ପ୍ରଭୁଙ୍କ ଲୀଳା ଅପାର, ଗୁଣ ଗାରିମା ସିନ୍ଧୁ ସଦୃଶ । ହୀରାନୀଳାରେ ପରିପୂର୍ଣ୍ଣ ତାଙ୍କ ଲୀଳା ଓ କୃପା ଯେତେ ଖୋଜିବା, ସେତେ ପାଇବା । ଅସରନ୍ତି ଭଣ୍ଡାର । ତାଙ୍କୁ ବାକ୍ ଚାତୁରୀରେ କି ପାଣ୍ଡିତ୍ୟରେ ଅବା ଶାସ୍ତ୍ରାନ୍ୱେଷଣରେ ବୋଧହେବା ଯେତେ ସହଜ ନୁହେଁ, ତା ଠାରୁ ବେଶି ସହଜ ନିଉଛାଳି ହୋଇ, ଦୈନ୍ୟ ଭାବରେ ତାଙ୍କରି ଭାବାବେଗରେ ଲୀଳା ଅବଗାହନ ଦ୍ୱାରା ଅବା ଚରିତ ଅନୁଶୀଳନ ମାଧ୍ୟମରେ ସହଜ ହୋଇପାରେ । ଏହା ଉକ୍ତ ପୁସ୍ତକଟିକୁ ପଢ଼ିଲେ ବେଶ୍ ବାରି ହୁଏ ।
ଯଦିଓ ଏହି ପୁସ୍ତକଟି ନିଜସ୍ୱ ଶୈଳୀରେ ପରିବେଶିତ ମାତ୍ର ତଥ୍ୟଗୁଡ଼ିକ ଓଡ଼ିଆଙ୍କ ପାଖରେ ପଦ୍ୟାକାରରେ ବହୁ ପୂର୍ବରୁ ଉପଲବ୍ଧ । ସନ୍ଥ ରାମଦାସଙ୍କ ଲିଖିତ କୃଷ୍ଣ ଚରିତ ମାଧୁରୀ ଖଣ୍ଡିକ ଦାର୍ଢ଼୍ୟତା ଭକ୍ତି ନାମରେ ବେଶ୍ ଖ୍ୟାତ । ମାତ୍ର ସାମ୍ପ୍ରତିକ ସମାଜରେ ପଦ୍ୟାନୁରାଗ ବିମୁଖ ପାଠକଙ୍କୁ ବାନ୍ଧିରଖିବା ନିମନ୍ତେ ଆଉ ଭକ୍ତିଭାବର ସ୍ପର୍ଶ ଦେବାପାଇଁ ଏତାଦୃଶ ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ ।
— ସ୍ୱାମୀ ପ୍ରଣବାନନ୍ଦ ପୁରୀ













Reviews
There are no reviews yet.