SRI SURYASATAKAM ଶ୍ରୀସୂର୍ଯ୍ୟଶତକମ୍‌ (ମୟୂରଭଟ୍ଟ)

ଯଦ୍ୟପି ଶ୍ରୀସୂର୍ଯ୍ୟଶତକମ୍‌ ଏକ ଲୋକପ୍ରଚଳିତ ପ୍ରସିଦ୍ଧ ଗ୍ରନ୍ଥ ନୁହେଁ, କିନ୍ତୁ ଏହାର ଫଳପ୍ରାପ୍ତି ବିଷୟରେ ଅନେକଶଃ ଶ୍ରୁତ ଓ ଅନୁଭୂତ । ମୋ ଅନୁଭୂତିରେ ଯଦି କୌଣସି ଭକ୍ତ ଏକୋଇଶିଟି ରବିବାରର ପ୍ରାତଃ ମୁହୂର୍ତ୍ତର୍ରେ ସ୍ନାନାଦି କର୍ମର ସମାପନାନ୍ତେ ଭକ୍ତି ସହକାରେ ମନରେ ସଙ୍କଳ୍ପାତ୍ମକ ମନୋଭାବ ପୋଷଣ ପୂର୍ବକ ଏହାର ଶତଶ୍ଳୋକଗୁଡିକୁୁ ସ୍ୱରରେ ନିର୍ଭୁଲରେ ଭକ୍ତି ସହକାରେ ପଠନ କରନ୍ତି, ତେବେ ନିଶ୍ଚିତ ଭାବରେ ତାଙ୍କର ମନସ୍କାମନା ପୂରଣ ହୁଏ । ଏହା ସ୍ୱୟଂ ପରୀକ୍ଷିତ । ଏଣୁ ସମାଜର କେତେକ ଭକ୍ତ ଏହାକୁ ପୂର୍ବ କଥିତ ରୀତ୍ୟନୁସାରେ ପାଠ କଲେ ତାଙ୍କର ଫଳ ପାଇ ପାରିବେ ବୋଲି ଅସ୍ମଦୀୟ ପ୍ରଗାଢ ବିଶ୍ୱାସ ।
ଅଳମତିବିସ୍ତରେଣ
ପଣ୍ଡିତ ମାର୍କଣ୍ଡ ଦାସ
ସମ୍ପାଦକ, ଭୁବନେଶ୍ୱର ସଂସ୍କୃତ ପରିଷଦ୍

152.00

+ Free Shipping above (699/-)

Availability: 5 in stock

- +
Guaranteed Safe Checkout

ଦତ୍ତାନନ୍ଦାଃ ପ୍ରଜାନାଂ ସମୁଚିତ-ସମୟାକୃଷ୍ଟସୃଷ୍ଟୈଃ ପୟୋଭିଃ
ପୂର୍ବାହ୍ଣେ ବିପ୍ରକୀର୍ଣ୍ଣା ଦିଶି ଦିଶି ବିରମତ୍ୟହ୍ନି ସଂହାରଭାଜଃ ।
ଦୀପ୍ତାଂଶୋର୍ଦୀର୍ଘଦୁଃଖପ୍ରଭବଭବ-ଭୟୋଦନ୍ୱଦୁତ୍ତାରନାବୋ
ଗାବୋ ବଃ ପାବନାନାଂ ପରମ-ପରିମିତାଂ ପ୍ରୀତିମୁତ୍ପାଦୟନ୍ତୁ ।।

ସୂର୍ଯ୍ୟଙ୍କ କିରଣ ଗ୍ରୀଷ୍ମଋତୁରେ ଜଳକୁ ଆକୃଷ୍ଟ କରି ବାଷ୍ପୀଭୂତ କରାନ୍ତି ଏବଂ ବର୍ଷାଦିନରେ ବାଷ୍ପକୁ ଜଳରେ ସୃଷ୍ଟି କରି ପୃଥିବୀପୃଷ୍ଠରେ ବର୍ଷା କରାନ୍ତି । ସେହି କିରଣ ମଧ୍ୟ ଏହି ଜଳ ପ୍ରଦାନ କରି ପ୍ରଜାକୁଳକୁ ବହୁ ଆନନ୍ଦିତ କରିଥାନ୍ତି । ତଦନୁରୂପ କିରଣଗୁଡିକ ପ୍ରାତଃକାଳରେ ଚତୁର୍ଦ୍ଦିଗକୁ ଆଲୋକିତ କରି, ମଧ୍ୟାହ୍ନରେ ତୀକ୍ଷ୍ଣରୂପେ ଉତ୍ତାପ ପ୍ରଦାନ କରି ବିଚରଣ କରନ୍ତି । ସଂଧ୍ୟାରେ ସେପରି ନିଜ ରୂପକୁ ସଙ୍କୁଚିତ କରନ୍ତି । ଏତାଦୃଶ କାର୍ଯ୍ୟ କରି ସଂସାରର କଷ୍ଟରୂପକ ସାଗରରୁ ପ୍ରାଣୀମାନଙ୍କୁ ନୌକାସମାନ ପାର କରାନ୍ତି । ଏପରି ସୂର୍ଯ୍ୟଙ୍କ ପବିତ୍ର କିରଣ ତୁମ୍ଭପରି ପୁଣ୍ୟବାନ୍‌ମାନଙ୍କୁ ବହୁ ପରିମାଣର ଆନନ୍ଦ ପ୍ରଦାନ କରିବାକୁ ସକ୍ଷମ ହୁଅନ୍ତୁ ।।୯।।

ଉକ୍ତ ଶ୍ଳୋକରେ କବି ମୟୂର ସୂର୍ଯ୍ୟଙ୍କ କିରଣଦ୍ୱାରା ଜଳୀୟବାଷ୍ପ ସୃଷ୍ଟିହେବା ଓ ତାର ପ୍ରକ୍ରିୟାର ସମୟ ଗୋଟିିଏ ମାତ୍ର ଶ୍ଳୋକରେ ବର୍ଣ୍ଣନା କରି ନିଜର ପାଣ୍ଡିତ୍ୟ ପ୍ରଦାନ କରିଛନ୍ତି । ଏହା ସହିତ ସାଂସାରିକ କଷ୍ଟର ସମ୍ପର୍କସମ୍ବନ୍ଧରେ ଦୃକ୍‌ପାତ କରି ଉଭୟଙ୍କ ମଧ୍ୟରେ ସମ୍ପର୍କରେ ଏକ ତୁଳନାତ୍ମକ ମତ ପ୍ରଦାନ କରାଯାଇଛି ।

Weight .2 g
Dimensions 22 × 14 × 2 cm
book-type

Special Paper Back

quality

Special Quality

You may also like…

SRI SURYASATAKAM ଶ୍ରୀସୂର୍ଯ୍ୟଶତକମ୍‌ (ମୟୂରଭଟ୍ଟ)SRI SURYASATAKAM ଶ୍ରୀସୂର୍ଯ୍ୟଶତକମ୍‌ (ମୟୂରଭଟ୍ଟ)
152.00

Availability: 5 in stock

- +
Scroll to Top