Loading...
Sale!

ଦାର୍ଢ୍ୟତାଭକ୍ତି କଥାମୃତ Dardhyata Bhakti Kathamruta

Original price was: ₹359.00.Current price is: ₹300.00.

ମହୁରା ରାଜ୍ୟର ଗୋଟିଏ ଅଖ୍ୟାତ ପଲ୍ଲୀଗ୍ରାମରେ ସନ୍ଥ ରାମଦାସଙ୍କର ଆଶ୍ରମ । ତାଙ୍କ ପୂଜ୍ୟପିତାଙ୍କ ନାମ ଲଛମନ ଦାସ । ଶ୍ରୀଗୁରୁ ଗଦାଧର ଦାସଙ୍କ ଆଶୀର୍ବାଦ ଓ ପ୍ରଭୁ ଜଗନ୍ନାଥଙ୍କର କରୁଣାକୁ ପାଥେୟ କରି ସନ୍ଥ ରାମଦାସ ଭକ୍ତଚରିତ ମାଧୁରୀକୁ ଉତ୍କଳର ଜନମାନସରେ ସମର୍ପଣ କରିବାପାଇଁ ଦାର୍ଢ୍ୟତାଭକ୍ତି ଭଳି ଗୋଟିଏ ଅମୂଲ୍ୟ ସଦ୍ ଗ୍ରନ୍ଥ ରଚନା କରିଛନ୍ତି । ପୁରାକାଳର ଗାଁ ଗହଳିର ସାଧାରଣ ଶିକ୍ଷା ଲାଭ କରିଥିବା ସରଳ ପାଠକ ପାଠିକାଙ୍କ ମନରେ ଭଗବତ୍ ଚେତନା ଜାଗରଣ ପାଇଁ ସନ୍ଥ ମହାଶୟଙ୍କର ପ୍ରଚେଷ୍ଟା ନିଶ୍ଚୟ ପ୍ରଶଂସନୀୟ ।
ଅଧୁନା ସମୟର ଅନେକ ପାଠକ ପାଠିକା ପଦ୍ୟ ପରିବର୍ତ୍ତେ ଗଦ୍ୟ ଆକାର ବିଷୟବସ୍ତୁକୁ ପାଠ କରିବାକୁ ପସନ୍ଦ କରୁଛନ୍ତି । ଏହି କଥାକୁ ଦୃଷ୍ଟିରେ ରଖି ଏ ଅକିଞ୍ଚନ ଦାର୍ଢ୍ୟତାଭକ୍ତି ରସାମୃତକୁ କଥାମୃତରେ ରୂପାୟୀତ କରିବାପାଇଁ ଚେଷ୍ଟା କରିଛି । ଭାଷାଗତ କାରଣରୁ ଏହା ଏତେ ଉନ୍ନତ ନୁହେଁ । କେବଳ ସରଳ ଅଧ୍ୟାତ୍ମିକବାଦୀ ପାଠକପାଠିକାଙ୍କ ମନରେ ଭଗବତ୍ ଭାବନା ସୃଷ୍ଟି କରିବା ମୋର ଉଦ୍ଦେଶ୍ୟ । ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ପୁରାତନ ଭକ୍ତମାନଙ୍କ ନିଚ୍ଛକ ଜୀବନଚରିତରେ ଏ ଗ୍ରନ୍ଥ ରସାଣିତ । ଜଗନ୍ନାଥ ମହାପ୍ରଭୁଙ୍କ ଅପାର କରୁଣା ଓ ମୋର ପରମାରାଧ୍ୟ ଗୁରୁଦେବ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କର ଆଶୀର୍ବାଦକୁ ପାଥେୟ କରି ଏହା ଲେଖିବାକୁ ଉଦ୍ୟମ କରିଛି । ହୃଦୟ ନାଥ ହୃଦୟରେ ରହି ଯାହା ସ୍ମରଣ କରାଇଛନ୍ତି, ତାକୁ ସମ୍ବଳ କରି ଓ ପବିତ୍ର ଦାର୍ଢ୍ୟତାଭକ୍ତି ଗ୍ରନ୍ଥକୁ ଅନୁସରଣ କରି ଭକ୍ତ ଚରିତର ଅବତାରଣା ।

10 in stock

Description

ପ୍ରଭୁଙ୍କ ଲୀଳା ଅପାର, ଗୁଣ ଗାରିମା ସିନ୍ଧୁ ସଦୃଶ । ହୀରାନୀଳାରେ ପରିପୂର୍ଣ୍ଣ ତାଙ୍କ ଲୀଳା ଓ କୃପା ଯେତେ ଖୋଜିବା, ସେତେ ପାଇବା । ଅସରନ୍ତି ଭଣ୍ଡାର । ତାଙ୍କୁ ବାକ୍ ଚାତୁରୀରେ କି ପାଣ୍ଡିତ୍ୟରେ ଅବା ଶାସ୍ତ୍ରାନ୍ୱେଷଣରେ ବୋଧହେବା ଯେତେ ସହଜ ନୁହେଁ, ତା ଠାରୁ ବେଶି ସହଜ ନିଉଛାଳି ହୋଇ, ଦୈନ୍ୟ ଭାବରେ ତାଙ୍କରି ଭାବାବେଗରେ ଲୀଳା ଅବଗାହନ ଦ୍ୱାରା ଅବା ଚରିତ ଅନୁଶୀଳନ ମାଧ୍ୟମରେ ସହଜ ହୋଇପାରେ । ଏହା ଉକ୍ତ ପୁସ୍ତକଟିକୁ ପଢ଼ିଲେ ବେଶ୍ ବାରି ହୁଏ ।

ଯଦିଓ ଏହି ପୁସ୍ତକଟି ନିଜସ୍ୱ ଶୈଳୀରେ ପରିବେଶିତ ମାତ୍ର ତଥ୍ୟଗୁଡ଼ିକ ଓଡ଼ିଆଙ୍କ ପାଖରେ ପଦ୍ୟାକାରରେ ବହୁ ପୂର୍ବରୁ ଉପଲବ୍ଧ । ସନ୍ଥ ରାମଦାସଙ୍କ ଲିଖିତ କୃଷ୍ଣ ଚରିତ ମାଧୁରୀ ଖଣ୍ଡିକ ଦାର୍ଢ଼୍ୟତା ଭକ୍ତି ନାମରେ ବେଶ୍ ଖ୍ୟାତ । ମାତ୍ର ସାମ୍ପ୍ରତିକ ସମାଜରେ ପଦ୍ୟାନୁରାଗ ବିମୁଖ ପାଠକଙ୍କୁ ବାନ୍ଧିରଖିବା ନିମନ୍ତେ ଆଉ ଭକ୍ତିଭାବର ସ୍ପର୍ଶ ଦେବାପାଇଁ ଏତାଦୃଶ ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ ।

— ସ୍ୱାମୀ ପ୍ରଣବାନନ୍ଦ ପୁରୀ

Additional information

Weight 500 g
Dimensions 22 × 14 × 3 cm

Reviews

There are no reviews yet.

Be the first to review “ଦାର୍ଢ୍ୟତାଭକ୍ତି କଥାମୃତ Dardhyata Bhakti Kathamruta”

Your email address will not be published. Required fields are marked *

You may also like…

Quick Navigation
×
×

Cart

Buy for 699.00 more and get free shipping