Adarsha Charitra Samgraha ଆଦର୍ଶ ଚରିତ୍ର ସଂଗ୍ରହ

ଆଦର୍ଶ ଚରିତ୍ର ସଂଗ୍ରହ 69ଟି ଚରିତ୍ରର ସ୍ୱତନ୍ତ୍ର ସମାହାର । ଏଥିରେ ଜୀବନୀ ଉପରେ ଯେତିକି ମହତ୍ତ୍ୱ ଦିଆଯାଇଛି, ତତୋଽଧିକ ତାଙ୍କର ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ସନ୍ନିବେଶିତ ଶୀର୍ଷକଗୁଡ଼ିକ ଅତି ସରଳ ଓ ସାବଲୀଳ ଢ଼ଙ୍ଗରେ ପ୍ରସ୍ତୁତ କରାଯିବା ଲେଖିକାଙ୍କର ଅନନ୍ୟତା ଅଟେ । ଏହାକୁ ସେ ତାଙ୍କ ଶିକ୍ଷକତା ସମୟରେ ଅଭିଜ୍ଞତାରୁ ନିଶ୍ଚୟ ଆହରଣ କରିଛନ୍ତି, ଯାହାକୁ ସେ ଏହି ପୁସ୍ତକ ମାଧ୍ୟମରେ ଉପସ୍ଥାପନ କରିଅଛନ୍ତି । ଚରିତ୍ର ସବୁ ଏତିକିରେ ସୀମିତ ନ ହେଲେ ବି କତିପୟ ବିଶେଷ ଚରିତ୍ର ଏଥିରେ ସ୍ଥାନପାଇଛି, ଯେଁ ଗୁଡ଼ିକ ଅନନ୍ୟ ସାଧାରଣ ।
ଏପ୍ରକାର ପୁସ୍ତକକୁ ବିଦ୍ୟାଳୟରେ ପ୍ରଚଳନକରାଇ ବାଳକ-ବାଳିକାମାନଙ୍କ ଚରିତ୍ର ଗଠନରେ ଆଦର୍ଶବାଦର ସ୍ପର୍ଶ ଦିଆଯିବା ସହିତ ଶିକ୍ଷକ-ଶିକ୍ଷିକାମାନେ ନିଜ ନିଜର ନୈତିକ ପରିସୀମାକୁ ମଧ୍ୟ ବୃଦ୍ଧି କରିପାରିବେ । ସୁତରାଂ ଆତ୍ମିକ ମୂଲ୍ୟବୋଧ ବୃଦ୍ଧି ନିମନ୍ତେ, ପିତା-ମାତା ଓ ଗୁରୁଜନମାନେ ଏହି ପୁସ୍ତକଟିକୁ ଅନୁମୋଦନକରି ସନ୍ତାନ ସନ୍ତତିମାନଙ୍କର ଚରିତ୍ର ମାର୍ଜିତ କରିବାରେ ସହାୟକ ହୁଅନ୍ତୁ ।
— ପ୍ରକାଶକ

213.00

+ Free Shipping above (699/-)
- +
Guaranteed Safe Checkout

ଶ୍ରୀମତୀ ରେଣୁକା ମିଶ୍ର
1957 ମସିହା ଗଣେଶ ଚତୁର୍ଥୀରେ ଧରାବତରିତ ହୋଇଥିବା ଶିକ୍ଷିକା ଶ୍ରୀମତୀ ରେଣୁକା ମିଶ୍ର (M.A, BEd.) 35 ବର୍ଷର ଶିକ୍ଷକତା ପରେ ଏବେ ଅବସର ଜୀବନ କାଟୁଛନ୍ତି । ସେ ଶିକ୍ଷାବିତ୍ ଅବନୀଶ ରଥଙ୍କର ଧର୍ମପତ୍ନୀ ଭାବରେ ଯେତିକି ଗର୍ବ ଅନୁଭବ କରନ୍ତି, ତତୋଽଧିକ ଆନନ୍ଦ ପାଆନ୍ତି, ନିଜର ବାଳବତ୍ସଳ ଶିକ୍ଷକତା ପାଇଁ ସମାଜରୁ ସାଉଁଟିଥିବା ସମ୍ମାନ ଓ ଆଦର ସବୁକୁ ନେଇ । ପ୍ରକାଶନ କ୍ଷେତ୍ରରେ ‘‘ଆଦର୍ଶ ଚରିତ୍ର ସଂଗ୍ରହ’’ ପୁସ୍ତକଟି ଶ୍ରୀଗଣେଶ ହୋଇଥିଲେ ହେଁ, ସନ୍ନିବେଶିତ ଚରିତ୍ରଗୁଡ଼ିକ ବିଦ୍ୟାର୍ଥୀଙ୍କ ପାଇଁ ନିଶ୍ଚିତ ଉପଯୋଗୀ, ଯେଉଁଥିରୁ ଗୋଟିଏ ଆଦର୍ଶକୁ ନେଇ କୋଟିଏ ବାଳକ-ବାଳିକା ଚରିତ୍ର ଗଠନ କରିପାରିବେ ।

Weight .2 g
Dimensions 22 × 14 × 2 cm
book-type

Special Paper Back

language

Odia

price

Cost Price

quality

Special Quality

specification

60 GSM Stora Creamy

You may also like…

Adarsha Charitra Samgraha ଆଦର୍ଶ ଚରିତ୍ର ସଂଗ୍ରହAdarsha Charitra Samgraha ଆଦର୍ଶ ଚରିତ୍ର ସଂଗ୍ରହ
213.00
- +
Scroll to Top