MAHARSHI SIVANANDA Jivani (ମହର୍ଷି ଶିବାନନ୍ଦଙ୍କ ଜୀବନୀ)

ସ୍ୱାମୀ ଶିବାନନ୍ଦଙ୍କ ଭାବନା, ବାକ୍ୟ ଓ କାର୍ଯ୍ୟରେ ଶକ୍ତିଥିଲା  । କାରଣ ସେ ଯାହା କହୁଥିଲେ ତା’ଠାରୁ ଅଧିକ ଆନ୍ତରିକତାର ସହ କାର୍ଯ୍ୟରେ ପରିଣତ କରୁଥିଲେ  । ଏହା ଥିଲା ସତ୍ୟର ବଳ  । ଏହା ଥିଲା ସେବା, ପ୍ରେମ ଓ ପବିତ୍ରତାର ବଳ  । ଏହାହିଁ ଈଶ୍ୱରୀୟ ଶକ୍ତି ଯାହାକି ସମସ୍ତଙ୍କ ମଧ୍ୟରେ ଅନ୍ତର୍ନିହିତ ହୋଇରହିଛି, ଯାହାକୁ ସେ ନିଜେ ପୂର୍ଣ୍ଣମାତ୍ରାରେ ବିକାଶ କରିଛନ୍ତି ଓ ଅନ୍ୟମାନଙ୍କୁ କରିବାକୁ ପ୍ରେରିତ କରିଛନ୍ତି ଓ ରାସ୍ତା ବତାଇଛନ୍ତି  । ସେ ହତୋତ୍ସାହ ହୋଇପଡ଼ିଥିବା ବ୍ୟକ୍ତିକୁ ଆଶାର ଆଲୋକ ଦେଇଛନ୍ତି, ଦିଗହରା ବ୍ୟକ୍ତିକୁ ଚାଲିବାର ବାଟ ବତାଇଛନ୍ତି ଓ ପତିତ ଉଦ୍ଧାର କରିଛନ୍ତି  ।
ବୁଦ୍ଧଦେବଙ୍କ ପରି ସ୍ୱାମୀ ଶିବାନନ୍ଦ ପ୍ରତିଜ୍ଞା କରିଛନ୍ତି ଯେ ଆମ୍ଭମାନଙ୍କ ଭିତରୁ କେହି ଜଣେ ହେଲେ ମଧ୍ୟ ଯେ ପର୍ଯ୍ୟନ୍ତ ସଂସାରରୁ ମୁକ୍ତ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ଆମ୍ଭଙ୍କୁ ସେ ସାଧନା ପଥରେ ଦିଗ୍‌ଦର୍ଶନ ଓ ପ୍ରେରିତ କରିଚାଲିବେ ଏବଂ ପରମାତ୍ମାଙ୍କ ମଧ୍ୟରେ ସମାବିଷ୍ଟ ହେବା ପରେ ଯେଉଁ ଆନନ୍ଦ ମିଳୁଛି, ତାହାକୁ ମଧ୍ୟ ତ୍ୟାଗ କରିବେ  । ଯଦି ଜଣେ ତାଙ୍କଠାରେ ପୂର୍ଣ୍ଣମାତ୍ରାରେ ବିଶ୍ୱାସ ସ୍ଥାପନ କରେ, ସେ ଏବେବି ଏହାର ସତ୍ୟତା ଉପଲବ୍ଧି କରିପାରିବ, ଏବେ ବି ତାଙ୍କର ପ୍ରତ୍ୟକ୍ଷ ଉପସ୍ଥିତିକୁ ଅନୁଭବ କରିପାରିବ  । ତେଣୁ ଏହା ଆମ୍ଭମାନଙ୍କର ପରମ ସୌଭାଗ୍ୟ ଯେ ପ୍ରତ୍ୟେକ ଜନ୍ମରେ ଆମ୍ଭେମାନେ ତାଙ୍କର ଶିଷ୍ୟ ଓ ପଦ ଅନୁସରଣକାରୀ ହୋଇରହିବା  ।

— ସ୍ୱାମୀ ରାମାନନ୍ଦ ସରସ୍ୱତୀ

132.00

+ Free Shipping above (699/-)

Out of stock

Guaranteed Safe Checkout
Weight .15 g
Dimensions 22 × 14 × 1 cm
book-type

Special Paper Back

price

Cost Price

quality

High Quality

specification

60 GSM Stora Creamy

Reviews

There are no reviews yet.

Be the first to review “MAHARSHI SIVANANDA Jivani (ମହର୍ଷି ଶିବାନନ୍ଦଙ୍କ ଜୀବନୀ)”

Your email address will not be published. Required fields are marked *

Scroll to Top