MAA Saradanka Amruta Katha ମା ସାରଦାଙ୍କ ଅମୃତ କଥା

ମା’ଠାକୁରାଣୀଙ୍କ ପ୍ରତିଟି କଥା ଅତି ତାତ୍ପର୍ଯ୍ୟପୂର୍ଣ୍ଣ । ତାଙ୍କର ପ୍ରତି କଥାର ନିଗୂଢ଼ ଅର୍ଥ ସବୁ ହୃଦୟଙ୍ଗମ କରି ନିଜ ମନକୁ ନେଇଗଲେ ଜୀବନ ଧନ୍ୟ ହୋଇଯିବ । କେତେ ସରଳ ଆଉ ସାବଲୀଳ ମା’ ସାରଦାଙ୍କ ଏହି କଥାଗୁଡ଼ିକ! ମାତୃଜାତିର କଲ୍ୟାଣ ପାଇଁ ବିଶ୍ୱଜନନୀ, ସାରଦା, ସରସ୍ୱତୀ, ଆମରି ଭିତରେ ଦେହଧାରଣ କରି ଏ ଯୁଗର ଓ ଅଗାମୀ ଯୁଗର ନାରୀଟି ପାଇଁ କଥାଛଳରେ ଅମୃତଭାଣ୍ଡ ରଖିଦେଇ ଗଲେ । ନାରୀ ସମାଜ ପାଇଁ ବିଶ୍ୱଜନନୀ ସାରଦାମଣୀଙ୍କ ଏହି କଥା ଦେବଦୁର୍ଲ୍ଲଭ ।

— ମା ସାରଦାଙ୍କ ଅମୃତ କଥା ପୁସ୍ତକରୁ

333.00

+ Free Shipping above (699/-)

Availability: 10 in stock

- +
Guaranteed Safe Checkout

ତାଙ୍କ କଥା, ତାଙ୍କରି କଥାରେ

ଯିଏ ଆସିଛି, ଯିଏ ଆସିନି, ଯିଏ ଆସିବ…. ଏହି ସବୁ ସନ୍ତାନଙ୍କୁ ମୋ’ର ସ୍ନେହ ଆଶିଷ ଜଣେଇଦିଅ— ମୋ’ର ଏ ଆଶିଷ ସବୁରୀ ପାଇଁ, ସବୁ ସମୟରେ ।
ମଣିଷ ନିଜେ ନିଜର କର୍ମଫଳ ଭୋଗ କରେ । ସେଥିପାଇଁ ଅନ୍ୟକୁ ଦୋଷ ନ ଦେଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ହେବ, ତାଙ୍କରି କୃପା ଉପରେ ନିର୍ଭରକରି ଧିରସ୍ଥିର ଭାବରେ, ସବୁ ଅବସ୍ଥାରେ ସହ୍ୟ କରିବା ହିଁ ଏକାନ୍ତ ପ୍ରୟୋଜନ ।
ସହିବା ଗୁଣଟି ପୃଥିବୀ ପରି ହେବା ଦରକାର । ପୃଥିବୀ ଉପରେ କେତେ କ’ଣ ଅତ୍ୟାଚାର ହୋଇଚାଲିଛି, ଅବାଧରେ ସବୁ ସହୁଛି; ମଣିଷ ମଧ୍ୟ ସେମିତି ସହ୍ୟ କରିବା ଦରକାର ।
ମଣିଷର ମନରେ ଦୁଃଖ ବା କଷ୍ଟ ହେଲା ପରିକା କଥା କ’ଣ କୁହାଯାଏ? କଥାଟି ସତ ହେଲେ ସୁଦ୍ଧା ଅପ୍ରିୟ, ସେମିତି କହିବ ନାହିଁ । ଶେଷକୁ ନିଜର ସ୍ୱଭାବ ସେହିପରି ହୋଇଯାଏ । ମଣିଷର ଚକ୍ଷୁ ଲଜ୍ଜା ଭାଙ୍ଗିଗଲେ, ଆଉ ମୁହଁରେ କିଛି ଅଟକି ରହେନାହିଁ । “ଅପ୍ରିୟ ବଚନ ସତ୍ୟ କଦାପି ନକୁହ ।”
ସବୁବେଳେ ଇଷ୍ଟ ଚିନ୍ତା କରୁଥିଲେ ଅନିଷ୍ଟ ଆସିବ କୁଆଡ଼ୁ?
ଖରାପ କାମ କରିବାକୁ ମନ ସବୁବେଳେ ଦୌଡ଼େ । ଭଲ କାମ କରିବାକୁ ଚାହିଁଲେ ମନ ପଛକୁ ଟାଣି ହୋଇ ରହେ । ଭଲ କାମ କରିବାକୁ ଗଲେ ଖୁବ୍ ଆନ୍ତରିକତା ଓ ଜିଦ୍ଦି ଦରକାର ।
ମନ ସ୍ଥିରକରି ଥରୁଟିଏ ଡାକିଲେ ଲକ୍ଷେ ଜପର କାମ ଦିଏ । ନଚେତ୍ ଜପ ଚାଲିଛି କିନ୍ତୁ ମନ ଆଉ କୁଆଡ଼େ ବୁଲୁଛି; ସେଥିରେ ଫଳ କ’ଣ? ଦୃଢ଼ ଏକନିଷ୍ଠ ମନ ଦରକାର । ତେବେ ଯାଇ ତାଙ୍କର କୃପା ହେବ ।
“ମୁଁ ସତ୍‌ର ମା’, ଅସତ୍‌ର ମା ।”

Weight .3 g
Dimensions 22 × 14 × 4 cm
book-type

Special Paper Back

format

Paperback

language

Odia

specification

70 gsm NS

You may also like…

MAA Saradanka Amruta Katha ମା ସାରଦାଙ୍କ ଅମୃତ କଥାMAA Saradanka Amruta Katha ମା ସାରଦାଙ୍କ ଅମୃତ କଥା
333.00

Availability: 10 in stock

- +
Scroll to Top