତି ଓ ଅନ୍ୟମାନଙ୍କୁ କରିବାକୁ ପ୍ରେରିତ କରିଛନ୍ତି ଓ ରାସ୍ତା ବତାଇଛନ୍ତି । ସେ ହତୋତ୍ସାହ ହୋଇପଡ଼ିଥିବା ବ୍ୟକ୍ତିକୁ ଆଶାର ଆଲୋକ ଦେଇଛନ୍ତି, ଦିଗହରା ବ୍ୟକ୍ତିକୁ ଚାଲିବାର ବାଟ ବତାଇଛନ୍ତି ଓ ପତିତ ଉଦ୍ଧାର କରିଛନ୍ତି ।
ବୁଦ୍ଧଦେବଙ୍କ ପରି ସ୍ୱାମୀ ଶିବାନନ୍ଦ ପ୍ରତିଜ୍ଞା କରିଛନ୍ତି ଯେ ଆମ୍ଭମାନଙ୍କ ଭିତରୁ କେହି ଜଣେ ହେଲେ ମଧ୍ୟ ଯେ ପର୍ଯ୍ୟନ୍ତ ସଂସାରରୁ ମୁକ୍ତ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ଆମ୍ଭଙ୍କୁ ସେ ସାଧନା ପଥରେ ଦିଗ୍ଦର୍ଶନ ଓ ପ୍ରେରିତ କରିଚାଲିବେ ଏବଂ ପରମାତ୍ମାଙ୍କ ମଧ୍ୟରେ ସମାବିଷ୍ଟ ହେବା ପରେ ଯେଉଁ ଆନନ୍ଦ ମିଳୁଛି, ତାହାକୁ ମଧ୍ୟ ତ୍ୟାଗ କରିବେ । ଯଦି ଜଣେ ତାଙ୍କଠାରେ ପୂର୍ଣ୍ଣମାତ୍ରାରେ ବିଶ୍ୱାସ ସ୍ଥାପନ କରେ, ସେ ଏବେବି ଏହାର ସତ୍ୟତା ଉପଲବ୍ଧି କରିପାରିବ, ଏବେ ବି ତାଙ୍କର ପ୍ରତ୍ୟକ୍ଷ ଉପସ୍ଥିତିକୁ ଅନୁଭବ କରିପାରିବ । ତେଣୁ ଏହା ଆମ୍ଭମାନଙ୍କର ପରମ ସୌଭାଗ୍ୟ ଯେ ପ୍ରତ୍ୟେକ ଜନ୍ମରେ ଆମ୍ଭେମାନେ ତାଙ୍କର ଶିଷ୍ୟ ଓ ପଦ ଅନୁସରଣକାରୀ ହୋଇରହିବା ।
— ସ୍ୱାମୀ ରାମାନନ୍ଦ ସରସ୍ୱତୀ
Out of stock
Additional information
Weight | .15 g |
---|---|
Dimensions | 22 × 14 × 1 cm |
book-type | Special Paper Back |
price | Cost Price |
quality | High Quality |
specification | 60 GSM Stora Creamy |
Reviews
There are no reviews yet.