ଦଶଶ୍ଲୋକୀ
DASASLOKI

ଦଶଶ୍ଲୋକୀ ନାମଟି ଶୁଣିଲେ ପ୍ରଥମେ ମନେ ହୁଏ—ଏହା ତ ମାତ୍ର ଦଶଟି ଶ୍ଲୋକର ଏକ ଛୋଟ ଗ୍ରନ୍ଥ । କିନ୍ତୁ ଏହି ଦଶଟି ଶ୍ଲୋକ ମଧ୍ୟରେ ଯେଉଁ ପ୍ରଶ୍ନ ଲୁଚି ରହିଛି, ସେହି ପ୍ରଶ୍ନ ମଣିଷ ଜୀବନର ସବୁଠାରୁ ବଡ଼ ପ୍ରଶ୍ନ—ମୁଁ କିଏ?” ଦେହ କଣ ମୁଁ ? ପ୍ରାଣ କଣ ମୁଁ ? ମନ କଣ ମୁଁ ? ବୁଦ୍ଧି କଣ ମୁଁ ? ନା ଏସବୁକୁ ଜାଣୁଥିବା ଆଉ କିଛି ଅଛି ? ଏହି ପ୍ରଶ୍ନରୁ ଆତ୍ମବିଚାର ଆରମ୍ଭ ହୁଏ । ଏହି ଗ୍ରନ୍ଥ ସେହି ଆତ୍ମବିଚାରକୁ ସାଧାରଣ ପାଠକଙ୍କ ପାଇଁ ସହଜ କରିବାର ଏକ ପ୍ରୟାସ ।

Original price was: ₹100.00.Current price is: ₹85.00.

ଭାରତୀୟ ଜ୍ଞାନପରମ୍ପରାର ମୂଳ ଉଦ୍ଦେଶ୍ୟ କେବଳ ବାହାର ଜଗତ୍‌ ବିଷୟରେ ଜ୍ଞାନ ଦେବା ନୁହେଁ; ମଣିଷକୁ ତାହାର ନିଜ ସ୍ୱରୂପ ବିଷୟରେ ଜାଗ୍ରତ କରିବା ମଧ୍ୟ ଏହାର ଏକ ପ୍ରମୁଖ ଲକ୍ଷ୍ୟ । “ମୁଁ କିଏ?”, “ମୋର ଜୀବନର ପ୍ରକୃତ ଲକ୍ଷ୍ୟ କ’ଣ?”, “ସୁଖ ଓ ଦୁଃଖର ପରେ କ’ଣ ଅଛି?”, “ମୃତ୍ୟୁରେ କ’ଣ ସବୁ କିଛି ପରିସମାପ୍ତି ହୋଇଯାଏ?”—ଏହି ପ୍ରଶ୍ନଗୁଡ଼ିକ ଯେତେ ପୁରୁଣା, ଆଜି ମଧ୍ୟ ସେତେ ଜୀବନ୍ତ । ସମୟ ବଦଳିଛି, ଜୀବନର ପରିବେଶ ବଦଳିଛି, ଜ୍ଞାନର ମାଧ୍ୟମ ବଦଳିଛି; ହେଲେ ମଣିଷର ମୌଳିକ ପ୍ରଶ୍ନ ସବୁ ବଦଳିନାହିଁ ।

ଉକ୍ତ ମୌଳିକ ପ୍ରଶ୍ନଗୁଡ଼ିକ ମଧ୍ୟରୁ “ମୁଁ କିଏ ?” ପ୍ରଶ୍ନଟିକୁ କେନ୍ଦ୍ରରେ ରଖି ଅଦ୍ୱୈତ ବେଦାନ୍ତର ଗଭୀର ଚିନ୍ତାକୁ ସରଳ ଭାଷାରେ ପାଠକଙ୍କ ନିକଟରେ ପହଞ୍ଚାଇବାର ଏକ ପ୍ରୟାସ ହେଉଛି ଏହି ଦଶଶ୍ଲୋକୀ ।

ଦଶଶ୍ଲୋକୀ ପାରମ୍ପରିକ ଭାବରେ ଭଗବତ୍ପାଦ ଆଦି ଶଙ୍କରାଚାର୍ଯ୍ୟଙ୍କ ନାମରେ ସ୍ୱୀକୃତ ଏକ ଅତ୍ୟନ୍ତ ସଂକ୍ଷିପ୍ତ ଗ୍ରନ୍ଥ । ମାତ୍ର ଦଶଟି ଶ୍ଲୋକ ମଧ୍ୟରେ ଆତ୍ମା ଓ ଅନାତ୍ମାର ବିଚାର, ଦେହ ଓ ମନଠାରୁ ନିଜର ପ୍ରକୃତ ପରିଚୟକୁ ପୃଥକ୍ କରିବାର ପଦ୍ଧତି ଏବଂ ଶେଷରେ ନିଜର ଶୁଦ୍ଧ ସ୍ୱରୂପକୁ ଚିହ୍ନିବାର ଦିଗ ଦେଖାଯାଇଛି । ଏହି ସଂକ୍ଷିପ୍ତତା ହିଁ ଏହାର ଶକ୍ତି । ଏତେ କମ୍ ଶବ୍ଦରେ ଏତେ ବଡ଼ ତତ୍ତ୍ୱକୁ ଧାରଣ କରିଥିବାରୁ ଦଶଶ୍ଲୋକୀ ଅଦ୍ୱୈତ ବେଦାନ୍ତର ଅଧ୍ୟୟନରେ ଏକ ମୂଲ୍ୟବାନ ପ୍ରବେଶଦ୍ୱାର ହୋଇପାରିଛି ।

Weight 100 g
Dimensions 22 × 14 × 1 cm
book-type

Special Paper Back

format

Paperback

language

Odia

price

Cost Price

quality

Special Quality

specification

70 gsm NS

Reviews

There are no reviews yet.

Be the first to review “ଦଶଶ୍ଲୋକୀ
DASASLOKI”